www.samajalive.in
Saturday, December 13, 2025
23.1 C
Bhubaneswar

ସମାଜ ଓ ଦେଶର ଆର୍ଥିକ ବିକାଶକୁ ହ୍ରାସ କରୁଛି ଯୁବଗୋଷ୍ଠୀଙ୍କ ନିଦ୍ରା ଅନୀୟମତା

ଭୁବନେଶ୍ୱର: ଦେଶ ଗଠନ ଓ ବିକାଶରେ ଯୁବଗୋଷ୍ଠୀମାନଙ୍କର ଅତୁଳନୀୟ ଭୂମିକା ରହିଛି। ଭାରତୀୟ ଜନସଂଖ୍ୟା ପଲିସି ୨୦୧୩ ଅନୁସାରେ ୧୫-୩୫ ବର୍ଷ ବୟସକୁ ଯୁବାବସ୍ଥା କୁହାଯାଏ। ଏହି ସମୟ ମଣିଷ ଶାରୀରିକ ଓ ମାନସିକ ବିକାଶର ସର୍ବୋକୃଷ୍ଟ ସମୟ। ସାରା ବିଶ୍ୱରେ ଭାରତର ଯୁବଗୋଷ୍ଠୀମାନଙ୍କ ସଂଖ୍ୟା ସର୍ବାଧିକ। କିନ୍ତୁ ପରିତାପର ବିଷୟ ଏହା ଯେ ବିଭିନ୍ନ ପ୍ରକାର ସାମ୍ପ୍ରତିକ ସାମାଜିକ କାରଣରୁ ଯୁବଗୋଷ୍ଠୀ ଅନେକ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ସହିତ ନିଦ୍ରା ଅନୀୟମତାର ଶୀକାର ହୋଇପଡ଼ିଛନ୍ତି। ନିଦ୍ରା ଅନୀୟମତା ସେମାନଙ୍କର ମାନସିକ ଓ ଶାରୀରିକ ବିକାଶକୁ ନକରାତ୍ମକ ଭାବେ ପ୍ରଭାବିତ କରିବା ସହିତ ସେମାନଙ୍କ କାର୍ଯ୍ୟ ଦକ୍ଷତାକୁ ମଧ୍ୟ ପ୍ରଭାବିତ କରୁଛି; ଯାହା ସମାଜ ଓ ଦେଶର ଆର୍ଥିକ ବିକାଶକୁ ହ୍ରାସ କରୁଛି। ତେଣୁ ଯୁବଗୋଷ୍ଠୀମାନଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ନିଦ୍ରା ଅନୀୟମତା ବିଷୟରେ ପଦକ୍ଷେପ ନେଇ ଯୁବ ସମାଜକୁ ଏଥିରୁ ରକ୍ଷା କରିବା ଆମ ସମସ୍ତଙ୍କ ଦାୟିତ ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ ୱମେନ୍ସ ଷ୍ଟଡ଼ିଜ ଏବଂ ରୋଟାଳରୀ କ୍ଲବ ଅଫ ଭୁବନେଶ୍ୱର ଏକାମ୍ର କ୍ଷେତ୍ର ପକ୍ଷରୁ ଆୟୋଜିତ ‘ଯୁବଗୋଷ୍ଠୀ ମଧ୍ୟରେ ନିଦ୍ରା ଅନୀୟମତା’ ଶୀର୍ଷକ କର୍ମଶାଳା ଆୟୋଜିତ କର୍ମଶାଳାରେ ବକ୍ତାମାନେ ପ୍ରକାଶ କରିଛନ୍ତି।


କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ୱବିଦ୍ୟାଳୟର ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ ସାମ୍ପ୍ରତିକ ପରିସ୍ଥିତିରେ ଯୁବଗୋଷ୍ଠୀଙ୍କ ମଧ୍ୟରେ ଦେଖାଯାଉଥିବା ନିଦ୍ରା ଅନୀୟମତା କିଭଳି ଦୂର ହୋଇପାରିବ ବିଭିନ୍ନ ଉଦାହରଣ ଦେଇ ବିସ୍ତୃତ ଭାବେ ଆଲୋଚନା କରିଥିଲେ।
ସ୍କୁଲ ଅଫ ୱମେନ୍ସ ଷ୍ଟଡ଼ିଜର ନିର୍ଦେଶିକା ପ୍ରଫେସର ଜୟନ୍ତୀ ଦୋରାଙ୍କ ଅଧ୍ୟକ୍ଷତାରେ ଆୟୋଜିତଏହି କର୍ମଶାଳାରେ ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ଏକାମ୍ରକ୍ଷେତ୍ରର ସଭାପତି ଡ.ଅଚ୍ୟୁତାନନ୍ଦ ପଟ୍ଟନାୟକ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। କ୍ଲବର ଚାଟର ପ୍ରେସିଡେଣ୍ଟ ପ୍ରଫେସର ରାଜଲକ୍ଷ୍ମୀ ମହାପାତ୍ର ରୋଟାରୀ କ୍ଲବ ସମ୍ପର୍କରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ। କିମସ ମେଡ଼ିକାଲ କଲେଜର ମନୋବିଜ୍ଞାନ ବିଭାଗ ଡାକ୍ତର ପ୍ରଣ ମହାପାତ୍ର, ଡା.ଶୈଳଜା ମିଶ୍ର ଓ ଡା. ଶ୍ରୀଳୟ ରାଜ ନିଦ୍ରା ବୈଜ୍ଞାନିକ ଦିଗଗୁଡ଼ିକୁ ଆଲୋଚନା କରିଥିଲେ। ଗୌହାଟୀସ୍ଥିତି ନିପସିପ୍‍ର ଅପସରପ୍ରାପ୍ତ ଉପନିର୍ଦେଶକ ଡ.ମଞ୍ଜୁ ଧୋନ୍ଦିୟାଲ ଏହାର ସାମାଜିକ ଦିଗଗୁଡ଼ିକୁ ଏବଂ ଏହି ଅନିୟମତାରୁ ରକ୍ଷା ପାଇବା ପାଇଁ ଆଶୁ ସମାଧାନ ଉପରେ ଆଲୋକପାତ କରିଥିଲେ। କର୍ମଶାଳା ଶେଷରେ ରୋଟାରୀ କ୍ଲବ ଅଫ ଭୁବେନଶ୍ୱର ଏାକ୍ରକ୍ଷେତ୍ରର ସେକ୍ରେଟାରୀ ସୂର୍ଯ୍ୟ ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ରୋଟାରୀ କ୍ଲବର ଉପସଭାପତି ଡ.ମମତା ଦାଶ କର୍ମଶାଳାକୁ ସଞ୍ଚାଳନ କରିଥିଲେ। ଏହି କର୍ମଶାଳାରେ ଉତ୍କଳ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀଙ୍କ ସମେତ ଓଡ଼ିଶା ଓ ଓଡ଼ିଶା ବାହାରୁ ବହୁ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଏହି କର୍ମଶାଳା ଛାତ୍ରଛାତ୍ରୀମାନଙ୍କ ପାଇଁ ବେଶ ଉପଯୋଗୀ ସାବ୍ୟସ୍ତ ହୋଇପାରିବ ବୋଲି ସ୍କୁଲ ଅଫ ୱମେନ୍ସ ଷ୍ଟଡ଼ିଜର ନିର୍ଦେଶିକା ପ୍ରଫେସର ଜୟନ୍ତୀ ଦୋରା ଏବଂ ରୋଟାରିଆନ ଅଚ୍ୟୁତାନନ୍ଦ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories