bjd gruha runa

ଦ ଓଡ଼ିଶା ଇଞ୍ଜିନିୟର୍ସ ଫୋରମର ଜାତୀୟ ଆଲୋଚନା ଚକ୍ର

BJD Bijuli 480×75 Mob

ଡେସ୍କ: ଦ ଓଡ଼ିଶା ଇଞ୍ଜିନିୟର୍ସ ଫୋରମ ପକ୍ଷରୁ ଆଜି କଟକ ବିଜୁ ପଟ୍ଟନାୟକ ଛକ ସ୍ଥିତ ସାରଳା ଭବନଠାରେ ‘ଦକ୍ଷ ବିଦ୍ୟୁତ ବଣ୍ଟନରେ ବିଭିନ୍ନ ହିତାଧିକାରୀଙ୍କ ଭୂମିକା’ ସଂପର୍କିତ ଏକ ଦିନିକିଆ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରକୁ ଟାଟା ପାୱାର କମ୍ପାନୀର କେନ୍ଦ୍ରାଞ୍ଚଳ, ଓଡ଼ିଶା ମୁଖ୍ୟ ଇଂ ଅରବିନ୍ଦ ସିଂହ ଉଦଘାଟନ କରିଥିଲେ। ଫୋରମର ସଭାପତି ଡକ୍ଟର ଇଂ ପ୍ରଭାକର ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଅମିୟ କୁମାର ରଥ ମୁଖ୍ୟ ଅତିଥି, ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ସତ୍ୟଦର୍ଶୀ ମିଶ୍ର ବିଶିଷ୍ଟ ଅତିଥି ଏବଂ ବାଙ୍ଗାଲୋରସ୍ଥିତ କେନ୍ଦ୍ରୀୟ ଶକ୍ତି ଗବେଷଣା ପ୍ରତିଷ୍ଠାନର ପ୍ରାକ୍ତନ ମହାନିର୍ଦ୍ଦେଶକ ପ୍ରଫେସର ଅଶୋକ ତ୍ରିପାଠୀ ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ।

ଉଦଘାଟକ ଇଂ ସିଂହ ତାଙ୍କ ବକ୍ତବ୍ୟରେ ଦକ୍ଷ ବିଦ୍ୟୁତ ବଣ୍ଟନ କ୍ଷେତ୍ରରେ ବିଭିନ୍ନ ହିତାଧିକାରୀଙ୍କ ଭୂମିକା ସଂପର୍କରେ ବିଶଦ ଆଲୋଚନା କରିଥିଲେ। ଓଡ଼ିଶାରେ ଟାଟା ପାୱାର କମ୍ପାନୀର ବିଭିନ୍ନ କାର୍ୟ୍ୟକ୍ରମ ସଂପର୍କରେ ସେ ସୂଚନା ଦେଇଥିଲେ। ମୁଖ୍ୟ ଅତିଥି ପ୍ରଫେସର ରଥ ତାଙ୍କ ଭାଷଣରେ ରାଜ୍ୟ ତଥା ଦେଶରେ ସାଂପ୍ରତିକ ବୈଷୟିକ ଶିକ୍ଷା ସଂପର୍କରେ ଆଲୋଚନା କରିଥିଲେ। ସେ ମଧ୍ୟ ଗ୍ରାହକଙ୍କ ରୁଚି ଅନୁଯାୟୀ ବିଦ୍ୟୁତ ବଣ୍ଟନ ପାଇଁ ବଣ୍ଟନ କମ୍ପାନୀଙ୍କ ସମେତ ବିଭିନ୍ନ ହିତାଧିକାରୀ କିଭଳି କାର୍ୟ୍ୟ କରିବା ଉଚିତ ସେ ସଂପର୍କରେ ଆଲୋକପାତ କରିଥିଲେ। ବିଶିଷ୍ଟ ଅତିଥି ପ୍ରଫେସର ସତ୍ୟଦର୍ଶୀ ମିଶ୍ର ତାଙ୍କ ଭାଷଣରେ ବିଦ୍ୟୁତ ବଣ୍ଟନ କମ୍ପାନୀ ଗ୍ରାହକଙ୍କ ପାଇଁ ସନ୍ତୋଷଜନକ ବ୍ୟବସ୍ଥା କରିବା ପାଇଁ ଆହ୍ଵାନ ଦେଇଥିଲେ। ମୁଖ୍ୟବକ୍ତା ପ୍ରଫେସର ତ୍ରିପାଠୀ ବିଷୟବସ୍ତୁ ଉପରେ ଭିତ୍ତି ନିବନ୍ଧ ଉପସ୍ଥାପନ କରିଥିଲେ। ସଭାପତି ଡକ୍ଟର ଇଂ ସ୍ଵାଇଁ ତାଙ୍କ ଅଭିଭାଷଣରେ ସମ୍ପ୍ରତି ଦେଶରେ ବିଦ୍ୟୁତ ଉତ୍ପାଦନ କ୍ଷମତା, ଚାହିଦା ଓ ବିନିଯୋଗ ଉପରେ ଆଲୋଚନା କରିଥିଲେ।

ବିଭିନ୍ନ ବୈଷୟିକ ଅଧିବେଶନରେ ଓ.ଇ.ଆର.ସି.ର ନିର୍ଦ୍ଦେଶକ ଡ. ପ୍ରିୟବ୍ରତ ପଟ୍ଟନାୟକ, ଇଂ ବିଭୁ ସ୍ଵାଇଁ, ଇଂ ବିରଞ୍ଚି ନାରାୟଣ ମିଶ୍ର ପ୍ରମୁଖ ବିଷୟବସ୍ତୁ ଉପରେ ବିଶଦ ଆଲୋଚନା କରିଥିଲେ। ଫୋରମର କାର୍ୟ୍ୟକାରୀ ସଭାପତି ଇଂ ବିମଳ ଚନ୍ଦ୍ର ଦାଶ ବୈଷୟିକ ଅଧିବେଶନରେ ସଭାପତିତ୍ଵ କରିଥିବା ବେଳେ ସଂପାଦକ ଇଂ କ୍ଷୀରୋଦ ଚନ୍ଦ୍ର ମହାପାତ୍ର ଅତିଥି ପରିଚୟ ଏବଂ କାର୍ୟ୍ୟକ୍ରମ ସଂଯୋଜକ ପ୍ରଫେସର ପ୍ରଭାତ କୁମାର ପାଢୀ ବିଷୟବସ୍ତୁର ଆଭିମୁଖ୍ୟ ସଂପର୍କରେ ଆଲୋଚନା କରିଥିଲେ। ବିଭିନ୍ନ ଅଧିବେଶନରେ ଉପାଧ୍ୟକ୍ଷ ଇଂ ଶିଶିର କୁମାର ସାହୁ ଓ କୋଷାଧ୍ୟକ୍ଷ ଇଂ ପବିତ୍ର ମୋହନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଆଲୋଚନା ଚକ୍ରରେ ରାଜ୍ୟ ତଥା ଦେଶର ବହୁ ଇଞ୍ଜିନିୟର ଯୋଗ ଦେଇଥିଲେ।

Comments are closed.