www.samajalive.in
Sunday, December 14, 2025
26.1 C
Bhubaneswar

ଜାତୀୟ କ୍ରୀଡ଼ା ଦିବସ : ମେଜର୍‌ ଧ୍ୟାନ ଚାନ୍ଦ ସିଂହଙ୍କ ଜନ୍ମ ଦିବସ

ଆଜି ଜାତୀୟ କ୍ରୀଡ଼ା ଦିବସ। ହକି ଯାଦୁଗର ମେଜର୍‌ ଧ୍ୟାନ ଚାନ୍ଦଙ୍କ ଜନ୍ମଦିବସରେ ଏହା ପାଳନ କରାଯାଇଆସୁଛି। ମେଜର୍‌ ଧ୍ୟାନ ଚାନ୍ଦ ସିଂହ ତାଙ୍କର ଯାଦୁକରୀ ଖେଳ ବଳରେ ୧୯୨୮, ୧୯୩୨ ଓ ୧୯୩୬ ଅଲିମ୍ପିକ୍‌ରେ ଭାରତ ପାଇଁ ସ୍ବର୍ଣ୍ଣପଦକ ହାସଲ କରିଥିଲେ। ୧୯୨୬ରୁ ୧୯୪୮ ମଧ୍ୟରେ ସେ ୪୦୦ରୁ ଅଧିକ ଗୋଲ୍‌ ଦେଇ ଅପ୍ରତିଦ୍ବନ୍ଦ୍ବୀ ପାଲଟିଥିଲେ। କେବଳ ଭାରତ ନୁହେଁ, ସାରା ପୃଥିବୀରେ ତାଙ୍କ ଅଦ୍ବିତୀୟ ଖେଳର ଅଗଣିତ ପ୍ରଶଂସକ ଥିଲେ। ମେଜର୍‌ ଧ୍ୟାନ ଚାନ୍ଦଙ୍କ ସ୍ମୃତିରେ ଭାରତରେ ଜୀବନବ୍ୟାପୀ ସାଧନାପାଇଁ ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ମେଜର୍‌ ଧ୍ୟାନ ଚାନ୍ଦ ପୁରସ୍କାର’ ପ୍ରଦାନ କରାଯିବା ସହ ତାଙ୍କ ଜନ୍ମଦିବସକୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଏ। ୨୯ ଅଗଷ୍ଟ ୧୯୦୫ରେ ହକି କିମ୍ବଦନ୍ତୀ ଧ୍ୟାନ ଚାନ୍ଦ ଜନ୍ମଗ୍ରହଣ କରିଥିଲେ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories