www.samajalive.in
Sunday, December 14, 2025
17.1 C
Bhubaneswar

ପ୍ରଭାବଶାଳୀ ୫୦ ଭାରତୀୟ: ୧୦ମ ସ୍ଥାନରେ ନବୀନ, ୨୧ତମ ସ୍ଥାନରେ ରାହୁଳ

ନୂଆଦିଲ୍ଲୀ: ଦେଶର ଶ୍ରେଷ୍ଠ ୫୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ‘ଫେମ୍ ଇଣ୍ଡିଆ’ ମାଗାଜିନ ପକ୍ଷରୁ ପ୍ରକାଶିତ୨୦୨୦ – ‘‘୫୦ ପ୍ରଭାବଶାଳୀ ଭାରତୀୟ’’ ତାଲିକାରେ ନବୀନ ୧୦ମ ସ୍ଥାନରେ ଅଛନ୍ତି ।

- Advertisement -

ଏହି ତାଲିକାରେ ଶୀର୍ଷରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (୯୯.୬%) | ଦ୍ୱିତୀୟ ସ୍ଥାନରେ ଉତ୍ତର ପ୍ରଦେଶ ଯୋଗୀ ଆଦିତ୍ୟନାଥ (୯୭%) |  ତୃତୀୟ ସ୍ଥାନରେ ଗୃହମନ୍ତ୍ରୀ ଅମିତ୍ ଶାହା (୯୬.୫%)  |

୪ର୍ଥ ସ୍ଥାନରେ ଶିଳ୍ପପତି ରତନ ଟାଟା (୯୫.୨%), ୫ମ ସ୍ଥାନରେ  ମୁକେଶ ଅମ୍ବାନୀ (୯୫%) ଅଛନ୍ତି ।

ସେହିପରି ଷଷ୍ଠ ସ୍ଥାନରେ କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ, ୭ମ ସ୍ଥାନରେ ଧର୍ମଗୁରୁ ରବିଶଙ୍କର, ୮ମ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ୯ମ ସ୍ଥାନରେ ଭାରତର ଜେମ୍ସବଣ୍ଡ ତଥା ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ଅଧ୍ୟକ୍ଷ ଅଜିତ୍ ଡ଼ୋଭାଲ

ଓ ୧୦ମ ସ୍ଥାନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରହିଛନ୍ତି। ଏକାଦଶତମ ସ୍ଥାନରେ ରହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ପି.କେ.ମିଶ୍ର ।

ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ଏହି ତାଲିକାରେ ୩ ଜଣ ମୁଖ୍ୟମନ୍ତ୍ରୀ ଅଛନ୍ତି । ଦ୍ବିତୀୟ ସ୍ଥାନରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରହିଥିବାବେଳେ କେରଳ ମୁଖ୍ୟମନ୍ତ୍ରୀ ପି.ବିଜୟନ ଷଷ୍ଠ ସ୍ଥାନରେ ଅଛନ୍ତି । 

ସେହିପରି ଏହି ତାଲିକାରେ ବିଜେପି ସଭାପତି ଜେ.ପି.ନଡ଼୍ଡ଼ା ୧୭ତମ, ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ କାର୍ଯ୍ୟକାରୀ କମିଟି ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଡ଼. ହର୍ଷବର୍ଦ୍ଧନ ୧୮ତମ, ପତଞ୍ଜଳି ପ୍ରତିଷ୍ଠାତା ତଥା ଯୋଗଗୁରୁ ରାମଦେବ ୨୦ତମ ଓ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ୨୧ତମ ପ୍ରଭାବଶାଳୀ ଭାରତୀୟ ଭାବରେ ସ୍ଥାନ ପାଇଛନ୍ତି ।

ଅନୁରୂପ ଭାବରେ ଏଥିରେ  ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ୧୨ତମ ସ୍ଥାନରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୧୩ତମ ସ୍ଥାନରେ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ୧୭ତମ, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ୩୦ତମ ସ୍ଥାନ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ୩୧ତମ ସ୍ଥାନରେ ଅଛନ୍ତି |

କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ୨୯ତମ ସ୍ଥାନରେ ଥିବାବେଳେ ଆନ୍ଧ୍ରକ୍ୟାଡ଼ର ଆଇଏଏସ୍ ତଥା କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ପ୍ରୀତି  ସୁଦାନ ୩୦ତମ, ପ୍ରତିରକ୍ଷା ସଚିବ ଅଜୟ କୁମାର ୩୧ତମ ଓ ସିଡ଼ିଏସ୍ ଜେନେରାଲ ବିପିନ ରାୱତ ୩୨ତମ ସ୍ଥାନରେ ଅଛନ୍ତି ।

ଶିଳ୍ପପତି ଗୌତମ ଆଦାନୀ ୩୩ତମ, କ୍ୟାଡ଼ିଲା ମୁଖ୍ୟ ପଙ୍କଜ ଭାଇ ପଟେଲ ୩୪, ଶିଳ୍ପପତି ସଜ୍ଜନ ଜିନ୍ଦଲ ଏହି ତାଲିକାରେ ୩୫ତମ ସ୍ଥାନରେ ଅଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories