www.samajalive.in
Saturday, December 6, 2025
26.1 C
Bhubaneswar

ଭାରତକୁ ଟିକା ପ୍ରସ୍ତୁତି ଉପାଦାନ ରପ୍ତାନି ଉପରେ ଆମେରିକାର ପ୍ରତିବନ୍ଧକ

ୱାଶିଂଟନ: ଭାରତରେ କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ନିୟନ୍ତଣ ବାହାରକୁ ଯାଉଥିବାବେଳେ କୋଭିଡ ପ୍ରତିଷେଧକ ଟିକା ଅଧିକ ଉତ୍ପାଦନ ପାଇଁ ଆବଶ୍ୟକ କେତେକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଭାରତକୁ ରପ୍ତାନି କରିବା ଉପରେ ଆମେରିକା ଲଗାଇଥିବା ନିଷେଧାଦେଶ ଉଠାଇବାକୁ ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ସୋମବାର କରାଯାଇଥିବା ଅନୁରୋଧ ଉପରେ ହ୍ୱାଇଟହାଉସ କିଛି ମତାମତ ଦେଇନାହିଁ। ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ କୁହାଯାଇଛି ଯେ ବାଇଡେନ ପ୍ରଶାସନ କୋଭିଡ ଟିକା ପ୍ରସ୍ତୁତି ପାଇଁ ଆବଶ୍ୟକ ଉପାଦାନ ଭାରତକୁ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହା ପ୍ରତ୍ୟାହାର କରିନେବାକୁ ଇନଷ୍ଟିଚ୍ୟୁଟ ପକ୍ଷରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ନିବେଦନ କରାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ସେ ବାବଦରେ ଉତ୍ତର ମିଳିନାହିଁ। ଭାରତରେ ସରକାରୀ ସୂତ୍ର ଅନୁଯାୟୀ ଏ ସମ୍ପର୍କରେ ବାଇଡେନ ପ୍ରଶାସନ ବିଚାର କରୁଥିବା ଭାରତକୁ ଜଣାଇଛନ୍ତି। ଏ ସମ୍ପର୍କରେ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories