www.samajalive.in
Sunday, December 7, 2025
26.1 C
Bhubaneswar

ଉପନିର୍ବାଚନ ବିଜୟ ପରେ ବାଲେଶ୍ଵର ଓ ତିର୍ତ୍ତୋଲବାସୀଙ୍କ ସହିତ କଥା ହେଲେ ନବୀନ

ଭୁବନେଶ୍ବର : ଉପନିର୍ବାଚନରେ ବିପୁଳ ବିଜୟ ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ଵର ଓ ତିର୍ତ୍ତୋଲ ବାସୀଙ୍କ ସହିତ କଥା ହୋଇଛନ୍ତି। ଭିଡିଓ କନଫରେନ୍ସ ମାଧ୍ୟମରେ ବାଲେଶ୍ଵର ଓ ତିର୍ତ୍ତୋଲରେ ଆୟୋଜିତ ସଭାକୁ ନବୀନ ଉଦବୋଧନ ଦେଇଛନ୍ତି। ଯେଉଁଭଳି ଭାବେ ବିଜେଡିକୁ ଲୋକେ ବିଶ୍ବାସକୁ ନେବା ସହ ଅଦ୍ଭୂତପୂର୍ବ ସଫଳତା ଦେଲେ ସେନେଇ ନିର୍ବାଚନ ମଣ୍ଡଳୀର ଲୋକଙ୍କୁ କୃତଜ୍ଞତା ଜଣାଇଛନ୍ତି ନବୀନ ।

ଭିଡିଓ କନଫରେନ୍ସ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସମୟରେ ବହୁ ସଂଖ୍ୟାରେ କର୍ମକର୍ତ୍ତାମାନଙ୍କ ସହ ବାଲେଶ୍ଵର ଓ ତିର୍ତ୍ତୋଲରୁ ବିଜୟ ଲାଭ କରିଥିବା ଦୁଇ ବିଜେଡି ବିଧାୟକ ସ୍ବରୂପ ଦାସ ଓ ବିଜୟ ଶଙ୍କର ଦାସ ମଧ୍ୟ ନିଜ ନିଜ ନିର୍ବାଚନ ମଣ୍ଡଳି ସଭାରେ ଉପସ୍ଥିତି ରହିଥିଲେ। ଏହି ଅବସରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଥମେ ତିର୍ତ୍ତୋଲ ବାସୀଙ୍କ ସହ ଭିଡିଓ କନଫରେନ୍ସରେ କଥା ହୋଇ କହିଥିଲେ କି ‘ତିର୍ତ୍ତୋଲବାସୀଙ୍କ ପାଖରେ ମୁଁ ଋଣି। ବିଜୟ ପାଇଁ ଆମ କର୍ମୀମାନେ ବହୁତ ପରିଶ୍ରମ କରିଛନ୍ତି।କରୋନା କାଳରେ ନିୟମ ମାନି କାମ କରିଥିବାରୁ ଆପଣଙ୍କୁ ଧନ୍ୟବାଦ। ଏଥି ସହିତ ବିଜୟୀ ହୋଇଥିବା ବିଜୟ ଶଙ୍କରଙ୍କୁ ମୋର ଅଭିିନନ୍ଦନ। ତିର୍ତ୍ତୋଲର ବିକାଶ ପାଇଁ ଆପଣ କାମ ଜାରି ରଖନ୍ତୁ।କରୋନା ସମୟରେ ଲୋକଙ୍କ ପାଖକୁ ଯାଆନ୍ତୁ ଓ ଲୋକଙ୍କ ସମସ୍ୟା ବୁଝନ୍ତୁ।’

- Advertisement -

ସେହିପରି ବାଲେଶ୍ବର ବାସୀଙ୍କୁ ମଧ୍ୟ ନିର୍ବାଚନୀ ସଫଳତା ନେଇ ନବୀନ ଅଭିନନ୍ଦନ ଜଣାଇଛନ୍ତି। ନବୀନ କହିଥିଲେ କି ‘କରୋନା କାଳରେ ପ୍ରଚାର ଏତେ ସହଜ ନଥିଲା । ମାତ୍ର ଦଳର ବିଜୟ ପାଇଁ ଦଳର କର୍ମୀମାନେ ସବୁ ନିୟମ ମାନି ଯେଉଁ ପରିଶ୍ରମ କରିଛନ୍ତି ସେଥିପାଇଁ ଧନ୍ୟବାଦ। ଭୂତାଣୁ ଭୟ ଭିତରେ ମଧ୍ୟ ଘରୁ ବାହାରି ଭୋଟ ଦେଇଥିବା ସମସ୍ତ ଜନତାଙ୍କୁ ଧନ୍ୟବାଦ।’ ଏହି ଅବସରରେ ବାଲେଶ୍ବରର ବିଜୟୀ ପାର୍ଥୀ ସ୍ବରୂପ ଦାସ ମଧ୍ୟ ନିଜ ବିଜୟ ପାଇଁ ନବୀନଙ୍କୁ ଧନ୍ୟବାଦ ଜଣାଇବା ସହ ଲେଶ୍ୱରବାସୀଙ୍କ ସହ ସମସ୍ତ କର୍ମକର୍ତ୍ତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ।

ଉଲ୍ଲେଖଯୋଗ୍ୟ ବାଲେଶ୍ବର ସଦର ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ହୋଇଥିଲା । ନଭେମ୍ବର ୩ ତାରିଖରେ ମତଦାନ ହୋଇଥିବାବେଳେ ୧୦ ତାରିଖରେ ଗଣତି ହୋଇଥିଲା । ତେବେ ଦୁଇଟି ଯାକ ନିର୍ବାଚନ ମଣ୍ଡଳୀରେ ବିଜେଡି ବାଜିମାତ କରିଥିଲା । ବାଲେଶ୍ବର ସଦରରୁ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ବିଜୟୀ ହୋଇଥିବାବେଳେ ତିର୍ତ୍ତୋଲରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ବିଜୟୀ ହୋଇଥିଲେ ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories