www.samajalive.in
Saturday, December 6, 2025
16.1 C
Bhubaneswar

ଭାରତରେ ସୁଜକି ମୋଟର ସାଇକେଲର ନୂଆ କିର୍ତ୍ତିମାନ

ନୂଆଦିଲ୍ଲୀ : ସୁଜକି ମୋଟରସାଇକେଲ ଇଣ୍ଡିଆ ଭାରତରେ ପୁଣିଥରେ ଏକ ନୂଆ କିର୍ତ୍ତିମାନ ହାସଲ କରିଛି। କମ୍ପାନୀ ଗୁରୁଗ୍ରାମସ୍ଥିତ ଏକ କାରଖାନାରେ ୪୦ଲକ୍ଷ ଦୁଇ ଚକିଆ ଯାନ ନିର୍ମାଣ କରିଛି। ଏହାବ୍ୟତୀତ କମ୍ପାନୀ ୨୦୨୦ ସୁଦ୍ଧା ଭାରତରେ ନିଜର ବ୍ୟବସାୟ ୨ଗୁଣା କରିବା ଲକ୍ଷ ରହିଛି। କମ୍ପାନୀ ହାସଲ କରିଥିବା ଏହି ରେକର୍ଡ ଭାରତରେ ୨୦୦୬ ମସିହାରୁ ଆରମ୍ଭ ହୋଇଥିବା ଏହି ନିର୍ମାଣ କାର୍ଯ୍ୟ ୨୦୧୮ ସୁଦ୍ଧା ୪୦ ଲକ୍ଷ ଦୁଇଚକିଆ ଯାନ ନିର୍ମାଣ କରିଛି। ବର୍ତ୍ତମାନ କମ୍ପାନୀ ସମଗ୍ର ଭାରତରେ ୫୨୧ ଡିଲରସିପ କରିସାରିଛି। ୧୨ ବର୍ଷ ମଧ୍ୟରେ କମ୍ପାନୀର ଏଭଳି କିର୍ତ୍ତିମାନଙ୍କୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଏହି କିର୍ତ୍ତିମାନକୁ ନେଇ କମ୍ପାନୀ ପ୍ରବନ୍ଦକ ନିର୍ଦ୍ଦେଶକ ସାତେଶି ଉଚିନ୍ଦାଙ୍କ କହିବା ଅନୁସାରେ କମ୍ପାନୀ ଭାରତ ପାଇଁ ବିଭିନ୍ନ ଲକ୍ଷ୍ୟ ମଧ୍ୟରୁ ଏହି ରେକର୍ଡ ଗୋଟିଏ ଲକ୍ଷ୍ୟ। ଏହିଭଳି ଭାବରେ କମ୍ପାନୀ କାର୍ଯ୍ୟ କରିବ ଓ ବିଭିନ୍ନ ରେକର୍ଡ ସୃଷ୍ଟି କରିବ ବୋଲି ସେ କହିଛନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories