ଲାଞ୍ଜିଗଡ : ଦୁଇଦିନ ତଳେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଶିବାଜୀ ମାଝୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତ ଅବସରରେ ବିଜେଡିରେ ଯୋଗ ଦେଇଛନ୍ତି । ଇସ୍ତଫା ଦେବା ଦିନଠାରୁ ସେ ବିଜେଡିକୁ ଯିବା ନିଶ୍ଚିତ ବୋଲି ଜଣାପଡି ଥିବାବେଳେ ଆଜି ପୂର୍ବାନୁମାନ ସତ ହୋଇଛି । ଭବାନୀପାଟଣାଠାରେ ଆୟୋଜିତ ବିଜେଡିର ମିଶ୍ରଣ ପର୍ବରେ ଆନୁଷ୍ଠାନିକ ଭାବେ ବିଜେଡି ଦଳରେ ଯୋଗ ଦେଇଥିବା ସେ ଘୋଷଣା କରିଛନ୍ତି । ବିଜେଡି ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟସଭା ସାଂସଦ ସୁଜିତ କୁମାର ଓ ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଥିବାବେଳେ ଦଳୀୟ କର୍ମକର୍ତ୍ତା ତାଙ୍କୁ ସ୍ୱାଗତ ଜଣାଇଥିଲେ। ସେହିପରି ଆଜି ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ମୁନା ମହାନ୍ତି ତଥା ସମାଜସେବୀ ବାବୁଲି ସ୍ୱାଇଁ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ଶିବାଜୀ ବିଜେଡିରେ ସାମିଲ ହେବା ପରେ ଆଗକୁ ଦଳ ଯେଉଁ ଦାୟିତ୍ୱ ଦେବ ସେ ଶୃଙ୍ଖଳିତ ଭାବେ ନିର୍ବାହ କରିବେ ବୋଲି ସୂଚନା ଦେଇଛନ୍ତି । ଅପରପକ୍ଷରେ ଶିବାଜୀଙ୍କ ଦଳ ତ୍ୟାଗ ଦଳ ଓ ଏହାର କର୍ମକର୍ତ୍ତାଙ୍କ ଉପରେ କୌଣସି ପ୍ରଭାବ ପକାଇବନି ବୋଲି କଂଗ୍ରେସ କହିଛି ।
Popular Categories



