www.samajalive.in
Saturday, December 6, 2025
26.1 C
Bhubaneswar

ମସ୍ତିଷ୍କ ଟ୍ୟୁମର ରୋଗୀଙ୍କ ପାଇଁ ବରଦାନ ଯୋଗ, ଧ୍ୟାନ

ସମାଜ ଡିଜିଟାଲ ଡେସ୍କ: ମସ୍ତିଷ୍କ ଟ୍ୟୁମରରେ ଆକ୍ରାନ୍ତ ବ୍ୟକ୍ତି ଚିକିତ୍ସା ସମୟରେ ଅନେକ ଶାରିରୀକ ଏବା ମାନସିକ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ଏଭଳି ସ୍ଥଳରେ ସେମାନଙ୍କ ପାଇଁ ବରଦାନ ପାଲଟିଥାଏ ଯୋଗ ଏବଂ ଧ୍ୟାନ। ରୋଗୀ ନିଜର ମାନସିକ ଚାପ ହ୍ରାସ କରିବା ସହିତ କଷ୍ଟକୁ ନିୟନ୍ତ୍ରଣ କରିବା ଏବଂ ଭଲ ନିଦ୍ରା ପାଇଁ ଏହି ଦୁଇଟି ଉପାୟର ସହାୟତା ନେଇପାରିବେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ଦିଅନ୍ତି।
ପ୍ରତିବର୍ଷ ଜୁନ ୮ ତାରିଖରେ ବିଶ୍ୱ ମସ୍ତିଷ୍କ ଟ୍ୟୁମର ଦିବସ ପାଳନ କରାଯାଉଛି। ଏହି ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ। ଆମେରିକୀୟ ମସ୍ତିଷ୍କ ଟ୍ୟୁମର ସଂଗଠନ ତଥ୍ୟ ଅନୁସାରେ, ୧୩ ଲକ୍ଷ ଆମେରିକୀୟ ଏହି ରୋଗରେ ପୀଡ଼ିତ। ମସ୍ତିଷ୍କରେ କିମ୍ବା ଏହା ନିକଟରେ ଜୀବକୋଷ ବୃଦ୍ଧି ହେଲେ ଏହି ରୋଗ ହୋଇଥାଏ। ପ୍ରାୟତଃ ସ୍ନାୟୁ, ପିଟ୍ୟୁଟାରି ଗ୍ରନ୍ଥି, ପିନିଆଲ ଗ୍ରନ୍ଥି ଏବଂ ମସ୍ତିଷ୍କକୁ ଘୋଡ଼ାଇ ରଖୁଥିବା କୋଷାବରଣରେ ଏହି ଏହି ରୋଗ ସୃଷ୍ଟି ହୋଇଥାଏ। ଠିକ୍‌‌ ସମୟରେ ରୋଗ ଚିହ୍ନଟ କରାଯାଇ ପାରିଲେ ଏହାର ଚିକିତ୍ସା ସମ୍ଭବ ହୋଇଥାଏ।
ତେବେ ଏହି ରୋଗରେ ପୀଡ଼ିତ ଲୋକ ବହୁ ଶାରିରୀକ ପୀଡ଼ା ଏବଂ ମାନସିକ ଯନ୍ତ୍ରଣା ଭୋଗିଥାଆନ୍ତ। ଏପରି ସ୍ଥଳେ ସେମାନଙ୍କୁ ଚାପମୁକ୍ତ ରହିବା ପାଇଁ ଯୋଗ ଏବଂ ଧ୍ୟାନ ସହାୟକ ହୋଇଥାଏ। ତା’ ସହିତ ରୋଗ ସହ ଲଢ଼ିବାକୁ ଶକ୍ତି ମଧ୍ୟ ଯୋଗାଇଥାଏ।
ନିୟମିତ ଯୋଗ ଏବଂ ଧ୍ୟାନ କଲେ ମାନସିକ ଚାପ ହ୍ରାସ ପାଇଥାଏ। ମଣିଷକୁ ଏହା ଶାନ୍ତ ରଖିଥାଏ। ଏହା ସେମାନଙ୍କ ଚିକିତ୍ସାରେ ସହାୟକ ହୋଇଥାଏ।
ଯୋଗରେ କିଛି ଆସନ ଏବଂ ପ୍ରାଣାୟମ ରହିଛି, ଯାହାଦ୍ୱାରା ଶ୍ୱାସକ୍ରିୟା ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇ କଷ୍ଟକୁ ନିୟନ୍ତ୍ରଣ କରାଯାଇପାରେ।
ନିୟମିତ ଯୋଗ ଏବଂ ଧ୍ୟାନ କରିବା ଦ୍ୱାରା ନିଦ୍ରାର ଗୁଣବତ୍ତା ବୃଦ୍ଧି ପାଇଥାଏ। କାରଣ ମସ୍ତିଷ୍କ ଟ୍ୟୁମର ରୋଗୀ ଚିକିତ୍ସା ଯୋଗୁ ନିଦ୍ରାହୀନତାର ଶିକାର ହୋଇଥାନ୍ତି। ତେଣୁ ଯୋଗ ଓ ଧ୍ୟାନ ଦ୍ୱାରା ସୁନିଦ୍ରା ମିଳିପାରିବ।
ରୋଗୀଙ୍କ ଚିକିତ୍ସା ସମୟରେ ସେମାନଙ୍କ ସ୍ମରଣଶକ୍ତି ପ୍ରଭାବିତ ହୋଇଥାଏ। ତାହା ସହିତ କୌଣସି କାର୍ଯ୍ୟରେ ମନଯୋଗ ରହି ନ ଥାଏ। ଯୋଗ ଏବଂ ଧ୍ୟାନ ଦ୍ୱାରା ଏହାକୁ ନିୟନ୍ତ୍ରଣ କରାଯାଇପାରିବ। ଶରୀରରେ ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ, ଯାହା ରୋଗ ସହିତ ଲଢ଼ିବାକୁ ମଣିଷ ଶରୀରକୁ ଶକ୍ତି ଯୋଗାଇଥାଏ।
ଏହାବ୍ୟତୀତ ଶାରିରୀକ ଦକ୍ଷତା ବୃଦ୍ଧି ପାଇବା ସହିତ ଚିକିତ୍ସା ଦ୍ୱାରା ସୃଷ୍ଟି ହେଉଥିବା ପାର୍ଶ୍ବପ୍ରତିକ୍ରିୟାଠାରୁ ମଧ୍ୟ ସୁରକ୍ଷା ଦେବ। ମଣିଷର ଭାବାବେଗରେ ସ୍ଥିରତା ଆସିବ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories