ଶୁକ୍ରବାର ରାଶିଫଳ

0

ମେଷ: ପରିବେଶ ଲାଭଜନକ ହେବ। ମାନସିକ ସ୍ତରରେ ଦୁର୍ବଳତା ଅନୁଭବ କରିପାରନ୍ତି। ମାନ୍ଦାଭାବର ହେବେ। ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। ସ୍ବାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହୋଇପାରେ।

ବୃଷ: ବନ୍ଧୁ ମିଳନ ଘଟିବ। କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବ୍ୟବସାୟରେ ଅଗ୍ରଗତି ଘଟିବ। ନିଜର ଲକ୍ଷ୍ୟ ହାସଲ ପାଇଁ ବନ୍ଧୁଙ୍କୁ ମିଠା କଥାରେ ଆପଣାର କରିବେ।

ମିଥୁନ: ଉଦାସ ମନୋଭାବ ଗ୍ରହଣ କରିବେ। ଲୋଭଗ୍ରସ୍ତ ହୋଇପାରନ୍ତି। ଇଷ୍ଟ ସିଦ୍ଧି ହେବ। ଅର୍ଥ ମିଳିବାର ସୁଯୋଗ ଅଛି। ବିଭିନ୍ନ ସ୍ତରରୁ ସହଯୋଗର ହାତ ଲମ୍ବି ଆସିବ। ବ୍ୟବସାୟ ଲାଭଜନକ ହେବ। ବକୟା ଅର୍ଥ ମିଳିପାରେ।

କର୍କଟ: ଅର୍ଥାଭାବ ରହିବ ନାହିଁ। ବିବାଦରେ ବିଜୟୀ ହେବେ। ନବବସ୍ତ୍ର ପ୍ରାପ୍ତ ହେବେ। ଅଜାତ-ଶତ୍ରୁ ହେବେ। ମିତ୍ର, କ୍ଷେତ୍ର, ଗ୍ରାମ, ଉତ୍ତମ ବାହନ ଓ ନାନା ସୁଖଭୋଗ କରିବେ। ଦେବ ପୂଜାରେ ନିରତ ହେବେ ଓ ନିତ୍ୟାନନ୍ଦ ଭୋଗ କରିବେ।

ସିଂହ: ଜଞ୍ଜାଳରେ ଛନ୍ଦି ହୋଇପାରନ୍ତି। ପ୍ରତାରିତ ହେବେ। ବିବାଦରେ ବିଜୟୀ ହେବେ। ଅର୍ଥ ଓ ବସ୍ତ୍ରଲାଭର ସୂଚନା ମିଳୁଛି। କଥାବାର୍ତ୍ତାରେ ସଂଯମତା ରକ୍ଷା କରିବାକୁ ପଡ଼ିବ। ଦାରିଦ୍ର୍ୟର ଅବସାନ ଘଟିବ। ସୁଖ ମିଳିବ।

କନ୍ୟା: ନୂତନ ନିଯୁକ୍ତି ସୁଯୋଗ ରହିଛି। କାର୍ଯ୍ୟରେ ସଫଳତା ଲାଭ କରିବେ। ଚିନ୍ତା ଦୂର ହେବ। ସମ୍ମାନିତ ହେବେ। ଉଚ୍ଚକର୍ତ୍ତୃପକ୍ଷଙ୍କ ସାନ୍ନିଧ୍ୟ ଲାଭ କରିବେ। ପାରିବାରିକ ଶାନ୍ତି ମିଳିବ। ପ୍ରତିଯୋଗିତାରେ ବିଜୟୀ ହେବେ।

ତୁଳା: ପରାଶ୍ରିତ ହୋଇପାରନ୍ତି। ବନ୍ଧୁଙ୍କ ସହିତ ମନୋମାଳିନ୍ୟ ଘଟିପାରେ। ମନରେ ଭୟ ଉପୁଜିବାର ସମ୍ଭାବନା ଅଛି। ଅତ୍ୟଧିକ ଚିନ୍ତା କରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ। ବିଭିନ୍ନ ଦିଗରୁ ଧନାଗମର ଶୁଭ ସୂଚନା ମିଳୁଛି।

ବିଛା: ଗାଡ଼ି-ମଟର ଚଳା-ଚଳରେ ସତର୍କ ରହିବେ। ସୁଖ-ସମ୍ମାନ ଲାଭ କରିପାରନ୍ତି। ଆୟ ଆଶାନୁରୂପ ହେବ। ବନ୍ଧୁ ଓ ସରକାରୀ ସହାୟତାରୁ ଲାଭବାନ ହେବେ। ଉତ୍ତମ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁଖୀ ହେବେ।

ଧନୁ: କାର୍ଯ୍ୟକ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇପାରେ। ଭ୍ରାତୃଭାବ ଅତୁଟ ରହିବ। ଖର୍ଚ୍ଚାନ୍ତ ହୋଇପାରନ୍ତି। ମିଷ୍ଟଭାଷୀ ହେବେ। ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ରହିବେ। କାର୍ଯ୍ୟରେ ସଫଳତା ମିଳିବ; ମାତ୍ର କଷ୍ଟ ସ୍ବୀକାର କରିବାକୁ ପଡ଼ିବ।

ମକର: ପରର ଉପକାର କରିବାକୁ ଯାଇ ନିଜେ କ୍ଷତି ଗ୍ରସ୍ତ ହେବାର ସୂଚନା ମିଳୁଛି। ମୂଲ୍ୟବାନ ଦ୍ରବ୍ୟ କିଣିବେ। ଲୋକପ୍ରିୟତା ଅର୍ଜନ କରିବେ। ଅଧିକ ଦାୟିତ୍ବ ବହନ କରିପାରନ୍ତି। ଆୟ ବୃଦ୍ଧି ହେବ। କାର୍ଯ୍ୟରେ ସିଦ୍ଧି ଲାଭ କରିବେ।

କୁମ୍ଭ: ଲୋକମାନଙ୍କର ଆଦରଣୀୟ ହେବେ। ସମ୍ମାନିତ ହେବା ଆଶା କରାଯାଏ। କାର୍ଯ୍ୟ ସିଦ୍ଧି ହେବ; ମାତ୍ର ବିଳମ୍ବରେ। ବ୍ୟବସାୟରେ ଲାଭବାନ ହେବେ। କେତେକ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି। ସରକାରୀ ଧନ ମିଳି ପାରେ।

ମୀନ: କର୍ମକ୍ଷେତ୍ରରେ ଆଗୁସାର ହେବେ। ପରୋପକାରୀ ହୋଇପାରନ୍ତି। ବ୍ୟବସାୟରେ ଲାଭବାନ ହେବେ। କେତେକ ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତିି। ପାରିବାରିକ ଶାନ୍ତି ମିଳିବ। ପ୍ରିୟଜନଙ୍କ ସହ ଭ୍ରମଣ ସୁଖ ଲାଭ କରି ଆତ୍ମ ସନ୍ତୋଷ ଲାଭ କରିବେ।

Leave A Reply