www.samajalive.in
Monday, December 15, 2025
15.1 C
Bhubaneswar

ରାଷ୍ଟ୍ରୀୟ ଚେତନା, ସୁରକ୍ଷା ଓ ବିକାଶ ବକ୍ତୃତାମାଳା

ସମ୍ବଲପୁର :  ସମ୍ବଲପୁରର ଜିଲା ପ୍ରେକ୍ଷାଳୟ ତପସ୍ୱିନୀଠାରେ ରବିବାର ରାଷ୍ଟ୍ରୀୟ ଚେତନା, ସୁରକ୍ଷା ଓ ବିକାଶ ବିଷୟ ଗୁଡିକୁ ନେଇ ଏକ ବକ୍ତୃତାମାଳା ଅନୁଷ୍ଠିତ ହୋଇ ଯାଇଛି । ରାଧା ଶ୍ରୀନିବାସ ଟ୍ରଷ୍ଟ ପକ୍ଷରୁ ‘ରାଷ୍ଟ୍ରୀୟ ଚେତନା, ସୁରକ୍ଷା ଓ ବିକାଶ’ ବିଷୟବସ୍ତୁ ଉପରେ ଶ୍ରୀନିବାସ ସ୍ମୃତି ବକ୍ତୁତାମାଳା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ତାଙ୍କର ଅଭିଭାଷଣରେ ସ୍ୱୟଂସେବକ ସ୍ୱର୍ଗତ ଶ୍ରୀନିବାସ ଅଗ୍ରୱାଲଙ୍କ ପ୍ରତି ତାଙ୍କର ସ୍ମୃତିଚାରଣ କରିଥିଲେ। ଧର୍ମ ଓ ସଂସ୍କୃତି ସଶକ୍ତିକରଣ ବଳରେ ରାଷ୍ଟ୍ର ନିର୍ମାଣ ଆଗେଇ ନେବା ପାଇଁ ଆହ୍ୱାନ ସହିତ ବାଗ୍ମୀ ବକ୍ତା, ପ୍ରବୁଦ୍ଧ ସାଂସଦ, ସମ୍ପାଦକ, ଲେଖକ ଓ ଫିଲ୍ମ ନିର୍ମାତା ରୂପେ ପରିଚିତ ତରୁଣ ବିଜୟ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ବର୍ତ୍ତମାନ ପରିସ୍ଥିତିରେ ଜାତୀୟ ଚେତନାର ଜାଗରଣ ବିଷୟରେ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ଭାରତର ଆତ୍ମା ହେଉଛି ଧର୍ମ କେନ୍ଦ୍ରିକ । ଏଣୁ ଧର୍ମ ରକ୍ଷାର୍ଥ ପାଇଁ ନିଜର ସର୍ବସ୍ୱ ତ୍ୟାଗ ଓ ବଳିଦାନ ପାଇ ସଦୈବ ସମର୍ପିତ ରହିଥିବା ବ୍ୟକ୍ତି ବିଶେଷ ହିଁ ଚିର ସ୍ମରଣୀୟ ହୋଇ ରହନ୍ତି । ପର ଦୁଃଖ ପ୍ରତି ସମବେଦନା ରହିଥିଲେ ହିଁ ସମାଜସେବା କରିହୁଏ ଏବଂ ସ୍ୱର୍ଗତ ଶ୍ରୀନିବାସ ଅଗ୍ରୱାଲ ଏହାର ଜୀବନ୍ତ ମୂର୍ତ୍ତି ଥିଲେ ବୋଲି ମୁଖ୍ୟବକ୍ତା ତରୁଣ ବିଜୟ କହିଛନ୍ତି।

ଏହି ଅବସରରେ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସ୍ୱର୍ଗତ ଅଗ୍ରୱାଲଙ୍କ ବିଷୟରେ ସଂକ୍ଷିପ୍ତ ଅଭିଭାଷଣ ସହିତ ସମାଜସେବା ଓ ତ୍ୟାଗ କରୁଥିବା ବ୍ୟକ୍ତିଙ୍କୁ ହିଁ ସମାଜ ଚିରକାଳ ପାଇଁ ମନେ ରଖିଥାଏ ବୋଲି କହିଥିଲେ।

- Advertisement -

ଏହି ଅବସରରେ ରାଞ୍ଚିସ୍ଥିତ ବନବାସୀ କଲ୍ୟାଣ ଆଶ୍ରମର ରାଷ୍ଟ୍ରୀୟ ଉପ ସଭାପତି ସତ୍ୟେନ୍ଦ୍ର ସିଂହ ଅନ୍ୟତମ ବକ୍ତା ରୁପେ ରାଷ୍ଟ୍ରୀୟ ସୁରକ୍ଷା ଓ ବିକାଶରେ ବନବାସୀଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ଦେଶର ୧୨ କୋଟିରୁ ଅଧିକ ବନବାସୀ ମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ଭାବନା ଓତଃପ୍ରୋତ ଭାବେ ରହିଛି। ରାମାୟଣ, ମହାଭାରତ କାଳରୁ ମୋଗଲ ଓ ଇଂରେଜ ମାନଙ୍କର ଶାସନ କାଳରେ ମଧ୍ୟରେ ସେମାନଙ୍କର ଭୂମିକା ମହତ୍ୱପୁର୍ଣ୍ଣ ରହି ଆସିଛି।

ଏହି ସଭାରେ ସମ୍ମାନୀତ ଅତିଥି ରୂପେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପଶ୍ଚିମ ପ୍ରାନ୍ତ ସଂଘ ଚାଳକ ବିପିନ ବିହାରୀ ନନ୍ଦ ଆମନ୍ତ୍ରିତ ରହି ନିଜ ବକ୍ତବ୍ୟରେ ସ୍ୱର୍ଗତ ଅଗ୍ରୱାଲଙ୍କ ସ୍ମୃତିଚାରଣ କରିବା ସହିତ ତାଙ୍କ ସହିତ ଅତିବାହିତ ସମୟ ମଧ୍ୟରୁ କିଛି ପ୍ରସ୍ତୁତ କରିଥିଲେ। ଆୟୋଜକ ଟ୍ରଷ୍ଟର ଅଧ୍ୟକ୍ଷ ଡା. ପୁରୁଷୋତ୍ତମ ଅଗ୍ରୱାଲ ଟ୍ରଷ୍ଟର ଇତିହାସ, କାର୍ଯ୍ୟ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ଆଲୋକପାତ କରିଥିଲେ । ଆମନ୍ତ୍ରିତ ଅତିଥି ମାନଙ୍କୁ ସମ୍ମାନୀତ କରାଯିବା ସହିତ ସମାଜସେବା କ୍ଷେତ୍ରରେ ସକ୍ରିୟ କିଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories