ଆରବ ସାଗରରେ ନୌସେନାର ସମରାଭ୍ୟାସ

0

ନୂଆଦିଲ୍ଲୀ : ଚୀନ ଓ ପାକିସ୍ତାନକୁ ଏକକାଳୀନ ମୁକାବିଲା କରିବା ଉଦ୍ଦେଶ୍ୟରେ ନୌସେନା ଆରବ ସାଗରରେ ବଡ ଧରଣର ସମରାଭ୍ୟାସ କରିଛି। ନୌସେନା ସହିତ ସେନା, ବାୟୁସେନା, ତଟରକ୍ଷୀ ବାହିନୀ ମିଳିତ ଭାବେ ସମରାଭ୍ୟାସ କରିଛନ୍ତି। ପ୍ରାୟ ଦୁଇମାସ ଧରି ଏହି ସମରାଭ୍ୟାସ ହୋଇଥିବା ଜଣାଯାଇଛି। ଉତ୍ତର ଆରବ ସାଗରରୁ ଦକ୍ଷିଣ ଭାରତ ମହାସାଗରର ସୁନନ୍ଦା ପ୍ରଣାଳୀ ପର୍ଯ୍ୟନ୍ତ ଏହି ସମରାଭ୍ୟାସ ହୋଇଥିଲା। ଏଥିରେ ନୌସେନାର ଅପରେସନାଲ ଜାହାଜ, ବୁଡା ଜାହାଜ, ଯୁଦ୍ଧବିମାନକୁ ନିୟୋଜିତ କରାଯାଇଥିଲା। ସେହିପରି ସ୍ଥଳ ସେନାର ସମସ୍ତ ଉପକରଣ, ବାୟୁସେନାର ଯୁଦ୍ଧବିମାନ ଓ ତରରକ୍ଷୀ ବାହିନୀର ଜାହାଜ ଓ ଯୁଦ୍ଧବିମାନକୁ ସାମିଲ କରାଯାଇଥିଲା।

Leave A Reply