www.samajalive.in
Monday, December 15, 2025
15.1 C
Bhubaneswar

ଏନ୍‌ଡିଏମ୍‌ଏ ଟିମଏର ପ୍ରଶଂସା : ବାତ୍ୟା ମୁକାବିଲାରେ ଓଡ଼ିଶା ମାର୍ଗଦର୍ଶକ

-ବୈଷୟିକ ସହଯୋଗ ଓ ଏନଡିଆରଏଫ ପାଣ୍ଠିରୁ ତୁରନ୍ତ ଅର୍ଥ ପ୍ରଦାନ ଉପରେ ମୁଖ୍ୟସଚିବଙ୍କ ଗୁରୁତ୍ବ
-ରାସ୍ତାକଡ଼ ଦୋକାନୀ ଓ ବୁଲାବିକାଳିଙ୍କୁ ଜୀବିକା ଯୋଗାଇବାକୁ ପ୍ରସ୍ତାବ

ଭୁବନେଶ୍ୱର : ବାତ୍ୟା ‘ଫଣି’ ମୁକାବିଲା କରିବାରେ ଓଡ଼ିଶା ସରକାରଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ। ବାତ୍ୟା ପୂର୍ବରୁ ଜନସାଧାରଣଙ୍କୁ ଉଦ୍ଧାର, ଥଇଥାନ, ଖାଦ୍ୟ ସାମଗ୍ରୀ ବଣ୍ଟନଠାରୁ ଆରମ୍ଭ କରି ଟେଲିସେବା, ବିଦ୍ୟୁତସେବା ଏବଂ ଗମନାଗମନ କ୍ଷେତ୍ରରେ ସୁଧାର ଆଣିବାରେ ଓଡ଼ିଶା ସରକାରଙ୍କ ବାତ୍ୟା ପରିଚାଳନା ଅନ୍ୟାନ୍ୟ ରାଜ୍ୟ ପାଇଁ ମାର୍ଗଦର୍ଶକ ହେବ ବୋଲି ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସଭ୍ୟ କମଳ କିଶୋର କହିଛନ୍ତି।
ଗୁରୁବାର ସଚିବାଳୟରେ ଅନୁଷ୍ଠିତ ସମନ୍ବୟ ବୈଠକରେ ଶ୍ରୀ କିଶୋର କହିଥିଲେ ଯେ ଟେଲିକମ୍ କମ୍ପାନୀଗୁଡିକ ଠିକଣା ଭାବେ ବିପର୍ଯ୍ୟୟ ପରିଚାଳନା ମାର୍ଗଦର୍ଶିକା ପାଳନ କରିନାହାନ୍ତି। ତେଣୁ ଟେଲିକମ ସେବା ସୁଧୁରିବାରେ ବିଳମ୍ବ ହେଲା। ତେଣୁ ଏନଡିଏମଏ ମାର୍ଗଦର୍ଶିକା ଅନୁସରଣ କରିବାକୁ ଟେଲିକମ୍ କମ୍ପାନୀଗୁଡିକୁ ଶ୍ରୀ କିଶୋର ନିର୍ଦେଶ ଦେଇଥିଲେ। ପୁରୀ ଓ ଖୋର୍ଦ୍ଧାର ବିଭିନ୍ନ ଅଞ୍ଚଳ ଗସ୍ତ ପରେ ସେ କହିଥିଲେ ଯେ ଫଣି ମୁକାବିଲାରେ ରାଜ୍ୟର ପ୍ରସ୍ତୁତି ଓ କାର୍ଯ୍ୟକ୍ରମ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ନୂତନ ମାନଙ୍କ ସୃଷ୍ଟି କରିଛି, ଯାହାକି ଅନ୍ୟ ରାଜ୍ୟ ଓ ଦେଶ ପାଇଁ ଅନୁକରଣୀୟ।
ବୈଠକରେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଥିଲେ ଯେ ବାତ୍ୟା ପରେ ଥଇଥାନ ଓ ପୁନଃନିର୍ମାଣ କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ କରାଯାଉଛି। ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ୧୦୦୦କୋଟି ଟଙ୍କା ଇତିମଧ୍ୟରେ ପ୍ରପୀଡ଼ିତଙ୍କୁ ବଣ୍ଟା ଯାଇସାରିଲାଣି। ପୁନଃଥଇଥାନ କାର୍ଯ୍ୟ ପାଇଁ ଏନଡିଆରଏଫ କିଭଳି ତୁରନ୍ତ ୫୨୦୦କୋଟି ଟଙ୍କା ତୁରନ୍ତ ସହାୟତା ଯୋଗାଇ ଦେବ ସେ​‌େ​‌ନଇ ଶ୍ରୀ ପାଢ଼ୀ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାସହିତ ରାସ୍ତାକଡ଼ର ଉଠା ଦୋକାନୀ ଓ ବୁଲାବିକାଳି କିଭଳି ଏନଡିଆରଏଫ ଓ ଏସଡିଆରଏଫ ଅନ୍ତର୍ଭୁକ୍ତ ହୋଇପାରିବେ ସେନେଇ ସ୍ବତନ୍ତ୍ର ଭାବେ ପଦକ୍ଷେପ ନେବାକୁ ଶ୍ରୀ ପାଢ଼ୀ ଅନୁରୋଧ କରିଥିଲେ।
ବୈଠକରେ ଏସଆରସି ବିଷ୍ଣୁପଦ ସେଠୀ ଦର୍ଶାଇଥିଲେ ଯେ ବାତ୍ୟାରେ ପ୍ରାୟ ୧.୩୫ଲକ୍ଷ ବାସଗୃହ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ୧.୪୦ ଲକ୍ଷ ପକ୍କା ଏବଂ ୨.୭୨ଲକ୍ଷ କଚାଘର ଆଂଶିକ ଭାବେ ଭାଙ୍ଗିଯାଇଛି। ୭୫୪୭ କୁଡ଼ିଆ ଏବଂ ୧.୧୯ ଲକ୍ଷ ଗୁହାଳ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ପ୍ରାୟ ୧.୪୫ଲକ୍ଷ ହେକ୍ଟର ଜମିରେ ଶତକଡା ୩୩ପ୍ରତିଶତ ଫସଲ ନଷ୍ଟ ହୋଇଛି। ୬୨୮୧ଟି ବଡ଼ ଗୃହପାଳିତ ପଶୁ, ୫୨ଲକ୍ଷ କୁକୁଡା କ୍ଷତିଗ୍ରସ୍ତ ହୋଇଛନ୍ତି। ବାତ୍ୟା ଯୋଗୁଁ ୭୧,୦୬୦ଟି ପାରମ୍ପରିକ ହସ୍ତଶିଳ୍ପୀ, ୪୨ହଜାର ୪୮୮ ହସ୍ତତନ୍ତ ବୁଣାକାର, ୧୨ହଜାର ୧୩୫ରେଶମ ଚାଷୀଙ୍କ ଜୀବନ ଜୀବିକା ଗୁରୁତର ପ୍ରଭାବିତ ହୋଇଛି। ଓଡ଼ିଶା ଲୋକଙ୍କ ଜୀବିକା କୃଷି ଓ ଉଦ୍ୟାନକୃଷି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଥିବା ଶ୍ରୀ ସେଠୀ ଦର୍ଶାଇଥିଲେ।
ବୈଠକରେ ଉନ୍ନୟନ କମିଶନର ଅସିତ କୁମାର ତ୍ରିପାଠୀ, କୃଷି ଉତ୍ପାଦନ କମିଶନର ଗଗନ ଧଳ, ଏନଡିଏମଏ ସଚିବ ପ୍ରଦୀପ କୁମାର, ବରିଷ୍ଠ ପରାମର୍ଶଦାତା ସୁଲଗ୍ନାଙ୍କ ସହିତ ରାଜ୍ୟ ସରକାରଙ୍କ ବହୁ ପଦସ୍ଥ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories