www.samajalive.in
Friday, December 12, 2025
16.1 C
Bhubaneswar

ପୁଣି ଚର୍ଚ୍ଚାରେ ତୁଷୁରା ତେଲ ନଦୀ : ପୋଳ ତଲେ ପଡିଛି ନବଜାତ ଶିଶୁର ମୃତ ଦେହ 

ଗୁଡ଼ଭେଲା : ପୁଣିଥରେ ଚର୍ଚ୍ଚାରେ ବଲାଙ୍ଗୀର ଜିଲ୍ଲାର ତୁଷୁରା ସ୍ଥିତଧାନ ଘରା ତେଲ ନଦୀ ବ୍ରିଜ । ଏହି ବ୍ରିଜ ଉପରେ ପ୍ରତିଦିନ ଘଟୁଛି ଦୁର୍ଘଟଣା। କେତେବେଳେ ବ୍ରିଜ ଉପରୁ ଡେଇଁ ଦୁଇ ଭଉଣୀ  ଆତ୍ମହତ୍ୟା କରିଛନ୍ତି ତ ପୁଣି କେତେବେଳେ ଚଳନ୍ତା ଟ୍ରକ ଗଳି ପଡୁଛି ବ୍ରିଜ ତଳେ । ଏହି ସବୁ ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ସୋମବାର ଆଉ ଏକ ଘଟଣା ସାମ୍ନାକୁ ଆସିଛି । ତେଲନଦୀ ପୋଲ ତଳେ ଏକ ନବଜାତ ଶିଶୁର ମୃତ ଦେହ ବାଲି ଶଯ୍ୟା ଉପରେ ପଡିଥିବା ଦେଖିବାକୁ ମିଲିଛି। ମୃତ ନବଜାତ ଶିଶୁକୁ କିଏ ଓ କେଉଁ ପରିସ୍ଥିତିରେ ନଦୀ ତଳକୁ ଫିଙ୍ଗି ଦେଇଛି  ସେହି ଦିଗରେ ତୁଷୁରା ପୁଲିସ ତଦନ୍ତ ଆରମ୍ଭ କରିଛି । ନଦୀ ଭିତରେ ପଡିଥିବା ଶିଶୁର ଗୋଡରେ ସରକାରୀ ଟେଗ ମଧ୍ୟ ଲାଗିଥିବା ଦେଖିବାକୁ ମିଲିଛି।  ଜନ୍ମ ଦେଇଥିବା ମାଁର ନାମ ମମତା ରଣା, ଆଇ ନମ୍ବର ୩୪୦୭୭, ଜନ୍ମ ହୋଇଥିବା ତାରିଖ ୬/୧୧/୨୧ ପୂର୍ବାହ୍ନ ୧୨.୧୨ ସମୟରେ ହୋଇଛି ଏବଂ ୨ କେ.ଜି ୨ ଶହ ୩୦ ଗ୍ରାମ ଓଜନ ଥିବା ସହ ନବଜାତ ଶିଶୁ ପୁତ୍ର ବଲାଙ୍ଗୀର ଭିମଭୋଇ
 ଡାକ୍ତରଖାନାର ବୋଲି ଟେଗରେ ସୂଚନା  ରହିଥିବା ତୁଷୁରା ପୋଲିସ ପକ୍ଷରୁ ସୂଚନା ମିଳିଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories