www.samajalive.in
Saturday, December 6, 2025
26.1 C
Bhubaneswar

ଭାରତକୁ ଟିକା ପ୍ରସ୍ତୁତି ଉପାଦାନ ରପ୍ତାନି ଉପରେ ଆମେରିକାର ପ୍ରତିବନ୍ଧକ

ୱାଶିଂଟନ: ଭାରତରେ କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ନିୟନ୍ତଣ ବାହାରକୁ ଯାଉଥିବାବେଳେ କୋଭିଡ ପ୍ରତିଷେଧକ ଟିକା ଅଧିକ ଉତ୍ପାଦନ ପାଇଁ ଆବଶ୍ୟକ କେତେକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଭାରତକୁ ରପ୍ତାନି କରିବା ଉପରେ ଆମେରିକା ଲଗାଇଥିବା ନିଷେଧାଦେଶ ଉଠାଇବାକୁ ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ସୋମବାର କରାଯାଇଥିବା ଅନୁରୋଧ ଉପରେ ହ୍ୱାଇଟହାଉସ କିଛି ମତାମତ ଦେଇନାହିଁ। ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ କୁହାଯାଇଛି ଯେ ବାଇଡେନ ପ୍ରଶାସନ କୋଭିଡ ଟିକା ପ୍ରସ୍ତୁତି ପାଇଁ ଆବଶ୍ୟକ ଉପାଦାନ ଭାରତକୁ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହା ପ୍ରତ୍ୟାହାର କରିନେବାକୁ ଇନଷ୍ଟିଚ୍ୟୁଟ ପକ୍ଷରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ନିବେଦନ କରାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ସେ ବାବଦରେ ଉତ୍ତର ମିଳିନାହିଁ। ଭାରତରେ ସରକାରୀ ସୂତ୍ର ଅନୁଯାୟୀ ଏ ସମ୍ପର୍କରେ ବାଇଡେନ ପ୍ରଶାସନ ବିଚାର କରୁଥିବା ଭାରତକୁ ଜଣାଇଛନ୍ତି। ଏ ସମ୍ପର୍କରେ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories