www.samajalive.in
Monday, December 15, 2025
14.1 C
Bhubaneswar

ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ପାଠ୍ୟକ୍ରମ

କଟକ : ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ପାଠ୍ୟକ୍ରମରେ ନୂଆ ବିଷୟ ଯୋଡ଼ି ହୋଇଛି। ‘ଆସ୍‌ପିରେସନାଲ କମ୍ପାେନେଣ୍ଟ’ ନାମରେ ରହିଛି ଏହି ନୂଆ ବିଷୟ। ନୂଆ ପାଠ୍ୟକ୍ରମ ନେଇ ସୋମବାର ସାମ୍ବାଦିକ ସମ୍ମିଳନୀରେ ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଚଳିତ ବର୍ଷ ନବମ ଶ୍ରେଣୀରୁ ନୂଆ ବିଷୟ ଆରମ୍ଭ ହେବ। ଏଥିସହିତ ଆସନ୍ତା ବର୍ଷଠାରୁ ଉଭୟ ନବମ ଏବଂ ଦଶମ ଶ୍ରେଣୀରେ ଏହା ଲାଗୁ ହେବ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଆସ୍‌ପିରେସନାଲ କମ୍ପାେନେଣ୍ଟରେ ୪ଟି ବିଭାଗ ରହିବ। ସେଗୁଡ଼ିକ ହେଉଛି ବୁକ୍ ରିଭ୍ୟୁ, ପ୍ରୋଜେକ୍ଟ ୱାର୍କ, କୋ-କରିକୁଲମ ଆକ୍ଟିଭିଟି ଏବଂ ବେସିକ୍ ଆଇଟି ସ୍କିଲ। ପ୍ରତ୍ୟେକ ବିଭାଗ ପାଇଁ ୨୫ମାର୍କ ଲେଖାଏଁ ହୋଇ ବିଷୟ ପାଇଁ ମୋଟ୍‌ ୧୦୦ ମାର୍କ ରହିବ। ଏଥିସହ ବର୍ଷକୁ ୪ଥର ଛାତ୍ରଛାତ୍ରୀଙ୍କ ଦକ୍ଷତା ମପାଯିବ। ମାର୍କ ଅନୁସାରେ A,B,C,D ଗ୍ରେଡ ବ୍ୟବସ୍ଥା ରହିବ। କରୋନା ସମୟରେ ପିଲାଙ୍କ ପାଠ୍ୟକ୍ରମରେ ପରିବର୍ତ୍ତନ କରାଯାଇଥିବା ବେଳେ ବର୍ତ୍ତମାନ ପିଲାଙ୍କର ବୌଦ୍ଧିକ ବିକାଶ ପାଇଁ ଏହି ପାଠ୍ୟକ୍ରମ ସାମିଲ କରାଯାଇଛି ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

- Advertisement -

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories