www.samajalive.in
Sunday, December 7, 2025
26.1 C
Bhubaneswar

ମଣ୍ଡିରେ ଜବତ ୧୦୬ ପ୍ୟାକେଟ ଧାନର ମାଲିକ ନାହିଁ, ଦଲାଲ୍ ଫେରାର୍

ନର୍ଲା: ଆଜି କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ନର୍ଲା ବ୍ଲକର ସେରଗଡ ଧାନ ସଂଗ୍ରହ କେନ୍ଦ୍ରରେ ନର୍ଲା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନର୍ଲା ଯୋଗାଣ ନିରୀକ୍ଷକ ସନ୍ତୋଷ କୁମାର ପ୍ରଧାନ ଓ ଅତିରିକ୍ତ ଯୋଗାଣ ଅଧିକାରୀ ଧୂମାରାମ ମୁର୍ମୁ ପ୍ରମୁଖ ବିକ୍ରୟ ପାଇଁ ଥିବା ଚାଷୀର ଧାନକୁ ତଦାରଖ କରିଥିଲେ। ଏହି ସମୟରେ ଗୋଟିଏ ଜାଗାରେ ପିତିମ୍ବର ନାଏକ ଚାଷୀଙ୍କ ୧୪୬ ପ୍ୟାକେଟ ଧାନ ଥିବା ଜଣାପଡିଥିଲା। ତେବେ ପିତାମ୍ବରକୁ ଡାକି ପଚାରିବାରେ ସେ ଏହା ତାଙ୍କର ବୋଲି ସ୍ବୀକାର କରିଥିଲେ ହେଁ କେବଳ ୬୦ ପ୍ୟାକେଟ ଧାନ ତାଙ୍କର ବୋଲି ଜଣାଇଥିଲେ। ତେବେ ବଳକା ୧୦୬ ପ୍ୟାକେଟ ଧାନ କାହାର ବୋଲି ପଚାରିବାରେ ସେ ଅନ୍ୟ ଜଣେ ଚାଷୀ ଗୋବିନ୍ଦ ଗୁରୁଙ୍କ ବୋଲି କହିଥିଲେ। ଶେଷରେ ଗୋବିନ୍ଦ ଗୁରୁଙ୍କୁ ଡାକି ପଚାରିବାରେ ସେ ଏହି ଧାନ ମୋର ନୁହେଁ ବୋଲି କହିଥିଲେ ଓ ସଂପୃକ୍ତ ଧାନ ପ୍ୟାକେଟର ମାଲିକ କେହି ବାହାରି ନ ଥିଲେ। ତେଣୁ ଉକ୍ତ ଧାନକୁ ନର୍ଲା ଯୋଗାଣ ନିରୀକ୍ଷକ ଜବତ କରିଛନ୍ତି। ଗୋଟିଏ ପଟେ ଚାଷୀର ଧାନ ଉଠୁନି କହି ଉଭୟ ଚାଷୀ ଓ ରାଜନୈତିକ ମହଲରେ ତୁମ୍ବି ତୋଫାନ ହେଉଥିବା ବେଳେ ମଣ୍ଡିରେ ପଡିଥିବା ଧାନର ମାଲିକ କେହି ନ ଥିବା ଘଟଣାକୁ ଚକିତ କରିଦେଇଛି। ପ୍ରକୃତରେ ମଣ୍ଡିରେ କେତେ ଚାଷୀ ଓ କେତେ ଦଲାଲ୍ଙ୍କ ଧାନ ପଡିରହିଛି ତାହା ଅନୁସନ୍ଧାନ ସାପେକ୍ଷ। ଆଗକୁ ଏହାର କଡାକଡି ଯାଞ୍ଚ ହେଲେ ବହୁ ରହସ୍ୟ ବାହାରିବା ସହ ଅନେକ ଦଲାଲଙ୍କ ଧାନ ଧରାପଡିବ ବୋଲି ଆଶା କରାଯାଉଛି। ଦଲାଲଙ୍କ ପାଇଁ ଉଭୟ ଚାଷୀ ଓ ପ୍ରଶାସନ ହିନସ୍ତା ହେଉଥିବା ଚାଷୀ ମାନେ ଆଲୋଚନା କରୁଥିବା ଶୁଣିବାକୁ ମିଳୁଛି।

ସୂଚନା ଅନୁଯାୟୀ, ଉକ୍ତ ଧାନର ଦାବିଦାର କେହି ନ ଥିବାରୁ ତାହାକୁ ତୁଳାପଡା ପ୍ରାଥମିକ କୃଷି ସେବା ସମବାୟ ସମିତିର ସହ ସଂପାଦକ ଥବିର ରଣାଙ୍କ ଠାରୁ ଜବତ କରାଯାଇଛି ବୋଲି ବିଭାଗୀୟ ସୂଚନା ମିଳିଛି ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories