ଜାନୁଆରୀ ୧୬ରେ ପାଳନ ହେବ ନୂତନ ଉଦ୍ୟୋଗ ଦିବସ

ନୂଆଦିଲ୍ଲୀ: ଜାନୁଆରୀ ୧୬ ତାରିଖ ଅର୍ଥାତ୍ ଆସନ୍ତାକାଲି ଦେଶ ପାଳିବ ଜାତୀୟ ଷ୍ଟାର୍ଟ ଅପ୍ ଡେ ବା ନୂତନ ଉଦ୍ୟୋଗ ଦିବସ । ଏନେଇ ଆଜି ପ୍ରଧାନମନ୍ତ୍ରୀ ଷ୍ଟାର୍ଟଅପ୍ ଉଦ୍ୟୋଗୀମାନଙ୍କ ସହ ଆଲୋଚନ କରିଛନ୍ତି । ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ଜାନୁଆରୀ ୧୬ ତାରିଖକୁ ନୂତନ ଉଦ୍ୟୋଗ ଦିବସ ରୂପେ ପାଳନ କରିବାକୁ ଘୋଷଣା କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେଦି କହିଛନ୍ତି, ଷ୍ଟାର୍ଟଅପ୍ ଦୁନିଆରେ ଭାରତର ପତାକା ଉତ୍ତୋଳନ କରୁଥିବା ସମସ୍ତ ଅଭିନବ ଯୁବକଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ଭରତର ସସ୍କୃତି ଦୂର ଦୂରାନ୍ତରେ ପହଞ୍ଚାଇବାକୁ ନୂତନ ଉଦ୍ୟୋଗ ଦିବସ ପାଳନ କରାଯିବ । ସେଥିପାଇଁ ଏହି ଦିନଟିକୁ ଜାନୁଆରୀ ୧୬ରେ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ସହ ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହଛନ୍ତି ସରକାରଙ୍କ ବିଭିନ୍ନ ବିଭାଗ, ମନ୍ତ୍ରଣାଳୟ, ଯୁବ ଏବଂ ଷ୍ଟାର୍ଟ-ଅପ୍ ସହିତ ଯୋଗାଯୋଗ କରୁଛନ୍ତି ।

Comments are closed.