www.samajalive.in
Saturday, December 13, 2025
26.1 C
Bhubaneswar

ସହିଦ୍‍ ଗୋପିନାଥ ଓ ଶିବ ପ୍ରସନ୍ନଙ୍କ ପ୍ରତି ନେମାଳ ଥାନା ପକ୍ଷରୁ ଶ୍ରଦ୍ଧାଞ୍ଜଳି

ନେମାଳ : ଦେଶର ସୁରକ୍ଷା ପାଇଁ କାରଗିଲ ଯୁଦ୍ଧରେ ପ୍ରାଣବଳି ଦେଇଥିବା ନେମାଳ ଥାନା ଅନ୍ତର୍ଗତ ଜନାର୍ଦ୍ଧନପୁର ପଞ୍ଚାୟତର ସହିଦ୍‍ ଗୋପିନାଥ ମହାରଣା ଓ ଗୋପିନାଥ ପୁରର ସହିଦ୍‍ କ୍ୟାପଟେନ୍‍ ଶିବପ୍ରସନ୍ନଙ୍କ ସ୍ମୃତିକୁ ଉଜ୍ଜିବିତ ରଖିବା ପାଇଁ ନେମାଳ ଥାନା ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ନେମାଳ ଥାନା ଅଧିକାରୀ ପ୍ରଭାତ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ସାଲେପୁର ଏସଡିପିଓ ପ୍ରଦ୍ୟୁମ୍ନ କୁମାର ଜେନା ଯୋଗଦେଇ କହିଲେ ଯେ ସଗର୍ବେ ଆମେ ଆଜି ଯେଉଁ ବିଜୟ ସୂଚକ ତୂରୀ ଫୁଙ୍କୁଛୁ ତାହା କେବଳ ସମ୍ଭବ ହୋଇ ପାରିଛି ଦେଶର ସୁରକ୍ଷା ପାଇଁ ଏବଂ କାରଗିଲ ଯୁଦ୍ଧରେ ପ୍ରାଣବଳି ଦେଇଥିବା ଯବାନଙ୍କ ପାଇଁ। ଏହି ଅଜୟ ଯୋଦ୍ଧା ଦେଶ ମାତୃକାର ସେବାରେ ନିଜ ଜୀବନକୁ ଉତ୍ସର୍ଗ କରି ଆମକୁ ବିଜୟର ଟୀକା ପିନ୍ଧାଇଛନ୍ତି ବୋଲି କହିବା ସହିତ ସହିଦ ଗୋପିନାଥ ଓ ଶିବପ୍ରସନ୍ନଙ୍କ ପ୍ରତି ଗଭିର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଏସ.ଆଇ ନିର୍ମଳ କୁମାର ସେନାପତି ,ସୁନିଲ କୁମାର ପତି, ବଳଦେବ ପ୍ରସାଦ ଦାସ, ଗୟାଧର ବେହେରା, ରକ୍ଷାନନ୍ଦ ସିଂ, ଅଭିରାମ ଦାସ, ବିଶ୍ୱଭୁଷଣ ନାୟକ, ପ୍ରମୋଦ ନାୟକ, ବିଶ୍ୱଜିତ ପରିଡା ପ୍ରମୁଖ ଯୋଗଦେଇ ସହିଦ୍‍ ଗୋପିନାଥ ମହାରଣା ଓ ଶିବପ୍ରସନ୍ନ ପଣ୍ଡାଙ୍କ ବହୁମୁଖି ପ୍ରତିଭା ସମ୍ପର୍କରେ ଆଲୋକପାତ କରିବା ସହ ତାଙ୍କ ପ୍ରତିଭାକୁ ଉଜ୍ଜିବୀତ କରିବା ସହିତ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏ ଅଞ୍ଚଳରେ ଜନହିତକର କାର୍ଯ୍ୟ ଚାଲୁରହିବ ବୋଲି ମତବ୍ୟକ୍ତ କରିଥିଲେ। ସୁଚନାଯୋଗ୍ୟ ଦେଶ ମାତୃତାକୁ ଶତ୍ରୃ କବଳରୁ ଉଦ୍ଧାର କରିବାକୁ ଯାଇ କାର୍‍ଗିଲ ଯୁଦ୍ଧରେ ସହିଦ ହୋଇଥିଲେ ଓଡିଆ ପୁଅ ଗୋପିନାଥ ମହାରଣା। ୧୯୭୭ ମସିହା ସେପ୍ଟେମ୍ବର ୧୫ତାରିଖ ଦିନ ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଦନପୁର ଗ୍ରାମରେ ପିତା ଯଦୁମଣି ମହାରଣା ଓ ମା ଝୁମୁରୀଙ୍କର କୋଳ ମଣ୍ଡନ କରିଥିଲେ ଗୋପୀନାଥ। ଗରିବ ପରିବାରରେ ଜନ୍ମିତ ସ୍ଥାନୀୟ ଜନାର୍ଦ୍ଦନପୁର ଠାରେ ଥିବା ଚିତ୍ରୋତ୍ପଳା ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍‍ ଓ ନେମାଳ ମହାବିଦ୍ୟାଳୟରୁ +୨ କଳା ପାସ କରିବା ପରେ ଦେଶ ସେବାରେ ନିଜକୁ ଉତ୍ସର୍ଗ କରିବା ନିମନ୍ତେ ମାତ୍ର ୧୯ବର୍ଷ ବୟସରେ ଭାରତୀୟ ସେନା ବାହୀନିରେ ସାମିଲ ହୋଇଥିଲେ। ଗୋପିନାଥ ପିତାଙ୍କର ଜ୍ୟେଷ୍ଠ ପୁତ୍ର ଥିଲା ବେଳେ ତାଙ୍କର ଆଉ ଦୁଇଭାଇ ଓ ଦୁଇ ଭଉଣୀ ଅଛନ୍ତି। ପୁଣ୍ୟତୋୟା ଚିତୋତ୍ପଳା ତଟ ଦେଶରେ ଛୋଟରୁ ବଡ ହୋଇଥିଲେ ଗୋପୀନାଥ। ଦେଶସେବା କରିବା ପାଇଁ ଅଜସ୍ର ସ୍ୱପ୍ନ ଦେଖିଥିଲେ ସେ। ୧୯୯୯ ମସିହା ମେ ମାସରେ ସଂଘଟିତ କାରଗିଲ ଯୁଦ୍ଧରେ ଶତ୍ରୁ ପକ୍ଷକୁ ନିପାତ କରିବା ନିମନ୍ତର ବୀର ଦର୍ପରେ ଗୋପୀନାଥ ସାଥୀ ଯବାନଙ୍କ ସହ ଆଗେଇ ଯାଇଥିଲେ। ପାକିସ୍ତାନ ଅନୁପ୍ରବେଶକାରୀଙ୍କ ଅବିଶ୍ରାନ୍ତ ଗୁଳିମାଡରେ ସେ ଟଳି ପଡିଥିଲେ। ୧୯୯୯ ମସିହା ମେ ୧୯ ତାରିଖରେ ୫୨୧ଏ.ଏସ ସି ବାଟାଲିୟନ ଭ୍ୟନରେ ଗୋପୀନାଥ ଯାଉଥିବା ବେଳେ ଶତ୍ରୁ ପକ୍ଷ ତାଙ୍କ ଗାଡି ଉପରକୁ ଅବିଶ୍ରାନ୍ତ ଗୁଳି ବର୍ଷଣ କରିଥିଲେ। ମୃତ୍ୟୁର ୪ଦିନ ପରେ ବୀର ଗୋପୀନାଥଙ୍କର ଶବ ତାଙ୍କ ଗାଁକୁ ଆସିଥିଲା। ଦେଶ ସେବା କରିବାକୁ ଯାଇ ସହିଦ ହୋଇଥିବା ଗୋପୀନାଥଙ୍କୁ ସମ୍ମାନ ଜଣାଇବା ପାଇଁ ହଜାର ହଜାର ସୋକାକୁଳ ଜନତା ତାଙ୍କୁ ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ। ତେବେ ଉକ୍ତ କାର୍ଯ୍ୟକ୍ରମରେ ସହିଦ୍‍ଙ୍କ ମାତା ଧୋବଣି ମହାରଣା ଯୋଗଦେଇଥିବା ବେଳେ ଉକ୍ତ ଅଞ୍ଚଳର ଶତାଧିକ ଯୁବକ, ବିଭିନ୍ନ ସଂଗଠନର କର୍ମକର୍ତ୍ତା, ସାହିତ୍ୟିକ, ସ୍ୱେଛାସେବୀ, ଛାତ୍ରାଛତ୍ରୀ ମାନେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories