ରାଜନୀତିକୁ ଆସିବେ ନୱାଜ ସରିଫଙ୍କ ନାତି
ଲାହୋର : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ନାତି ଜୁନୈଦ ସାଫଦାର ରାଜନୀତିରେ ପ୍ରବେଶ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସରିଫ ପରିବାରର ତୃତୀୟ ପିଢି ଭାବେ ସେ ସକ୍ରିୟ ରାଜନୀତିରେ ଯୋଗଦେବାକୁ ଯାଉଛନ୍ତି । ନୱାଜଙ୍କ ଝିଅ ମାଽାମ ନୱାଜ ଏବଂ କ୍ୟାପ୍ଟେନ ମୋହମ୍ମଦ ହାଫଦାରଙ୍କ ପୁଅ ଜୁନୈଦ ଏବେ ପାକିସ୍ତାନ ମୁସଲିମ ଲିଗ୍-ଏନ୍ର କର୍ମୀଙ୍କୁ ଭେଟୁଛନ୍ତି । ସରିଫଙ୍କ ବାସଭବନ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ଜୁନୈଦଙ୍କ ପୋଷ୍ଟର ଦେଖିବାକୁ ମିଳୁଛି । ଜୁନୈଦଙ୍କୁ ପୂର୍ବରୁ ବହୁ ଥର ଅଜା ନୱାଜ ସରିଫଙ୍କ ରାଜନୈତିକ ଶୋଭାଯାତ୍ରା ଓ ସଭାରେ ଦେଖିବାକୁ ମିଳିଛି । ଏବେ ସେ ନିଜ ଅଜାଙ୍କଠୁ ରାଜନୀତି ଶିକ୍ଷା ଗ୍ରହଣ କରୁଛନ୍ତି । ୨୦ ବର୍ଷ ବୟସରେ ପଦାର୍ପଣ କରିଥିବା ଜୁନୈଦ ଖୁବଶୀଘ୍ର ରାଜନୀତିରେ ଯୋଗଦେବେ ବୋଲି ପାକିସ୍ତାନରେ ବିଭିନ୍ନ ଗଣମାଧ୍ୟମରେ ଆଲୋଚନା ହେଉଛି ।