www.samajalive.in
Friday, December 5, 2025
17.1 C
Bhubaneswar

ଇଂଲଣ୍ଡ ଗସ୍ତରେ ଭାରତର ସଫଳତା ପଛର ୫ କାରଣ

ନୂଆଦିଲ୍ଲୀ, ୫।୮: ଭାରତ-ଇଂଲଣ୍ଡ ୫ ମ୍ୟାଚ ବିଶିଷ୍ଟ ତେନ୍ଦୁଲକର-ଆଣ୍ଡରସନ ଟ୍ରଫି ଟେଷ୍ଟ ଶୃଙ୍ଖଳା ୨-୨ ଡ୍ରରେ ଶେଷ ହୋଇଛି। ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ବିନା ଭାରତୀୟ ଦଳ ନୂତନ ଅଧିନାୟକ ଶୁଭମନ ଗିଲ୍‌ଙ୍କ ନେତୃତ୍ବରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳାରେ ସଫଳତା ହାସଲ କରିଛି। ଭାରତର ଏହି ସଫଳତା ପଛରେ ଦଳଗତ ପ୍ରଦର୍ଶନର ନିଦର୍ଶନ ଦେଖିବାକୁ ମିଳିଛି। ଦଳଗତ ବାଦ୍‌ ଏକାଧିକ ବ୍ୟକ୍ତିଗତ ପ୍ରଦର୍ଶନ ଭାରତକୁ ଉକ୍ତ ଶୃଙ୍ଖଳାରେ ସଫଳତା ଦେବାରେ ସହାୟକ ହୋଇଛି। ସେଥିମଧ୍ୟରୁ ଓପନିଂରେ ଲୋକେଶ ରାହୁଲ-ଯଶସ୍ବୀଙ୍କ ସଫଳତା, ମଧ୍ୟକ୍ରମରେ ଶୁଭମନ ଗିଲ୍‌ ଓ ଋଷଭ ପନ୍ତଙ୍କ ପ୍ରଦର୍ଶନ, ରବୀନ୍ଦ୍ର ଜାଡେଜା-ୱାଶିଂଟନ ସୁନ୍ଦରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଓ ମହମ୍ମଦ ସିରାଜ, ଆକାଶ ଦୀପ, ପ୍ରସିଦ୍ଧ କୃଷ୍ଣଙ୍କ ବୋଲିଂ ସଫଳତା ଅନ୍ୟତମ।

ଦ୍ରୁତ ବୋଲିଂର ନୂଆ ତାରକା ସିରାଜ, ପ୍ରସିଦ୍ଧ, ଆକାଶ ଦୀପ: ଭାରତର ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରୁ ମାତ୍ର ୩ଟି ମ୍ୟାଚ ଖେଳିଥିଲେ। ବୁମ୍‌ରା ଖେଳିନଥିବା ଦୁଇଟି ଟେଷ୍ଟ ମ୍ୟାଚ ଏଜବାଷ୍ଟନ ଓ ଦ ଓଭାଲରେ ଭାରତ ବିଜୟ ହାସଲ କରିଥିଲା। ଉକ୍ତ ବିଜୟରେ ଦ୍ରୁତ ବୋଲର ଆକାଶ ଦୀପ୍‌ , ମହମ୍ମଦ ସିରାଜ ଓ ପ୍ରସିଦ୍ଧ କୃଷ୍ଣଙ୍କ ଉଲ୍ଲେଖନୀୟ ବୋଲିଂ ସଫଳତା ରହିଥିଲା। ସିରାଜ ଉକ୍ତ ଟେଷ୍ଟ ଶୃଙ୍ଖଳାରେ ୫ଟି ଟେଷ୍ଟ ମ୍ୟାଚ ଖେଳି ୨୩ଟି ୱିକେଟ ନେଇଥିଲେ। ଯାହା ଶୃଙ୍ଖଳାରେ ସର୍ବାଧିକ ୱିକେଟହାସଲକାରୀ ବୋଲର ମାନ୍ୟତା ହାସଲ କରିଥିଲେ। ଏଜବାଷ୍ଟନ ଟେଷ୍ଟର ପ୍ରଥମ ଇନିଂସରେ ୬ଟି ଓ ଦ ଓଭାଲ ଟେଷ୍ଟର ଦ୍ବିତୀୟ ଇନିଂସରେ ୫ଟି ୱିକେଟ ବୋଲିଂ ସଫଳତା ରହିଥିଲା। ଅନ୍ୟ ଦୁଇ ବୋଲର ପ୍ରସିଦ୍ଧ କୃଷ୍ଣ ୩ଟି ମ୍ୟାଚ ଖେଳି ୧୪ଟି ଓ ଆକାଶ ଦୀପ୍‌ ୩ଟି ମ୍ୟାଚ ୧୩ଟି ୱିକେଟ ନେଇଥିଲେ। ଆକାଶ ଦୀପ୍‌ ଏଜବାଷ୍ଟନ ଟେଷ୍ଟର ଦ୍ବିତୀୟ ଇନିଂସରେ ୬ଟି ୱିକେଟ ନେଇ ଭାରତ ବିଜୟରେ ବଡ଼ ଭୂମିକା ତୁଲାଇଥିଲେ। ଉକ୍ତ ୩ ବୋଲରଙ୍କ ସଫଳତା ଭାରତକୁ ଭଲ ପ୍ରଦର୍ଶନ କରିବାରେ ସହାୟକ ହୋଇଥିଲା। ଯଶପ୍ରୀତ ବୁମ୍‌ରା ୩ଟି ଟେଷ୍ଟରୁ ୧୪ଟି ୱିକେଟ ନେଇଥିଲେ।

- Advertisement -

ଓପନିଂରେ ରାହୁଲ-ଯଶସ୍ବୀଙ୍କ ସଫଳତା:  ଭାରତୀୟ ଓପନିଂ ଯୋଡ଼ି ଲୋକେଶ ରାହୁଲ ଓ ଯଶସ୍ବୀ ଜୟସୱାଲ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ଚମତ୍କାର ପ୍ରଦର୍ଶନ କରିଥିଲେ। ରାହୁଲ ୫ଟି ଟେଷ୍ଟର ୧୦ଟି ଇନିଂସରୁ ୨ଟି ଶତକ ଓ ୨ଟି ଅର୍ଦ୍ଧଶତକ ସହ ୫୩୨ରନ କରିଥିଲେ। ସେହିପରି ଯଶସ୍ବୀ ଜୟସୱାଲ ୫ଟି ମ୍ୟାଚ ଖେଳି ୧୦ଟି ଇନିଂସରୁ ୨ଟି ଶତକ ଓ ୪୧୧ରନ କରିଥିଲେ। ଓପନିଂରେ ଭଲ ପ୍ରଦର୍ଶନ ବଳରେ ଭାରତ ଶୃଙ୍ଖଳାରେ ୪ଟି ଇନିଂସରେ ୪୦୦ରୁ ଅଧିକ ରନ କରି ପାରିଥିଲା।

ଜାଡେଜା-ୱାଶିଂଟନ ଅଲ୍‌ରାଉଣ୍ଡର ଯୋଡ଼ି: ଭାରତୀୟ ଦଳର ଦୁଇ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ ୱାଶିଂଟନ ସୁନ୍ଦର ଶୃଙ୍ଖଳାରେ ଭଲ ପ୍ରଦର୍ଶନ କରିଥିଲେ। ଜାଡେଜା ବ୍ୟାଟିଂରେ ଗୋଟିଏ ଶତକ ଓ ୪ଟି ଅର୍ଦ୍ଧଶତକ ସହ ୫୧୬ ରନ କରିଥିବାବେଳେ ବୋଲିଂରେ ୭ଟି ୱିକେଟ ନେଇଥିଲେ। ୱାଶିଂଟନ ସୁନ୍ଦର ବୋଲିଂରେ ୭ଟି ୱିକେଟ ନେଇଥିବାବେଳେ ଗୋଟିଏ ଶତକ ଗୋଟିଏ ଅର୍ଦ୍ଧଶତକ ସହ ୨୮୪ରନ କରିଥିଲେ। ଉକ୍ତ ଦୁଇ ଖେଳାଳିଙ୍କ ଅଲରାଉଣ୍ଡର ପ୍ରଦର୍ଶନ ଭାରତର ଏହି ସଫଳତାରେ ବଡ଼ ଅବଦାନ ରହିଛି। ଓଲ୍‌ଡ ଟ୍ରାଫୋର୍ଡ ଟେଷ୍ଟର ଦ୍ବିତୀୟ ଇନିଂସରେ ୱାଶିଂଟନ ଓ ଜାଡେଜା ପଞ୍ଚମ ୱିକେଟରେ ଅବିଭାଜିତ ୨୨୩ରନ କରି ଭାରତକୁ ପରାଜୟରୁ ରକ୍ଷା କରିଥିଲେ। ଉକ୍ତ ଇନିଂସରେ ଜାଡେଜା ୧୦୭ ଓ ୱାଶିଂଟନ ୧୦୧ରନ କରି ଅପରାଜିତ ରହିଥିଲେ।

ଶୁଭମନଙ୍କ ବ୍ୟାଟିଂ ସଫଳତା: ଅଧିନାୟକ ଶୁଭମନ ଗିଲ୍‌ ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଗିଲ ଉକ୍ତ ଶୃଙ୍ଖଳାରେ ୫ଟି ମ୍ୟାଚ ଖେଳି ୧୦ଟି ଇନିଂସରୁ ୪ଟି ଶତକ ସହ ୭୫୪ରନ କରିଥିଲେ। ମଧ୍ୟକ୍ରମରେ ଗିଲ୍‌ଙ୍କ ପ୍ରଦର୍ଶନ ଭାରତର ବ୍ୟାଟିଂକୁ ମଜବୁତ କରିଥିଲା।

ପନ୍ତଙ୍କ ପ୍ରଦର୍ଶନ: ୱିକେଟ ରକ୍ଷକ ଋଷଭ ପନ୍ତ ଭାରତ ପାଇଁ ବ୍ୟାଟିଂର ଶକ୍ତି ପାଲଟିଥିଲେ। ପନ୍ତ ୪ଟି ଟେ​‌ଷ୍ଟ ମ୍ୟାଚ ଖେଳି ୭ଟି ଇନିଂସରୁ ୨ଟି ଶତକ ଓ ୩ଟି ଅର୍ଦ୍ଧଶତକ ସହ ୪୭୯ରନ କରିିଥିଲେ। ଆହତ ପାଇଁ ପଞ୍ଚମ ଟେଷ୍ଟ ମ୍ୟାଚ ଖେଳିନଥିଲେ।

 

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories