www.samajalive.in
Sunday, December 14, 2025
23.1 C
Bhubaneswar

ପିଲାଙ୍କ ଧୀ’ ଶକ୍ତି ବଢ଼ାଇବା ନିମନ୍ତେ ଟିପ୍ସ

ଶାନ୍ତ ପରିବେଶରେ ପିଲାମାନେ ଭଲ ପାଠ ପଢ଼ିଥାନ୍ତି। ବିଶେଷଜ୍ଞଙ୍କ ମତରେ ସେମାନଙ୍କ ଖାଦ୍ୟ ପ୍ରତି ମଧ୍ୟ ମା’ମାନେ ସତର୍କ ରହିବା ଜରୁରୀ। ଦିଲ୍ଲୀର ଜନୈକ ନାମୀ ଖାଦ୍ୟ ବିଶେଷଜ୍ଞ ମେଘା ମଖିଜାଙ୍କ କହିବାନୁସାରେ, ଜୀବନଶୈଳୀ ଭଲ ରହିଲେ ତାହା ପିଲାଙ୍କ ପାଠପଢ଼ା ସହ ଦୈନନ୍ଦିନ କାର୍ଯ୍ୟକଳାପକୁ ପ୍ରଭାବିତ କରେ। ବର୍ତ୍ତମାନ ମହାମାରୀ କାରଣରୁ ବିଦ୍ୟାଳୟ, ମହାବିଦ୍ୟାଳୟ ବନ୍ଦ ରହିଛି। ଏପରି ସମୟରେ ସେମାନଙ୍କ ଉପରେ ଧ୍ୟାନ ଦିଆଯିବା ଜରୁରୀ ନଚେତ୍ ଅବସାଦଗ୍ରସ୍ତ ହେବାର ଭୟ ଥିବାର ସେ କହିଛନ୍ତି।
– ସପ୍ତାହରେ ୩-୪ଥର ପିଲାଙ୍କୁ କଖାରୁ ମଞ୍ଜି ଖାଇବାକୁ ଦିଅନ୍ତୁ। ଏହାକୁ କୌଣସି ତରକାରୀରେ ନଚେତ୍ ହାଲ୍‌କା ଭାଜି ଜଳଖିଆ ଭାବେ ୧-୨ଚାମଚ ସନ୍ଧ୍ୟାବେଳେ ଦେଇପାରିବେ। ଏଥିରେ ଜିଙ୍କ୍, ମାଙ୍ଗାନିଜ୍, କପର୍, ଲୌହ ପୋଷକତତ୍ତ୍ବ ଥିବାରୁ ସ୍ମୃତିଶକ୍ତି ବୃଦ୍ଧିକାରକ ଭାବେ କାମ କରେ।
– ଡାର୍କ ଚକୋଲେଟ୍ ଓ ହଳଦୀରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ଥାଏ। ଅନୁସନ୍ଧାନରୁ ପ୍ରମାଣିତ ହୋଇଛି ଏଥିରେ ଥିବା ପୋଷକତତ୍ତ୍ବ ଆମ ମସ୍ତିଷ୍କର କୋଷିକାକୁ ସକ୍ରିୟ ରଖିବାରେ ସହାୟକ।
– ଲୋକପ୍ରିୟ ଡ୍ରାଏଫ୍ରୁଟସ୍‌ ଭାବେ ଅଖରୋଟ ଜଣାଯାଉଥିବାବେଳେ ଏହାର ଅନ୍ୟ ନାମ ‘ବ୍ରେନ୍ ଫୁଡ୍’। ପଲିଫିନୋ୍, ଓମେଗା ଥ୍ରୀ ଫ୍ୟାଟି ଏସିଡ୍, ଭିଟାମିନ୍ ଇ ଭରପୂର ଅଖରୋଟ ମଧ୍ୟ ସ୍ମୃତିଶକ୍ତି ବଢ଼ାଇଥାଏ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories