www.samajalive.in
Saturday, December 6, 2025
26.1 C
Bhubaneswar

ଚିନ୍ତାକଳ୍ପ: ଜନନେତାଙ୍କ ଦାୟିତ୍ବବୋଧ

ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଥିତଯଶା ରାଷ୍ଟ୍ରପତିମାନଙ୍କ ମଧ୍ୟରୁ ଆବ୍ରାହମ ଲିଙ୍କନ ଥି​‌େ​‌ଲ ଅନ୍ୟତମ। ରାଷ୍ଟ୍ରନାୟକ ଭାବରେ ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ଜୀବନଯାପନ କରୁଥିଲେ। ଅତି ସାଦାସିଧା, ସରଳ, ନିରାଡ଼ମ୍ବର ଥିଲେ । ରାଷ୍ଟ୍ରପତି ଭାବରେ ଦାୟିତ୍ବ ନିର୍ବାହ କରୁଥିବା ସମୟର ଏହି ଘଟଣା। କାର୍ଯ୍ୟାଳୟରେ ଥିବା ସମୟରେ ସେଦିନ ଜଣେ ଘନିଷ୍ଠ ମିତ୍ର ତାଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ, ହାତରେ ଥିଲା କିଛି ଖବରକାଗଜର କଟିଂ (ଚିରାଯାଇଥିବା ଅଂଶ)। ଏହାକୁ ଲିଙ୍କନଙ୍କ ସମ୍ମୁଖରେ ରଖି କହିଥିଲେ- ‘ମିତ୍ର! ଦେଖନ୍ତୁ କ’ଣ ସବୁ ଛପା ହୋଇଛି। ଆପଣଙ୍କୁ ସମାଲୋଚନା କରାଯାଇ ଏତେ ସବୁ ଲେଖା ଖବର କାଗଜରେ ବାହାରୁଛି। ଆଉ ଆପଣ ଚୁପ୍‌ଚାପ୍‌ ବସିଛନ୍ତି। ମୂକ ସଦୃଶ। ଆପଣ ଏହାର ପ୍ରତିବାଦ ଲେଖା କାହିଁକି ସେହିସବୁ ସମ୍ବାଦପତ୍ରକୁ ପଠାଉନାହାନ୍ତି ?’ ଏହାଦ୍ବାରା ତ ପରୋକ୍ଷରେ ପ୍ରମାଣିତ ହେଉଛି ଯେ ଯାହାସବୁ ଖବରକାଗଜରେ ଲେଖାଯାଉଛି ସେ ସବୁ ସତ କିମ୍ବା ଅର୍ଦ୍ଧସତ୍ୟ।

ଲିଙ୍କନ ଏହା ଶୁଣି ହସିହସି କହିଥିଲେ- ମିତ୍ର! ଯଦି ମୁଁ ଖବର କାଗଜର ପ୍ରତ୍ୟେକ ଆଲୋଚନା ଉପରେ ନଜର ପକାଇବି, ଏହାର ଯଥାର୍ଥ ଉତ୍ତର ଦେବା ପାଇଁ ପ୍ରଯତ୍ନ କରିବି, ତାହାହେଲେ ମୁଁ ଭାବୁଛି ରାଷ୍ଟ୍ରର ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ପାଇଁ ଯେଉଁ ଗୁରୁଦାୟିତ୍ବ ମୋ ଉପରେ ନ୍ୟସ୍ତ କରାଯାଇଛି ସେ ନିମନ୍ତେ ଆଦୌ ସମୟ ପାଇବି ନାହିଁ। ମୁଁ ଉତ୍ତମ ଢ଼ଙ୍ଗରେ ରାଷ୍ଟ୍ରସ୍ବାର୍ଥକୁ ଦୃଷ୍ଟିରେ ରଖି କାର୍ଯ୍ୟ ସମ୍ପାଦନ ନିମନ୍ତେ ପ୍ରଯତ୍ନ କରୁଛି। ଯଦି ମୋର କାର୍ଯ୍ୟର ପରିଣାମ ରାଷ୍ଟ୍ରବାସୀଙ୍କ ହିତର ପ୍ରତିକୂଳ ହୁଏ, ଏହା ନିରର୍ଥକ ସାବ୍ୟସ୍ତ ହୁଏ, ତେ​‌େ​‌ବ ସାଧାରଣ ଜନତା ସ୍ବତଃ ମୋ ବିରୋଧରେ ସ୍ବର ଉତ୍ତୋଳନ କରିବେ। ସ୍ବର୍ଗର ଦେବତା ମୋ ପକ୍ଷରେ ରହିଲେ ବି ମୋତେ କେହି ରକ୍ଷା କରିପାରିବେ ନାହିଁ। ଅପାରଗ ଭାବରେ ଗାଦିଚ୍ୟୁତ ହେବି ଜନତାଙ୍କ ଦ୍ବାରା। ଆଉ ଯଦି ମୋର କାର୍ଯ୍ୟ ଜନତାଙ୍କ ସ୍ବାର୍ଥ ସମ୍ବଳିତ ହୁଏ, ସେମାନଙ୍କ ହିତ ସାଧନ ଦିଗରେ ଅଭିପ୍ରେତ ଥାଏ, ତେବେ ସମାଲୋଚନା ସ୍ବତଃ ନିରର୍ଥକ, ଉଦ୍ଦେଶ୍ୟମୂଳକ ବୋଲି ସାବ୍ୟସ୍ତ ହେବ। ‘ବିଳମ୍ବରେ ହେଲେ ବି ରାଷ୍ଟ୍ରବାସୀ ଏହା ଅନୁଭବ କରିବେ।’
ସତ୍ୟ ଏହା ଯେ ପଦର ମର୍ଯ୍ୟାଦାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଜନନେତା ସ୍ବ-ସାମ୍ବିଧାନିକ ଦାୟିତ୍ବ, ଆପଣା କର୍ତ୍ତବ୍ୟ ସୁଚାରୁରୂପେ ସମ୍ପାଦନ କରିବା ଉଚିତ। ସମାଲୋଚନା କ୍ଷେତ୍ରରେ ଏହାକୁ ଧ୍ୟାନରେ ରଖିବା ଉଚିତ ଯଦି ବ୍ୟକ୍ତିତ୍ବରେ କିଛି ଊଣା ଅଛି, କୌଣସି ପଦକ୍ଷେପ ରାଷ୍ଟ୍ରସ୍ବାର୍ଥ ଦୃଷ୍ଟିରେ ହାନିକାରକ, ସେ କ୍ଷେତ୍ରରେ ନିଜକୁ ସୁଧାରିନେବା ଉଚିତ୍‌।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories