www.samajalive.in
Sunday, December 14, 2025
19.1 C
Bhubaneswar

ନେତାଜୀଙ୍କୁ ମିଳୁ ‘ଜାତୀୟ ପୁତ୍ର’ ମାନ୍ୟତା: ଅଦାଲତରେ ଆବେଦନ

କଟକ : ନେତାଜୀଙ୍କୁ ‘ଜାତୀୟ ପୁତ୍ର’ ଏବଂ ‘ଆଜାଦ୍‌ ହିନ୍ଦ୍‌ ଫୌଜ’ ପ୍ରତିଷ୍ଠା ଦିବସକୁ ‘ଜାତୀୟ ଦିବସ’ ଭାବେ ଘୋଷଣା ପାଇଁ ଦାବି ହୋଇଛି। ଆଜି ନେତାଜୀ ଜୟନ୍ତୀ ଥିବାବେଳେ ଏହାକୁ ନେଇ ରୁଜୁ ମାମଲାରେ ହାଇକୋର୍ଟ ବୁଧବାର ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ଲାଗି ହାଇକୋର୍ଟ ନୋଟିସ୍‌ ଜାରି କରିଛନ୍ତି। କଟକର ସମାଜସେବୀ ପୀନାକ୍‌ ପାଣି ମହାନ୍ତିଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଅରିନ୍ଦମ ସିହ୍ନା ଏବଂ ବିଚାରପତି ମୃଗାଙ୍କ ଶେଖର ସାହୁଙ୍କ ଖଣ୍ଡପୀଠ ଏହି ନିର୍ଦେଶ ଦେଇଛନ୍ତି । ମାମଲାର ଶୁଣାଣି ଆସନ୍ତା ଫେବୃଆରୀ ୧୨କୁ ଧାର୍ଯ୍ୟ ହୋଇଛି। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ନିଖୋଜ ହେବାର ୭୮ବର୍ଷ ବିତିଲାଣି। ହେଲେ ଏ ପର୍ଯ୍ୟନ୍ତ ତାଙ୍କୁ ଏ ଦେଶରେ ଉଚିତ୍‌ ସମ୍ମାନ ମିଳିପାରି ନାହିଁ। ନେତାଜୀଙ୍କ ଦେଶପ୍ରତି ଅବଦାନ ଏବଂ ସ୍ବାଧୀନତା ପାଇଁ ସେ ଯେଉଁଭଳି ବଳିଦାନ ଦେଇଛନ୍ତି । ତାଙ୍କୁ ଦେଶର ‘ଜାତୀୟ ପୁତ୍ର’ ଭାବେ ସରକାର ଘୋଷଣା କରିବା ଆବଶ୍ୟକ। ଏଥିସହ ତାଙ୍କ ଦ୍ବାରା ଗଠିତ ‘ଆଜାଦ୍‌ ହିନ୍ଦ୍‌ ଫୌଜ ପ୍ରତିଷ୍ଠା ଦିବସକୁ ‘ଜାତୀୟ ଦିବସ’ ଭାବେ ମଧ୍ୟ ଘୋଷଣା କରିବା ପାଇଁ ଆବେଦନକାରୀ ଶ୍ରୀ ମହାନ୍ତି ପିଟିସନ୍‌‌ରେ ଦର୍ଶାଇଛନ୍ତି ଏବଂ ତାଙ୍କର ଜନ୍ମସ୍ଥାନକୁ ‘ଜାତୀୟ ସ୍ମାରକୀ’ ଭାବେ ଘୋଷଣା କରାଯିବା ଲାଗି ମଧ୍ୟ ଆବେଦନରେ ଦର୍ଶାଯାଇଛି। ସ୍ବାଧୀନତା ସମୟରେ ଇଣ୍ଟିଲେଜେନ୍ସି ବ୍ୟୁରୋ ନିକଟରେ ଥିବା ସିକ୍ରେଟ୍‌ ଫାଇଲ୍‌କୁ ହସ୍ତାନ୍ତର କରାଯିବା ଆବଶ୍ୟକ ରହିଥିବା ବେଳେ ନେତାଜୀଙ୍କ ଉପରେ ବସିଥିବା ଜଷ୍ଟିସ୍‌ ମୁଖାର୍ଜୀ କମିସନଙ୍କ ତଦନ୍ତ ରିପୋର୍ଟ ମଧ୍ୟ ସାର୍ବଜନୀନ ହେବାର ଆବଶ୍ୟକ ରହିଛି। ଆବେଦନକାରୀ ଉକ୍ତ ଦାବିକୁ ଆଧାର କରି ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହି ସ୍ମାରକପତ୍ର କୁ ଗୃହ ମନ୍ତ୍ରାଳୟକୁ ପଠାଇ ଦିଆଯାଇଛି। ମାତ୍ର ଏହା ଉପରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏହି ପ୍ରାର୍ଥନାକୁ ହାଇକୋର୍ଟ ଗ୍ରହଣ କରି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ଲାଗି ନିର୍ଦେଶ ଦେଇଛନ୍ତି।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories