www.samajalive.in
Sunday, December 14, 2025
19.1 C
Bhubaneswar

ନଳିନୀକାନ୍ତ ପ୍ରଧାନଙ୍କ ଇସ୍ତଫା : ରସାନନ୍ଦ ସାହୁଙ୍କୁ ପୂର୍ତ୍ତ ସଚିବ ଦାୟିତ୍ବ

ଭୁବନେଶ୍ୱର :ରାଜ୍ୟ ସରକାରଙ୍କ ପୂର୍ତ୍ତ ସଚିବ ପଦରୁ ଗୁରୁବାର ନଳିନୀକାନ୍ତ ପ୍ରଧାନ ସ୍ବଇଚ୍ଛାରେ ଇସ୍ତଫା ଦେଇଛନ୍ତି। ଏନେଇ ଶ୍ରୀ ପ୍ରଧାନ ତାଙ୍କର ଇସ୍ତଫା ପତ୍ର ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ପୂର୍ତ୍ତ ସଚିବ ଦାୟିତ୍ବରେ ରାଜ୍ୟ ସରକାର ଯନ୍ତ୍ରୀମୁଖ୍ୟ(ଇଆଇସି) ରସାନନ୍ଦ ସାହୁଙ୍କୁ ଅବସ୍ଥାପିତ କରିଛନ୍ତି।
ଶ୍ରୀ ପ୍ରଧାନଙ୍କ ଇସ୍ତଫାକୁ ନେଇ ସଚିବାଳୟରେ କର୍ମୀ ମହଲରେ ଏକ ପ୍ରକାର ଭ୍ରୁକୁଞ୍ଚନ ସୃଷ୍ଟି ହେଉଛି। ବିଭାଗୀୟ କର୍ମଚାରୀଙ୍କଠାରୁ ଆରମ୍ଭ କରି ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଶ୍ରୀ ପ୍ରଧାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି। ଅନ୍ୟପକ୍ଷରେ କର୍ମଚାରୀ ଓ ଅଧିକାରୀମାନେ ମେଳି ହୋଇ ଶ୍ରୀ ପ୍ରଧାନ ରାଜନୀତିରେ ପ୍ରବେଶ କରିବାକୁ ଥିବାରୁ ଏହା ପୂର୍ବରୁ ସେ ଅବ୍ୟାହତି ନେଉଥିବା ଶୁଣାଯାଉଛି।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories