www.samajalive.in
Saturday, December 6, 2025
15.1 C
Bhubaneswar

କରୋନା ମୁକାବିଲା: କେନ୍ଦ୍ରର ପଦକ୍ଷେପକୁ ନବୀନଙ୍କ ପ୍ରଶଂସା, ଅଗ୍ରୀମ ଆର୍ଥିକ ସହାୟତା ଲୋଡ଼ିଲେ

ଭୁବନେଶ୍ଵର: କରୋନା ଭୂତାଣୁର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ସ୍ବାସ୍ଥ୍ୟମନ୍ତ୍ରୀମାନଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। ଏହି ଭୟଙ୍କର ଭୂତାଣୁକୁ ରୋକିବା ଲାଗି ସତର୍କତା ମୂଳକ ପଦକ୍ଷେପ ସହିତ ଜାରି ହୋଇଥିବା ଗାଇଡ୍‌ଲାଇନକୁ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ମୋଦୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ। ଏହି ଅବସରରେ ନବୀନ କେନ୍ଦ୍ର ସରକାରଙ୍କ କରୋନା ମୁକାବିଲା ପଦକ୍ଷେପଗୁଡ଼ିକୁ ପ୍ରଶଂସା କରିଥିଲେ। ବିଶେଷକରି ଅନ୍ତର୍ଜାତୀୟ ବିମାନ ସେବା ଉପରେ କଟକଣା ଲଗାଯିବା, ବିଦେଶରେ ଫଶିଥିବା ଭାରତୀୟଙ୍କୁ ଉଦ୍ଧାର କରାଯିବା ଏବଂ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି(ଏସଡିଆରଏଫ) ପ୍ରସ୍ତୁତ କରିଥିବାରୁ ନବୀନ ପ୍ରଶଂସା କରିଥିଲେ।

ଏହା ସହିତ ମୁଖ୍ୟମନ୍ତ୍ରୀ କେତେକ କ୍ଷେତ୍ରରେ କେନ୍ଦ୍ରଠାରୁ ଆର୍ଥିକ ସହାୟତା ଲୋଡ଼ିଥିଲେ। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମଜିଏନଆରଇଜିଏସ)ରେ ଶ୍ରମିକମାନଙ୍କୁ ୫୦ ଦିନର ମରୁରୀ ପ୍ରଦାନ କରାଯିବା, ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ ହୋଇଥିବା ପରିବାରଙ୍କୁ ଖାଦ୍ୟ ଯୋଗାଇବା ଲାଗି କେନ୍ଦ୍ର ସରକାର ଅଗ୍ରୀମ ଅର୍ଥ ପ୍ରଦାନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେହିପରି ପିଏମ କିଷାନ ଯୋଜନାରେ ୨ଟି ଅତିରିକ୍ତ କିସ୍ତିର ଅର୍ଥ ମାଗିଥିଲେ। ବିଭିନ୍ନ କ୍ଷେତ୍ର ଏବଂ ନିର୍ମାଣ କର୍ମଚାରୀଙ୍କ ଲାଗି ଆର୍ଥିକ ପ୍ୟାକେଜ ପ୍ରଦାନ ପାଇଁ କହିଥିଲେ। ଏସବୁ କ୍ଷେତ୍ରରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଆଗୁଆ ଆର୍ଥିକ ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ।

- Advertisement -

ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ କିଛି ପରାମର୍ଶ ମଧ୍ୟ ଦେଇଥିଲେ। ଯେପରି କି ରାଜ୍ୟରେ କରୋନା ପରୀକ୍ଷାକୁ ସୁବିଧାଜନକ କରାଇବା, ଉଭୟ ଘରୋଇ ଏବଂ ସରକାରୀ ଲାବରେଟୋରିରେ ପରୀକ୍ଷା ବ୍ୟବସ୍ଥା ସହିତ ଏହାକୁ ବିନା ମୂଲ୍ୟରେ କରାଯିବା ଉପରେ ଗୁରୁତ୍ଵ ଦେଇଥିଲେ। ସ୍ବାସ୍ଥ୍ୟକ୍ଷେତ୍ରରେ ଜଡ଼ିତ କର୍ମଚାରୀଙ୍କ ଲାଗି ମାସ୍କ ଏବଂ କ୍ରିଟିକାଲ କେୟାର ଉପରକରଣ ଭଳି ସୁରକ୍ଷା ଉପକରଣ ଉପଲବ୍ଧ କରାଇବାକୁ ନବୀନ ପରାମର୍ଶ ଦେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories