୧୦୦ ଶଯ୍ୟା ବିଶିଷ୍ଟ କର୍କଟ ରୋଗ ଚିକିତ୍ସା କେନ୍ଦ୍ରର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ବରଗଡ: ନିର୍ବାଚନ ପୂର୍ବରୁ ବରଗଡ ଜିଲାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ ଭେଟି। ଜିଲା ଗସ୍ତରେ ଯାଇ ବହୁ ପ୍ରତୀକ୍ଷିତ ଗଙ୍ଗାଧର ମେହେର ଉଠାଜଳସେଚନ ପ୍ରକଳ୍ପ ଓ ୧୦୦ ଶଯ୍ୟା ବିଶିଷ୍ଟ କର୍କଟ ରୋଗ ଚିକିତ୍ସା କେନ୍ଦ୍ରର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ନବୀନ କହିଛନ୍ତି ରାଜ୍ୟରେ ଏବେ ରୂପାନ୍ତରଣ ପର୍ବ ଚାଲିଛି। ବିଏସକେୱାଇ ୪କୋଟି ଓଡ଼ିଶାବାସୀଙ୍କ ପାଇଁ ଆଶୀର୍ବାଦ ପାଲଟିଛି। ଓଡ଼ିଶା ପୁରା ଦେଶକୁ ଖାଦ୍ୟ ଯୋଗାଉଛି। ବରଗଡ ଜିଲାର ଚାଷୀ ଭାଇଙ୍କ ଅବଦାନ ଏଥିରେ ଯଥେଷ୍ଟ ଅଧିକ ରହିଛି। ସୋହେଲା, ବିଜେପୁର, ବିଜେପୁର, ଡୁଙ୍ଗୁରିପାଲି ବ୍ଲକର ଚାଷୀ ଭାଇଙ୍କ ପାଇଁ ଖୁସିର ଦିନ ଆସିଛି । ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ଦ୍ୱାରା ଆଜି ଠାରୁ ଜମିକୁ ପାଣି ଯୋଗାଇବା ଆରମ୍ଭ ହେଲା । ଏହାଦ୍ୱାରା ୬୦ ହଜାର ଏକରରୁ ଅଧିକ ଜମି ଜଳସେଚିତ ହେବ ।
Comments are closed.