www.samajalive.in
Sunday, December 14, 2025
19.1 C
Bhubaneswar

ଗଞ୍ଜାମରେ ନବରାତ୍ର ପୂଜା, ବିଭିନ୍ନ ଶକ୍ତିପୀଠ ଉତ୍ସବମୁଖର

ଗଞ୍ଜାମ : ପବିତ୍ର ନବରାତ୍ରୀ ପୂଜା ପାଇଁ ସୋମବାରଠାରୁ ଗଞ୍ଜାମ ସହର ତଥା ଏହାର ଆଖପାଖ ଅଞ୍ଚଳ ବର୍ତମାନ ଅଧିକ ଉତ୍ସବମୁଖର ହୋଇ ଉଠିଛି। ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଶକ୍ତିପୀଠମାନଙ୍କରେ ନବରାତ୍ର ପୂଜା ଆରମ୍ଭ ହୋଇଛି।

ସହର ସ୍ଥିତ ଦୁର୍ଗାଦେବୀ ସାହିରେ ବିଜେ ମା’ଦୁର୍ଗା ଦେବୀ ପୀଠରେ ଏହି ପୂଜା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କାର୍ଯ୍ୟ ସରିଛି। ପାରମ୍ପରିକ ନୀତି ନିୟମ ଅନୁସାରେ ପୂଜା, ଅର୍ଚ୍ଚନା, ହୋମ, ଚଣ୍ଡିପାଠ ପ୍ରଭୃତି ସହିତ ସନ୍ଧ୍ୟା ଆଳତୀ ସମୟରେ ଶ୍ରଦ୍ଧାଳୁମାନଙ୍କ ପ୍ରବଳ ଭିଡ଼ ହୋଇଥାଏ। ଏହା ସହିତ ପ୍ରତ୍ୟହ ମା’ଙ୍କ ଅଭିନଵ ରୂପଦର୍ଶନ ମିଳିବ। ପ୍ରତିପଦାରେ ବନଦୁର୍ଗା, ଦ୍ଵିତୀୟାରେ ଭୁବନେଶ୍ଵରୀ, ତୃତୀୟାରେ ନାରାୟଣୀ, ଚତୁର୍ଥୀରେ ମହାଲକ୍ଷ୍ମୀ, ପଞ୍ଚମୀରେ ସରସ୍ବତୀ, ଷଷ୍ଠୀରେ ମାତଙ୍ଗୀ, ସପ୍ତମୀରେ ଉଗ୍ରତାରା, ଅଷ୍ଟମୀରେ ମହିଷାସୁର ମର୍ଦ୍ଧିନୀ, ନବମୀରେ ଶିବରୁଢ଼ା, ଦଶମୀରେ ଦଶହରା ପର୍ବ କାର୍ଯ୍ୟକ୍ରମ ରହିଛି।

- Advertisement -

ସେହିପରି ରାମଚଣ୍ଡୀ, ମା’ ବୁଢ଼ୀ ଠାକୁରାଣୀ, ଗଙ୍ଗାଦେବୀ, ପୋଲକାଶୁଣି, ପୁଇଁତୋଳା ଗ୍ରାମର କନକ ଦୁର୍ଗା, ସାତଭଉଣୀ ଏପରିକି ବିଭିନ୍ନ ଶକ୍ତିପୀଠମାନଙ୍କରେ ପାରାମ୍ପାରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଛି। ଶକ୍ତିପୀଠଗୁଡିକୁ ରଙ୍ଗବେରଙ୍ଗର ଆଲୋକ ମାଳାରେ ସୁସଜ୍ଜିତ କରାଯାଇଛି। ଶ୍ରଦ୍ଧାଳୁମାନଙ୍କ ଭିଡ଼ ସାଙ୍ଗକୁ ବାଦ୍ୟବାଜଣା, ପୂଜକଙ୍କ ମନ୍ତ୍ରଧ୍ୱନି ଶକ୍ତିପୀଠ ପରିସରରେ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ପୂର୍ବ ଦୁଇବର୍ଷ କୋଭିଡ କଟକଣା ରହିଥିଲା। ଚଳିତ ବର୍ଷ କଟକଣା ରହିନଥିବା ଫଳରେ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଅଧିକ ଉତ୍ସାହ ଦେଖିବାକୁ ମିଳିଛି।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories