ପ୍ରତିକୂଳ ଆଦେଶ ନ ଦେବାକୁ ଅନୁରୋଧ କଲା ବାର ଆସୋସିଏସନ

ଡେସ୍କ: ଚଳିତ ମାସ ୨୨ରେ ଅଯୋଧ୍ୟାରେ ଭଗବାନ୍ ଶ୍ରୀରାମଙ୍କର ପ୍ରାଣ ପ୍ରତିଷ୍ଠା କାରଣରୁ କୋର୍ଟରେ ହାଜର ନହେବା କ୍ଷେତ୍ରରେ କୌଣସି ପ୍ରତିକୂଳ ଆଦେଶ ନଦେବା ପାଇଁ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟର ମୁଖ୍ୟ ଜିଲ୍ଲା ତଥା ସେସନ୍ସ ବିଚାରପତିଙ୍କୁ ଅନୁରୋଧ କରିଛନ୍ତି। ନୂଆଦିଲ୍ଲୀ ବାର ଆସୋସିଏସନ ପକ୍ଷରୁ ଏହି ଅନୁରୋଧ କରାଯାଇଛି।

ପ୍ରିନ୍ସିପାଲ୍ ଜିଲ୍ଲା ତଥା ସେସନ୍ସ ଜଜ୍ ସଞ୍ଜୟ ଗର୍ଗଙ୍କୁ ସମ୍ବୋଧିତ କରାଯାଇଥିବା ପତ୍ରରେ ଦର୍ଶାଯାଇଛି ଯେ ଅଯୋଧ୍ୟାରେ ଭଗବାନ୍ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହେତୁ ଓକିଲମାନେ ସେହିଦିନ କୋର୍ଟରେ ହାଜର ହୋଇପାରିବେ ନାହିଁ। ତେଣୁ ସେହି ପରିସ୍ଥିତିରେ ଓକିଲ କିମ୍ବା ମକଦ୍ଦମାକାରୀଙ୍କ ହାଜର ନହେବା ପାଇଁ କୌଣସି ପ୍ରତିକୂଳ ଆଦେଶ ନ ଦେବାକୁ କୁହାଯାଇଛି।

କଡା ସୁରକ୍ଷା ବଳୟରେ ପୁରୀ ସହର

Comments are closed.