www.samajalive.in
Thursday, December 11, 2025
15.1 C
Bhubaneswar

ବିଜୁ ଜନତା ଦଳର କର୍ମକର୍ତ୍ତା ବୈଠକ

ଝୁମ୍ପୁରା : ଝୁମ୍ପୁରା ବ୍ଲକ ଟୁକୁଡିହା ପଞ୍ଚାୟତର ସରାସିଙ୍ଗା ସିଧେଶ୍ୱର ମଠ ପରିସର ମଧ୍ୟରେ ୧୮ ନମ୍ବର ଜିଲାପରିଷଦ ଜୋନର ଜୋନସ୍ତରୀୟ କର୍ମକର୍ତ୍ତା ବୈଠକ ସୋମବାର ଦିନ ପାଟଣା ବିଧାୟକ ଜଗନ୍ନାଥ ନାୟକଙ୍କ ପ୍ରତ୍ୟକ୍ଷ ତ୍ୱତ୍ତା ବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି ଜୋନ ସ୍ତରୀୟ କର୍ମକର୍ତ୍ତା ବୈଠକରେ ପାଟଣା ନିର୍ବାଚନ ମଣ୍ଡଳିର ପର୍ଯ୍ୟବେକ୍ଷକ ତଥା ପଟ୍ଟାମୁଣ୍ଡାଇ ନିର୍ବାଚନ ମଣ୍ଡଳିର ପୂର୍ବତନ ବିଧାୟକ କିଶୋର ତରାଇ, ଜିଲା ସଭାପତି ମାଧବ ସର୍ଦ୍ଦାର, ଝୁମ୍ପୁରା ବ୍ଲକ ବିଜୁ ଯୁବ ଜନତାଦଳର ସଭାପତି ହରିଭକ୍ତ କୁନା ଗିରି, ବିଜୁ ଜନତା ଦଳର ପୂର୍ବତଜ ଜିଲା ସଭାପତି ଆଶିଷ ଚକ୍ରବର୍ତ୍ତୀ, ଏସସି ସେଲର ସଭାପତି ଭରତ ପାତ୍ର, ଝୁମ୍ପୁରା ବ୍ଲକ ସଭାପତି କଫିଲ ଆନସାରୀ, ଝୁମ୍ପୁରା ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ନାଏକ, ସାଧାରଣ ସଂପାଦକ ମହେନ୍ଦ୍ର ସାହୁ, ମହିଳା ନେତ୍ରୀ ସବିତା ମହାନ୍ତ, ବିଜେଡିର ବରିଷ୍ଠ କାର୍ଯ୍ୟକର୍ତ୍ତା ଯଦୁନାଥ ରାଉତ, ସୁଶାନ୍ତ ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ।

ଏହି ୧୮ ନମ୍ବର ଜିଲାପରିଷଦ ଜୋନରେ ବର୍ତ୍ତମାନ ବିଜେଡି ଦଳର ସ୍ଥିତି କିପରୀ ରହିଛି । ସେ ସମ୍ପର୍କରେ ୮ଟି ପଞ୍ଚାୟତର ପଞ୍ଚାୟତ ସଭାପତି ସମ୍ପାଦକ , ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ତଥା ବରିଷ୍ଠ କର୍ମକର୍ତ୍ତା ମାନଙ୍କ ସହିତ ଆଲୋଚନା ହୋଇଥିଲା । ଗତ ଜିଲାପରିଷଦ ନିର୍ବାଚନରେ ବିଜେଡି ଏହି ଜୋନରେ ପରାଜୟ ବରଣ କରିଥିବାରୁ ଚଳିତ ନିର୍ବାଚନରେ ଜିଲାପରିଷଦ ସଭ୍ୟଙ୍କୁ ନିର୍ବାଚିତ କରିବା ପାଇଁ କିପରୀ ରଣ କୌଶଳ ପ୍ରସ୍ତୁତ କରାଯିବ, ଭୋଟର ମାନଙ୍କୁ ରାଜ୍ୟ ସରକାରଙ୍କ ଲୋକପ୍ରିୟ ଯୋଜନା ସମ୍ପର୍କରେ ଅବଗତ କରିବା ସହିତ ଯୁବ ବର୍ଗକୁ ଅଧିକ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବା ସହିତ ବରିଷ୍ଠ ମାନଙ୍କୁ ଠାରୁ ପରାମର୍ଶ ନେଇ କିପରୀ କାର୍ଯ୍ୟକରାଯିବ ସେ ସମ୍ପର୍କରେ ଏହି କର୍ମକର୍ତ୍ତା ବୈଠକରେ ଯୋଗଦାନ କରିଥିବା ବିଜେଡିର ବରିଷ୍ଠ ସଦସ୍ୟ ମାନେ ପରାମର୍ଶ ଦେଇଥିଲେ। ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳର ସ୍ଥିତ କେଉଁ ପଞ୍ଚାୟତରେ କିପରି ରହିଥିଲା ବର୍ତ୍ତମାନ ତାର ଅଗ୍ରଗତି ହୋଇଚି କି ନାହିଁ ତାର ସମୀକ୍ଷା କରିଥିଲେ ପର୍ଯ୍ୟବେକ୍ଷକ। ଉଖୁଣ୍ଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ଲାଲ ମୋହନ ମୁଣ୍ଡା ରାଜ୍ୟ ସରକାରଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ତାଙ୍କ ସମର୍ଥଙ୍କୁ ନେଇ ଆନୁଷ୍ଠାନିକ ଭାବେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ଏହି କର୍ମକର୍ତ୍ତା ବୈଠକରେ ଏହି ଜୋନର ବିଭିନ୍ନ ପଞ୍ଚାୟତରୁ ୩୦ରୁ ଉଦ୍ଦ୍ୱର୍ ଅନ୍ୟ ଦଳର କର୍ମୀ ମାନେ ବିଧିବଦ୍ଧ ଭାବେ ଯୋଗଦାନ କରିଥିବା ଦେଖିବାକୁ ମିଳିଥିଲା । ଏହି ବୈଠକରେ ଗୁଣ୍ଡୁଣିଆଁ ପଞ୍ଚାୟତ ସମେତ ଚଉଠିଆ, ଅସନପାଟ, ବାରିଆ, ଧନୁର୍ଜୟପୁର,ଉଖୁଣ୍ଡା, ଟୁକୁଡିହା, ବଡନେଉଳି ପଞ୍ଚାୟତର ବିଜୁ ଜନତା ଦଳର କର୍ମୀ ମାନେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା। ଏହି କର୍ମକର୍ତ୍ତା ବୈଠକକୁ ବିଜୁ ଜନଦା ଦଳର ସକ୍ରିୟ ସଦସ୍ୟ ମାନେ ପରିଚାଳନାରେ ସହଯୋଗ କରିଥିଲେ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories