www.samajalive.in
Saturday, December 6, 2025
16.1 C
Bhubaneswar

ସୋସିଆଲ ମିଡ଼ିଆ ଉପରୁ ପ୍ରତିବନ୍ଧକ ହଟାଇଲେ ନେପାଳ ସରକାର

ସମାଜ ଡିଜିଟାଲ ଡେସ୍କ: ନେପାଳରେ ସୋସିଆଲ ମିଡିଆ ବ୍ୟାନ୍‍ ଉପରୁ ପ୍ରତିବନ୍ଧକ ହଟାଇଛନ୍ତି ନେପାଳ ସରକାର । ସୋମବାର ସାଂଘାତିକ ହିଂସା ପରେ ଗତକାଲି ବିଳମ୍ବିତ ରାତିରେ ସରକାର ଏହି ପ୍ରତିବନ୍ଧକ ହଟାଇଛନ୍ତି । ଗତକାଲି ସଂସଦ ଆଗରେ ମୁହାଁମୁହିଁ ହୋଇଥିଲେ ପୁଲିସ-ଜନତା, ଏଥିରେ ୨୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ଦେଶବ୍ୟାପୀ ଜେନ-ଜିଙ୍କ ଆନ୍ଦୋଳନ ପରେ ଇସ୍ତଫା ଦେଇଛନ୍ତି ଗୃହମନ୍ତ୍ରୀ ରମେଶ ଲେଖକ । ଏହି ବିକ୍ଷୋଭରେ ୨୦ଜଣଙ୍କ ପ୍ରାଣ ଯାଇଥିବାରୁ ନୈତିକ ଦାୟିତ୍ୱ ନେଇ ଇସ୍ତଫା ଦେଇଥିବା କହିଛନ୍ତି । ବିକ୍ଷୋଭକୁ ଦମନ କରିବାକୁ ପୁଲିକୁ ଗୁଳିମାଡ ନିର୍ଦେଶ ଦେଇଥିଲେ ଲେଖକ । ସେପଟେ ନେପାଳ ରାଜଧାନୀ କାଠମାଣ୍ଡୁର ବହୁ ସମ୍ବେଦନଶୀଳ ସ୍ଥାନରେ କର୍ଫ୍ୟୁ ଲାଗୁ କରାଯାଇଛି । ଆଇନ ଶୃଙ୍ଖଳା ବଜାୟ ରଖିବାକୁ ଏପରି କରିବାକୁ ସେନାକୁ ନିୟୋଜିତ କରିଛନ୍ତି ନେପାଳ ସରକାର ।

ସେପ୍ଟେମ୍ବର ୪ ତାରିଖରେ ନେପାଳରେ ସୋସିଆଲ ମିଡ଼ିଆ ଆକାଉଣ୍ଟ ୟୁଟ୍ୟୁବ, ଫେସବୁକ୍‍, ଏକ୍ସ ଭଳି ୨୬ଟି ପ୍ଲାଟଫର୍ମ ଉପରେ କଟକଣା ଜାରି କରିଥିଲେ ସରକାର ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories