www.samajalive.in
Sunday, December 7, 2025
14.1 C
Bhubaneswar

ଆଜି ଶପଥ ନେବେ ନେପାଳର ନୂଆ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି

କାଠମାଣ୍ଡୁ : କମ୍ୟୁନିଷ୍ଟ ପାର୍ଟି ଅଫ୍ ନେପାଳ- ୟୁନିଫାଏଡ୍ ମାର୍କସିଷ୍ଟ ଲେନିନିଷ୍ଟ (ସିପିଏନ୍‌-ୟୁଏମ୍ଏଲ)ର ଅଧ୍ୟକ୍ଷ କେପି ଶର୍ମା ଓଲିଙ୍କୁ ନେପାଳର ନୂଆ ପ୍ରଧାନମନ୍ତ୍ରୀ ଭାବେ ରବିବାର ନିଯୁକ୍ତି ଦିଆଯାଇଛି। ନେପାଳର ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି।​‌ ଆଜି ଦିନ ୧୧ଟାରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ (ପ୍ରଚଣ୍ଡ) ସଂସଦରେ ଆସ୍ଥା ଭୋଟରେ ପରାସ୍ତ ହେବା ପରେ ଓଲି ନୂଆ ସରକାର ଗଠନ ଲାଗି ଦାବି କରିଥିଲେ। ଓଲିଙ୍କୁ ସରକାର ଗଠନ ଲାଗି ଏନସି ସଭାପତି ଶେର ବାହାଦୂର ଦେଉବା ସମର୍ଥନ ଜଣାଇଥିଲେ। ଓଲିଙ୍କ ସରକାରକୁ ୧୬୫ଜଣ ସମର୍ଥନ ଦେଉଥିବା ବେଳେ ଏଥିରେ ୟୁଏମ୍ଏଲ ଦଳର ୭୭ଜଣ ସଦସ୍ୟ ଥିବାବେଳେ ଏନସିର ୮୮ଜଣ ସଦସ୍ୟଙ୍କ ଅଛନ୍ତି। ଗତ ଶୁକ୍ରବାର ପ୍ରଚଣ୍ଡଙ୍କ ନେତୃତ୍ବ ସରକାରରୁ ସିପିଏନ୍-ୟୁଏମଏଲ୍‌ ଏହାର ସମର୍ଥନ ପ୍ରତ୍ୟାହାର କରିବା ପରେ ସରକାର ସଂଖ୍ୟା ଲଘୁ ହୋଇପଡିଥିଲା। ସଂସଦରେ ଆସ୍ଥା ଭୋଟ​‌ବେଳେ ପ୍ରଚଣ୍ଡଙ୍କୁ ୧୩୮ଟି ଭୋଟ ଆବଶ୍ୟକ ଥିବାବେଳେ ତାଙ୍କୁ ମାତ୍ର ୬୩ଟି ଭୋଟ ମିଳିଥିଲା। ଫଳରେ ସରକାରର ପତନ ହୋଇଥିଲା।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories