www.samajalive.in
Monday, December 15, 2025
26.1 C
Bhubaneswar

ନିଟ୍‌‌ ପରୀକ୍ଷାରେ ଗୋଟିଏ କୋଚିଂ ସେଣ୍ଟରରୁ ୮ଜଣ ଟପ୍ପର; ସମସ୍ତଙ୍କୁ ଶତପ୍ରତିଶତ ମାର୍କ ମିଳିବା ପରେ ଅଦାଲତରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ: ଜୁନ ୪ରେ ଦେଶରେ ନିର୍ବାଚନ ଫଳାଫଳ ଘୋଷଣା ହେବା ସହିତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଫଳ ପ୍ରକାଶିତ ହୋଇଥିଲା। ତାହା ହେଲା ନିଟ୍‌‌ ପରୀକ୍ଷା ଫଳାଫଳ। ଏବେ ଏହି ପରୀକ୍ଷା ଫଳାଫଳରେ ଅନିୟମିତତା ହୋଇଥିବା ଅଭିଯୋଗ ସାମ୍ନାକୁ ଆସୁଛି। ମଧ୍ୟପ୍ରଦେଶର ନ୍ୟାସନାଲ ଏଲିଜିବିଲିଟି କମ୍‌‌ ଏଣ୍ଟ୍ରାନ୍ସ ଟେଷ୍ଟ ରେଜଲ୍ଟ ଉପରେ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି। ଜବଦଲପୁରରେ ରହୁଥିବା ଛାତ୍ର ଅମୀଷା ବର୍ମା ପରୀକ୍ଷାରେ ଅନିୟମିତତା ଅଭିଯୋଗ କରିଛନ୍ତି। ଏତଦ ବ୍ୟତୀତ ଅନେକ ଟପ୍ପରଙ୍କ ଫଳାଫଳ ଉପରେ ପ୍ରଶ୍ନ ଉଠାଇଛନ୍ତି। ନ୍ୟାସନାଲ ଏଲିଜିବିଲିଟି କମ୍‌‌ ଏଣ୍ଟ୍ରାନ୍ସ ଟେଷ୍ଟର ଫଳାଫଳକୁ ନେଇ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଜବଦଲପୁର ନିବାସୀ ଅମିଷାଙ୍କ ପକ୍ଷରୁ ଏକ ପିଟିସନ ଦାଖଲ କରାଯାଇଥିଲା। ଏହି ମାମଲାରେ ସୋମବାର ଜବଦଲପୁର ହାଇକୋର୍ଟରେ ଶୁଣାଣି ହୋଇପାରେ। ଆବେଦନକାରୀ ଛାତ୍ର ନିଟ୍‌‌ ପରୀକ୍ଷାରେ ଅନିୟମିତତା ଏବଂ ଦୁର୍ନୀତି ଅଭିଯୋଗ କରିଛନ୍ତି।
ଛାତ୍ର ଅମିଷା ବର୍ମାଙ୍କୁ ନିଟ୍‌‌ ପରୀକ୍ଷାରେ ୭୨୦ ନମ୍ବରରୁ ୬୧୫ନମ୍ବର ମିଳିଛି। ଆବେଦନରେ ଦର୍ଶାଯାଇଛି ଯେ ଏକ କୋଚିଂ ସେଣ୍ଟରର ୮ଜଣ ଛାତ୍ରଛାତ୍ରୀଙ୍କ ନାମ ଏବଂ ରୋଲ ନମ୍ବର ପାଖାପାଖି ରହିଥିବା କୁହାଯାଇଛି। ଏହି ୮ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ୧୦୦ ପ୍ରତିଶତ ମାର୍କ ରଖିଥିବା ଅଭିଯୋଗ ହୋଇଛି। ପରୀକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତର ପ୍ରଶ୍ନ ଉଠିଛି। ଏଥିରେ ୧୦୦ପ୍ରତିଶତ ମାର୍କ ପାଇବା ପରେ ମଧ୍ୟ ସମାନ କୋଚିଂ ପ୍ରତିଷ୍ଠାନ ୬ଜଣ ଛାତ୍ରଙ୍କୁ ଶତପ୍ରତିଶତ ମାର୍କ ଏବଂ ଦୁଇ ଜଣ ୭୧୮ ଓ ୭୧୯ ମାର୍କ ପାଇଥିଲେ। ନିୟମ ଅନୁସାରେ ନିଟ୍‌‌ ପରୀକ୍ଷାରେ କୌଣସି ପ୍ରଶ୍ନର ଉତ୍ତର ଭୁଲ ହୋଇଥିଲେ ୪ମାର୍କ କଟାଯାଇଥାଏ। ଏଭଳି ସ୍ଥିତିରେ ଗୋଟିଏ ବି ଭୁଲ ଉତ୍ତର ହୋଇଥିଲେ ୭୨୦ରୁ ୪ମାର୍କ କାଟିଲେ ୭୧୬ ନମ୍ବର ରହିବା କଥା। ଯଦି ସବୁ ଉତ୍ତର ଠିକ୍‌‌ ରହିଛି ତେବେ ୭୨୦ ମାର୍କ ହିଁ ରହିବା କଥା। ଦୁଇ ଜଣଙ୍କର ୭୧୮ ଓ ୭୧୯ ମାର୍କ ପାଇବା ନେଇ ପ୍ରଶ୍ନ ଉଠିଛି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories