www.samajalive.in
Saturday, December 6, 2025
26.1 C
Bhubaneswar

ଏହି ଖାଦ୍ୟ କାରଣରୁ ବାରମ୍ବାର ଆସିଥାଏ କ୍ରୋଧ : ଜାଣନ୍ତୁ..

ବର୍ତ୍ତମାନ ସମୟରେ କର୍ମବ୍ୟସ୍ତ ଜୀବନରେ ରାଗ ଓ ଚିଡ୍‌‌ଚିଡାପଣ ଏକ ସାଧାରଣ କଥା। ମାତ୍ର ଏହା ଦରକାର ଠାରୁ ଅଧିକ ହେବା ଚିନ୍ତାର ବିଷୟ। ତେଣୁ ନିଜ ଡାଏଟରେ ଓ ଦୈନନ୍ଦିନ ଖାଦ୍ୟ ପ୍ରତି ଧ୍ୟାନ ଦେବା ଜରୁରୀ। ଚିଡ୍‌‌ଚିଡାପଣ ଲାଗି ରହିବା ସହ ବାରମ୍ବାର ଛୋଟ ଛୋଟ କଥାରେ କ୍ରୋଧ ଆସୁଥିଲେ, ଏଭଳି କିଛି ଖାଦ୍ୟ ରହିଛି,ଯାହାକୁ ଖୁବ କମ୍‌‌ ମାତ୍ରାରେ ଖାଆନ୍ତୁ। ଏସବୁ ଖାଦ୍ୟ ଅଧିକ ପରିମାଣରେ ସେବନ କରିବା ଦ୍ୱାରା ବାରମ୍ବାର କ୍ରୋଧ ଆସିଥାଏ।
ଟମାଟୋକୁ ପ୍ରତ୍ୟେକ ଖାଦ୍ୟରେ ବ୍ୟବହାର କରାଯାଏ। ଏହା ଖାଦ୍ୟକୁ ସ୍ୱାଦିଷ୍ଟ କରିବା ସହ ଅନେକ ଟମାଟୋ ଖାଇବାକୁ ମଧ୍ୟ ପସନ୍ଦ କରିଥାଆନ୍ତି। ମାତ୍ର ଟମାଟୋର ଗୁଣ ଏହା ଶରୀରକୁ ଉଷ୍ଣ କରିଥାଏ। ତେଣୁ ଏହାକୁ ଅଧିକ ମାତ୍ରାରେ ସେବନ କରିବା ଦ୍ୱାରା ଶରୀରରେ ଉଷ୍ଣତାର ମାତ୍ରା ବୃଦ୍ଧି ପାଇଥାଏ। ଯାହା କ୍ରୋଧର କାରଣ ପାଲଟିଥାଏ। ତେଣୁ ଆପଣଙ୍କୁ ବାରମ୍ବାର କ୍ରୋଧ ଆସୁଥିଲେ, ଟମାଟୋ କମ୍‌‌ ମାତ୍ରାରେ ସେବନ କରନ୍ତୁ।
ବାଇଗଣରେ କେତେକ ଏସିଡ୍‌‌ ରହିଛି। ଯେଉଁ କାରଣରୁ ଏହାର ଅଧିକ ସେବନ କରିବା ଦ୍ୱାରା ଚିଡ୍‌‌ଚିଡାପଣ ବୃଦ୍ଧି କରିଥାଏ। ବାଇଗଣ ଅଧିକ ସେବନ କରୁଥିବା ବ୍ୟକ୍ତିଙ୍କୁ ଅଧିକ କ୍ରୋଧ ଆସିଥାଏ। ଏହାସହ ଚିଡ୍‌‌ଚିଡାପଣ ମଧ୍ୟ ବୃଦ୍ଧି ହୋଇଥାଏ। କମ୍‌‌ ମାତ୍ରାରେ ଏହାର ସେବନ କରିପାରିବେ।
ଅଧିକ ମାତ୍ରାରେ ଫୁଲ କୋବି ଖାଇବା ଦ୍ୱାରା ଶରୀରରେ ଗ୍ୟାଷ୍ଟ୍ରିକ ସମସ୍ୟା ସୃଷ୍ଟି ହେବାର ଦେଖାଯାଏ। ଅଧିକାଂଶ ସମୟରେ ଏହା କ୍ରୋଧର କାରଣ ମଧ୍ୟ ପାଲଟିଥାଏ। ତେଣୁ ଏହାର ବ୍ୟଞ୍ଜନ ପ୍ରସ୍ତୁତ କରିବା ସମୟରେ ଏଥିରେ କିଛି ପରିମାଣରେ ପାନମଧୁରୀ ଓ ଜୁଆଣୀ ଭଳି ଜିନିଷ ବ୍ୟବହାର କରନ୍ତୁ।
ଅତିରିକ୍ତ ରାଗ ,ମସଲାଯୁକ୍ତ ଖାଦ୍ୟ, ଚଟ୍‌‌ପଟା ଖାଦ୍ୟ ମଧ୍ୟ ଅଧିକ ସେବନ କରନ୍ତୁ ନାହିଁ। ଏହାକୁ ସେବନ କରିବା ଦ୍ୱାରା କ୍ରୋଧର ମାତ୍ରା ବୃଦ୍ଧି ପାଇଥାଏ। ତେଣୁ ଯଥାସମ୍ଭବ ଏହାକୁ କମ୍‌‌ ମାତ୍ରାରେ ସେବନ କରନ୍ତୁ।
ଅଧିକାଂଶ ଲୋକଙ୍କର ଚା’ ପିଇବା ଅଭ୍ୟାସ ରହିଛି। କିଛି ବ୍ୟକ୍ତି ବିଶେଷ ଆବଶ୍ୟକତା ଠାରୁ ଅଧିକ ଚା’ ପିଇଥାଆନ୍ତି। ୧ରୁ ୨କପ ଚା’ କିମ୍ବା କଫି ସେବନ କରିପାରିବେ। ମାତ୍ର ଏହା ଠାରୁ ଅଧିକ ମାତ୍ରାରେ ଚା’ କିମ୍ବା କଫି ସେବନ କରନ୍ତୁ ନାହିଁ। ଏହାର ଅଧିକ ସେବନ କରିବା ଦ୍ୱାରା କ୍ରୋଧର କାରଣ ପାଲଟିଥାଏ। ବାରମ୍ବାର କ୍ରୋଧ ଆସିଥାଏ।

 

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories