ବିଦେଶରେ ଡାକ୍ତରୀ ପାଠ ପଢିବାକୁ ନିଟ୍-ୟୁଜି ଯୋଗ୍ୟତା ବାଧ୍ୟତାମୂଳକ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିଦେଶରେ ଡାକ୍ତରୀ ପାଠ ପଢିବାକୁ ଆଗ୍ରହୀ ଭାରତୀୟ ଛାତ୍ରଛାତ୍ରୀଙ୍କୁ ପ୍ରଥମେ ନିଟ୍- ୟୁଜି ଯୋଗ୍ୟତା ଅର୍ଜନ କରିବା ବାଧ୍ୟତାମୂଳକ ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ଵପୂର୍ଣ୍ଣ ରାୟରେ କହିଛନ୍ତି। ବିଦେଶରେ ପାଠ ପଢି ଭାରତରେ ଡାକ୍ତର ଚାକିରି କରିବ ନିମନ୍ତେ ନିଟ୍-ୟୁଜି ଯୋଗ୍ୟତା ଜରୁରୀ ବୋଲି ୨୦୧୮ରେ ଏମସିଆଇ (ମେଡିକାଲ କାଉନସିଲ ଅଫ୍ ଇଣ୍ଡିଅ ଇଣ୍ଡିଆ) କର୍ତ୍ତୃପକ୍ଷ ସ୍ପଷ୍ଟ କରିଥିଲେ। ଏଭଳି ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ନିଟ୍-ୟୁଜି ଯୋଗ୍ୟତାକୁ ବାଧ୍ୟତାମୂଳକ କରାଯିବା ଦ୍ବାରା ଏହି ପ୍ରକ୍ରିୟା ସ୍ୱଚ୍ଛ ଓ ନିରପେକ୍ଷ ହେବା ସହିତ କୌଣସି କୌଣସି ପ୍ରକାରର ଆଇନଗତ ଜଟିଳତା ସୃଷ୍ଟି କରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏଭଳି କରିବା ଦ୍ବାରା ଭାରତ ଓ ବିଦେଶରୁ ମିଳୁଥିବ ଡାକ୍ତରୀ ଶିକ୍ଷା ଓ ଡିଗ୍ରୀ ମଧ୍ୟରେ ସମାନତା ରହିବ ବୋଲି ଆଶା କରାଯାଉଛି।
ଇଣ୍ଡିଆନ ମେଡିକାଲ କାଉନସିଲ ନିୟମ ୧୯ ୧୯୫୬କୁ ବିରୋଧ କରି କେତେକ ଛାତ୍ର ସୁପ୍ରିମକୋର୍ଟରେ ପିଟିସନ ଦାଏର କରିଥିଲେ । ଏହି ନିୟମକୁ ସଂଶୋଧନ କରାନଯାଇ ଏମସିଆଇ ନିଟ୍-ୟୁଜି ଯୋଗ୍ୟତା ଉପରେ ଗୁରୁତ୍ବ ଦେଉଥିବା ପ୍ରସଙ୍ଗକୁ ସେମାନେ ପ୍ରତିବାଦ କରିଛନ୍ତି। ତେବେ ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଉକ୍ତ ନିୟମର ଧାରା ୩୩ ଅନୁଯାୟୀ ବ୍ୟବସ୍ଥାରେ ସଂଶୋଧନ କରିବାର ଅଧିକାର ଏମସିଆଇ ନିକଟରେ ସଂରକ୍ଷିତ ରହିଛି। ଅପରପକ୍ଷ କ୍ଷରେ ଏହି ନିୟମରୁ ଛାତ୍ରଛାତ୍ରୀଙ୍କୁ ଅନ୍ତତଃପକ୍ଷେ ଥରେ ଛାଡ ଦେବାକୁ ଯେଉଁ ଅନୁରୋଧ କରାଯାଇଥିଲା, ତାହାକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ବିଦେଶରୁ ଏମଏମବିବିଏସ ଡିଗ୍ରୀ ହାସଲ କରିବାପରେ ଭାରତ ଫେରିଆସି ଏହି ପେସା ଆପଣେଇବାକୁ ଆଗ୍ରହୀ ପ୍ରାର୍ଥୀଙ୍କ ପାଇଁ ନିଟ୍- ୟୁଜି ଯୋଗ୍ୟତା ବାଧ୍ୟତାମୂଳକ ହୋଇଥିବାବେଳେ ଯେଉଁମାନେ ବିଦେଶରେ ଡାକ୍ତର ଚାକିରି କରିବାକୁ ଚାହିଁବେ, ସେମାନଙ୍କ ପାଇଁ ଏହି ନିୟମ ଲାଗୁହେବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି।
Comments are closed.