ନେମାଳ : କଟକ ସଦର ନିର୍ବାଚନ ମଣ୍ଡଳି ତଥା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ଗଜଲକ୍ଷ୍ମୀ ପୂଜା ମଣ୍ଡପକୁ କ୍ରୀଡା, ଯୁବ ବ୍ୟାପାର, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା ପହଞ୍ଚି ମା ଲକ୍ଷ୍ମୀଙ୍କର ଆଶିଷ ଭିକ୍ଷା କରିଛନ୍ତି। ଏହି ଅବସରରେ ପ୍ରଥମେ ପ୍ରାକ୍ତନ ଜିଲା ପରିଷଦ ସଭ୍ୟ ଅଚ୍ୟୁତାନନ୍ଦ ଦାସଙ୍କ ତତ୍ତ୍ଵାବଧାନରେ ମନ୍ତ୍ରୀଙ୍କୁ ହଜାର ହଜାର କର୍ମୀ ମାନେ ମଣିଜଙ୍ଗା ଗଡା ନିକଟରୁ ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରାରେ ପାଛୋଟି ନେଇ ମୁଗୁରିଆସ୍ଥିତ ପୂଜା ମଣ୍ଡପଠାରେ ପହଞ୍ଚାଇଥିଲେ। ସେଠାରେ ଥିବା ନବଜ୍ୟୋତି ୟୁଥ୍ କ୍ଲବର କର୍ମକର୍ତ୍ତାମାନେ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ପରେ ମନ୍ତ୍ରୀ ଶ୍ରୀ ବେହେରା ମା’ଙ୍କ ଦର୍ଶନ କରି ଆଶିଷ ଲାଭ କରିବା ସହିତ ପୂଜାର ବିଧିବିଧାନ ସମ୍ପର୍କରେ ପଚାରି ବୁଝିଥିଲେ। ପରେ ପରେ ପିଁପୁରସ୍ଥିତ ପୂଜା କମିଟିରେ ପହଞ୍ଚି ମା’ଙ୍କ ଦର୍ଶନ କରିଥିଲେ। ମନ୍ତ୍ରୀଙ୍କର ଏହି ଗସ୍ତ କାର୍ଯ୍ୟକ୍ରମରେ ବିଜେଡି ଯୁବ ସଭାପତି ପ୍ରମୋଦ କୁମାର ନାୟକ, ସୁଶାନ୍ତ ମହାନ୍ତି , ସନ୍ତୋଷ ମହାପାତ୍ର, କ୍ଲବର ସଭାପତି ରାଜକିଶୋର ସାହୁ, ବହୁ ସ୍ୱୟଂ ସହାୟିକା ଗୋଷ୍ଠୀର ସଭ୍ୟା, ୱାର୍ଡ ସଭ୍ୟ ସଭ୍ୟାମାନେ ଉପସ୍ଥିତ ରହିଥିଲେ।
Popular Categories



