www.samajalive.in
Sunday, December 14, 2025
26.1 C
Bhubaneswar

ଆଜି ଜାତୀୟ କ୍ରୀଡ଼ା ଦିବସ : ଭର୍ଚୁଆଲ୍‌ ପ୍ଲାଟଫର୍ମରେ ପ୍ରଦାନ କରାଯିବ କ୍ରୀଡ଼ା ପୁରସ୍କାର

ନୂଆଦିଲ୍ଲୀ : ଶନିବାର ଜାତୀୟ କ୍ରୀଡ଼ା ଦିବସ। ଜାତୀୟ କ୍ରୀଡ଼ା ଦିବସରେ ଖେଳରତ୍ନ, ଅର୍ଜୁନ, ଦ୍ରୋଣାଚାର୍ଯ୍ୟ, ଧ୍ୟାନଚାନ୍ଦ ଆଦି ପୁରସ୍କାର ପ୍ରଦାନ କରାଯାଇଥାଏ। ପ୍ରତିବର୍ଷ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯାଉଥିବା ବେଳେ ଚଳିତବର୍ଷ ଏଥିରେ କିଛିଟା ବ୍ୟତିକ୍ରମ ଦେଖିବାକୁ ମିଳିବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଥମଥର ପାଇଁ ଭର୍ଚୁଆଲ୍‌ ପ୍ଳାଟଫର୍ମରେ ଅନୁଷ୍ଠିତ ହେବ।
ଚଳିତଥର ଭାରତୀୟ ତାରକା କ୍ରିକେଟର୍‌ ରୋହିତ ଶର୍ମା, ମହିଳା ମଲ୍ଲଯୋଦ୍ଧା ବିନେଶ ଫୋଗଟ୍‌, ପାରାଲିମ୍ପିକ୍‌ସରେ ସ୍ବର୍ଣ୍ଣ ପଦକ ଜିତିଥିବା ମାରିୟାପାନ୍ନ ଥାଙ୍ଗାଭେଲୁ, ମହିଳା ଟେବୁଲ ଟେନିସ୍‌ ଖେଳାଳି ମାନିକା ବାତ୍ରା, ଭାରତୀୟ ହକି ଦଳର ଅଧିନାୟିକା ରାଣୀ ରାମପାଲ୍‌ ଖେଳରତ୍ନ ପୁରସ୍କାର ପାଇବେ। ସେହିପରି ୨୭ଜଣ ଅର୍ଜୁନ ପୁରସ୍କାର ପାଇବେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ଉପସ୍ଥିତ ରହିବେ। ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ୯ଟି ସେଣ୍ଟରରୁ ଜାତୀୟ କ୍ରୀଡ଼ା ପୁରସ୍କାର ହାସଲ କରିଥିବା କ୍ରୀଡ଼ାବିତ୍‌ମାନେ ଭର୍ଚୁଆଲ୍‌ ପ୍ଲାଟଫର୍ମରେ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହି ୯ଟି ସେଣ୍ଟର ହେଲା ଦିଲ୍ଲୀ, ମୁମ୍ବଇ, କଲକାତା, ଚଣ୍ଡିଗଡ଼, ବେଙ୍ଗାଲୁରୁ, ପୁଣେ, ସୋନିପତ୍‌, ହାଇଦରାବାଦ୍ ଓ ଭୋପାଳ। ଜାତୀୟ ପୁରସ୍କାର ବିଜେତାଙ୍କୁ ନିମନ୍ତେ ଟ୍ରଫି, ସାର୍ଟିଫିକେଟ୍‌ ଓ ବ୍ଲେଜର ସାଇ ତରଫରୁ ୯ଟି ଯାକ ସେଣ୍ଟରକୁ ପଠାଇ ଦିଆଯାଇଥିବା ସାଇ ତରଫରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଆଇପିଏଲ୍‌ରେ ଖେଳିବାକୁ ୟୁଏଇରେ ଥିବାରୁ ଖେଳରତ୍ନ ପୁରସ୍କାର ବିଜେତା ରୋହିତ ଶର୍ମା ଓ ଅର୍ଜୁନ ପୁରସ୍କାର ବିଜେତା ଈଶାନ୍ତ ଶର୍ମା ଏହି ଉତ୍ସବରେ ଯୋଗ ଦେଇପାରିବେ ନାହିଁ। ସେମାନଙ୍କୁ ପରବର୍ତ୍ତୀ ସମୟରେ ଟ୍ରଫି ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ଅନ୍ୟତମ ଖେଳରତ୍ନ ପୁରସ୍କାର ବିଜେତା ବିନେଶ ଫୋଗଟ୍‌ ସୋନିପତ୍‌, ରାଣୀ ରାମପାଲ୍‌ ଓ ପାରା ଆଥଲେଟ୍‌ ମାରିୟାପାନ୍ନ ଥାଙ୍ଗାଭେଲୁ ବେଙ୍ଗାଲୁରୁ, ମାନିକା ବାତ୍ରା ପୁଣେ ସେଣ୍ଟରରେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories