www.samajalive.in
Wednesday, December 10, 2025
14.1 C
Bhubaneswar

ଏହି ଖାଦ୍ୟ କାରଣରୁ ବାରମ୍ବାର ଆସିଥାଏ କ୍ରୋଧ : ଜାଣନ୍ତୁ..

ବର୍ତ୍ତମାନ ସମୟରେ କର୍ମବ୍ୟସ୍ତ ଜୀବନରେ ରାଗ ଓ ଚିଡ୍‌‌ଚିଡାପଣ ଏକ ସାଧାରଣ କଥା। ମାତ୍ର ଏହା ଦରକାର ଠାରୁ ଅଧିକ ହେବା ଚିନ୍ତାର ବିଷୟ। ତେଣୁ ନିଜ ଡାଏଟରେ ଓ ଦୈନନ୍ଦିନ ଖାଦ୍ୟ ପ୍ରତି ଧ୍ୟାନ ଦେବା ଜରୁରୀ। ଚିଡ୍‌‌ଚିଡାପଣ ଲାଗି ରହିବା ସହ ବାରମ୍ବାର ଛୋଟ ଛୋଟ କଥାରେ କ୍ରୋଧ ଆସୁଥିଲେ, ଏଭଳି କିଛି ଖାଦ୍ୟ ରହିଛି,ଯାହାକୁ ଖୁବ କମ୍‌‌ ମାତ୍ରାରେ ଖାଆନ୍ତୁ। ଏସବୁ ଖାଦ୍ୟ ଅଧିକ ପରିମାଣରେ ସେବନ କରିବା ଦ୍ୱାରା ବାରମ୍ବାର କ୍ରୋଧ ଆସିଥାଏ।
ଟମାଟୋକୁ ପ୍ରତ୍ୟେକ ଖାଦ୍ୟରେ ବ୍ୟବହାର କରାଯାଏ। ଏହା ଖାଦ୍ୟକୁ ସ୍ୱାଦିଷ୍ଟ କରିବା ସହ ଅନେକ ଟମାଟୋ ଖାଇବାକୁ ମଧ୍ୟ ପସନ୍ଦ କରିଥାଆନ୍ତି। ମାତ୍ର ଟମାଟୋର ଗୁଣ ଏହା ଶରୀରକୁ ଉଷ୍ଣ କରିଥାଏ। ତେଣୁ ଏହାକୁ ଅଧିକ ମାତ୍ରାରେ ସେବନ କରିବା ଦ୍ୱାରା ଶରୀରରେ ଉଷ୍ଣତାର ମାତ୍ରା ବୃଦ୍ଧି ପାଇଥାଏ। ଯାହା କ୍ରୋଧର କାରଣ ପାଲଟିଥାଏ। ତେଣୁ ଆପଣଙ୍କୁ ବାରମ୍ବାର କ୍ରୋଧ ଆସୁଥିଲେ, ଟମାଟୋ କମ୍‌‌ ମାତ୍ରାରେ ସେବନ କରନ୍ତୁ।
ବାଇଗଣରେ କେତେକ ଏସିଡ୍‌‌ ରହିଛି। ଯେଉଁ କାରଣରୁ ଏହାର ଅଧିକ ସେବନ କରିବା ଦ୍ୱାରା ଚିଡ୍‌‌ଚିଡାପଣ ବୃଦ୍ଧି କରିଥାଏ। ବାଇଗଣ ଅଧିକ ସେବନ କରୁଥିବା ବ୍ୟକ୍ତିଙ୍କୁ ଅଧିକ କ୍ରୋଧ ଆସିଥାଏ। ଏହାସହ ଚିଡ୍‌‌ଚିଡାପଣ ମଧ୍ୟ ବୃଦ୍ଧି ହୋଇଥାଏ। କମ୍‌‌ ମାତ୍ରାରେ ଏହାର ସେବନ କରିପାରିବେ।
ଅଧିକ ମାତ୍ରାରେ ଫୁଲ କୋବି ଖାଇବା ଦ୍ୱାରା ଶରୀରରେ ଗ୍ୟାଷ୍ଟ୍ରିକ ସମସ୍ୟା ସୃଷ୍ଟି ହେବାର ଦେଖାଯାଏ। ଅଧିକାଂଶ ସମୟରେ ଏହା କ୍ରୋଧର କାରଣ ମଧ୍ୟ ପାଲଟିଥାଏ। ତେଣୁ ଏହାର ବ୍ୟଞ୍ଜନ ପ୍ରସ୍ତୁତ କରିବା ସମୟରେ ଏଥିରେ କିଛି ପରିମାଣରେ ପାନମଧୁରୀ ଓ ଜୁଆଣୀ ଭଳି ଜିନିଷ ବ୍ୟବହାର କରନ୍ତୁ।
ଅତିରିକ୍ତ ରାଗ ,ମସଲାଯୁକ୍ତ ଖାଦ୍ୟ, ଚଟ୍‌‌ପଟା ଖାଦ୍ୟ ମଧ୍ୟ ଅଧିକ ସେବନ କରନ୍ତୁ ନାହିଁ। ଏହାକୁ ସେବନ କରିବା ଦ୍ୱାରା କ୍ରୋଧର ମାତ୍ରା ବୃଦ୍ଧି ପାଇଥାଏ। ତେଣୁ ଯଥାସମ୍ଭବ ଏହାକୁ କମ୍‌‌ ମାତ୍ରାରେ ସେବନ କରନ୍ତୁ।
ଅଧିକାଂଶ ଲୋକଙ୍କର ଚା’ ପିଇବା ଅଭ୍ୟାସ ରହିଛି। କିଛି ବ୍ୟକ୍ତି ବିଶେଷ ଆବଶ୍ୟକତା ଠାରୁ ଅଧିକ ଚା’ ପିଇଥାଆନ୍ତି। ୧ରୁ ୨କପ ଚା’ କିମ୍ବା କଫି ସେବନ କରିପାରିବେ। ମାତ୍ର ଏହା ଠାରୁ ଅଧିକ ମାତ୍ରାରେ ଚା’ କିମ୍ବା କଫି ସେବନ କରନ୍ତୁ ନାହିଁ। ଏହାର ଅଧିକ ସେବନ କରିବା ଦ୍ୱାରା କ୍ରୋଧର କାରଣ ପାଲଟିଥାଏ। ବାରମ୍ବାର କ୍ରୋଧ ଆସିଥାଏ।

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories