www.samajalive.in
Friday, December 12, 2025
15.1 C
Bhubaneswar

ନୀଳଗିରିରେ ୩୨ହଜାର ୭ଶହ ଜାଲ ନୋଟ ଜବତ, ୨ ଗିରଫ

ନୀଳଗିରି: ନୀଳଗିରି ସମେତ ବାଲେଶ୍ୱର ଜିଲାର ବିଭିନ୍ନ ଅଞ୍ଚଳରେ ଜାଲ୍‍ନୋଟ କାରବାର ହେଉଥିବା ଅଭିଯୋଗ ଆସିଛି। ଏହି ରାକେଟରେ କାମ କରୁଥିବା ଅଭିଯୁକ୍ତମାନେ ଛୋଟ ବଜାର, ହାଟ ଓ ଖୁଚୁରା ବ୍ୟବସାୟୀଙ୍କୁ ଟାର୍ଗେଟ କରି ଜାଲ୍‍ନୋଟ କାରବାର କରୁଥିବା ଜଣାପଡ଼ିଛି। ଏହି କାରବାରରେ ସମ୍ପୃକ୍ତ ଥିବା ୨ଜଣଙ୍କୁ ନୀଳଗିରି ପୁଲିସ ଗିରଫ କରିଛି।
ନୀଳଗିରି ଥାନା ସନ୍ତରାଗଡ଼ିଆ ନିକଟସ୍ଥ ନୟାପାଟଣା ଗାଁର ପୂର୍ଣ୍ଣଚନ୍ଦ୍ର ନାୟକ(୫୫) ଗତ ୨୨ତାରିଖରେ ଏକ ବିଦେଶୀ ମଦ ଦୋକାନକୁ ଯାଇ ଜାଲ ନୋଟ କାରବାର କରିଥିଲେ। ଏହାପରେ ସେହି ଅଞ୍ଚଳର ପାନ ଓ ମାଛ ଦୋକାନରେ ମଧ୍ୟ ଏହି ଜାଲନୋଟ କାରବାର କରିଥିବା ଜଣାପଡ଼ିଥିଲା । ଏ ସମ୍ପର୍କରେ ନୀଳଗିରି ପୁଲିସ ଜାଣିବା ପରେ ଏସଡିପିଓ ସରୋଜ ଉପାଧ୍ୟାୟ ଓ ଆଇଆଇସି ଗୋପାଳ ଚନ୍ଦ୍ର କର୍ଣ୍ଣ ମିଳିତଭାବେ ରାକେଟକୁ ଧରିବା ପାଇଁ ୨ଟି ସ୍ୱତନ୍ତ୍ର ଟିମ ଗଠନ କରିଥିଲେ । ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ରଙ୍କୁ ପ୍ରଥମେ କାବୁ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଏହି ରାକେଟରେ କାମ କରୁଥିବା ଖଇରା ବ୍ଲକ ସେରପୁର ଅଞ୍ଚଳର ବୀଣାପାଣି ମୁଖୀ(୫୦) ନାମକ ଜଣେ ବିଧବାଙ୍କୁ ସୋରସ୍ଥିତ ତାଙ୍କ ଭଡ଼ାଘରୁ ଗିରଫ କରିଥିଲେ। ଏହି ରାକେଟରେ ମୁଖ୍ୟଅଭିଯୁକ୍ତ ଜଣକ ଯାଜପୁର ଅଞ୍ଚଳର ବୋଲି ସୂଚନା ମିଳିଛି । ଜାଲନୋଟ କାରବାରର ବ୍ଲ୍ୟୁ-ପ୍ରିଣ୍ଟ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ୱର ଏସ୍‍ପି ସାଗରିକା ନାଥ ପ୍ରକାଶ କରିଛନ୍ତି । ସେହିପରି ମୁଖ୍ୟ ଅଭିଯୁକ୍ତକୁ ଖୁବଶୀଘ୍ର ଧରାଯିବ ଏବଂ ଏନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଏସପି ସୂଚନା ଦେଇଛନ୍ତି । ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କଠାରୁ ମୋଟ ୩୨ହଜାର ୭ଶହ ଟଙ୍କା ଜାଲ୍‍ନୋଟ ସହ ୨ଟି ମୋବାଇଲ ଫୋନ ଜବତ କରାଯାଇଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories