www.samajalive.in
Saturday, December 6, 2025
14.1 C
Bhubaneswar

ରାଜ୍ୟରେ ନୂଆ ୪୭୬୧ କୋଭିଡ ପଜିଟିଭ ଚିହ୍ନଟ; ୫ ମୃତ: ଖୋର୍ଦ୍ଧାରୁ ସର୍ବାଧିକ ୮୨୦ ଜଣ ପଜିଟିଭ

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୪୭୬୧ ଜଣ ନୂଆ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନରୁ ୨୭୮୫ ଓ ସ୍ଥାନୀୟ ସଂକ୍ରମିତ ୧୯୭୬ ଜଣଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୮୨୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ କୋଭିଡ ସଂକ୍ରମିତଙ୍କ ମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ନୂଆପଡାରୁ ୩, କେନ୍ଦୁଝର ଓ ରାୟଗଡାରୁ ଜଣେ ଲେଖାଏଁ ଅଛନ୍ତି। ଏଥିସହିତ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୯୫୩କୁ ବୃଦ୍ଧିପାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡରୁ ୬୭୩, ନୂଆପଡାରୁ ୫୩୪, ବଲାଙ୍ଗୀର ୩୨୨, ଝାରସୁଗୁଡା ୨୩୪, ବରଗଡ ୧୯୮, ସମ୍ବଲପୁରରୁ ୧୮୩ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି କଟକରୁ ୧୭୬, କଳାହାଣ୍ଡିରୁ ୧୬୭ ଚିହ୍ନଟ ହୋଇଥିବାବେଳେ ଷ୍ଟେଟପୁଲରୁ ୧୬୦ ଜଣଙ୍କୁ ଚିହ୍ନଟ କରାଯାଇଛି। ନବରଙ୍ଗପୁରରୁ ୧୫୪, କେନ୍ଦୁଝର ୧୦୩, ଯାଜପୁରରୁ ୮୬ ଜଣଙ୍କୁ ଚିହ୍ନଟ କରାଯାଇଛି। ଅନୁରୂପ ଭାବେ ପୁରୀରୁ ୧୯୩, ମୟୁରଭଞ୍ଜ ୮୬, ଯାଜପୁର ୮୬, ବାଲେଶ୍ୱର ୮୪, ଅନୁଗୁଳ ୮୧, ଭଦ୍ରକ ୬୩, ନୟାଗଡ ୬୩, ରାୟଗଡା ୬୦, କେନ୍ଦ୍ରାପଡା ୫୦ ଓ ଗଞ୍ଜାମରୁ ୪୯ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟର ସୁବର୍ଣ୍ଣପୁରରୁ ୪୬, ଗଜପତି ୩୧, ଦେବଗଡ ୩୧, କୋରାପୁଟ ୩୧, କନ୍ଧମାଳ ୨୫ ଓ ବଉଦରୁ ୨୩ ଜଣଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ଜଗତସିଂହପୁରରୁ ୨୨, ଢେଙ୍କାନାଳ ୬, ମାଲକାନଗିରିରୁ ୬ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ମୋଟ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୭୭ ହଜାର ୪୬୪କୁ ବୃଦ୍ଧିପାଇଛି। ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୪୭ ହଜାର ୬୩୭ ସୁସ୍ଥ ହୋଇଛନ୍ତି ଏବଂ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୭ ହଜାର ୮୨୧ ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories