www.samajalive.in
Saturday, December 13, 2025
26.1 C
Bhubaneswar

ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଝାରସୁଗୁଡାରେ ଜାତୀୟ ସଡକ ସୁରକ୍ଷା ମାସ ପାଳନ

ଝାରସୁଗୁଡା : ଭାରତର ସର୍ବ ବୃହତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍, ଝରସୁଗୁଡା ରେ ଏହାର ପରିସରରେ ଜାତୀୟ ସଡକ ସୁରକ୍ଷା ମାସ ପାଳନ କରଛି, ଯେଉଁଥିରେ କର୍ମଚାରୀ, ବ୍ୟବସାୟ ସହଭାଗୀ ତଥା ସମ୍ପ୍ରଦାୟ ମାନଙ୍କ ପାଇଁ ଏକ ମାସ ବ୍ୟାପୀ ସଚେତନତା ଡ୍ରାଇଭ୍ ଆୟୋଜନ କରାଯାଇଥିଲା । ରାଜ୍ୟ ସରକାରଙ୍କ ସଡ଼କ ସୁରକ୍ଷ, ପରିବାର ରକ୍ଷା ଏବଂ ସଡ଼କ ପରିବହନ ମନ୍ତ୍ରଣାଳୟର ଏକ ସଡକ ସୁରକ୍ଷା ହିରୋ ଅଭିଯାନ ସହିତ ମିଶି ଏହି ପଦକ୍ଷେପ ଜିଲ୍ଲାର ୨୫,୦୦୦ ରୁ ଅଧିକ ନାଗରିକଙ୍କ ନିକଟରେ ପହଂଚିଥିଲା, ଟ୍ରାଫିକ ନିୟମ ପାଳନ କରିବା ଏବଂ ସଡକ ସୁରକ୍ଷା ନିୟମକୁ ସମର୍ଥନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।

ଏହି ଅଭିଯାନର ଏକ ଅଂଶ ଭାବରେ, ବେଦାନ୍ତ ଆଲୁମିନିୟମ୍ ସଡକ ସୁରକ୍ଷା ଉପରେ ସଚେତନତା ଅଧିବେଶନ ଏବଂ ସମାବେଶ, ସଡକ ସୁରକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ କ୍ଷୁଦ୍ର ଚଳଚ୍ଚିତ୍ରର ସ୍କ୍ରିନିଂ ଏବଂ ସହରରେ ‘ନକ୍କଡ ନାଟକ’ (ଷ୍ଟ୍ରିଟ୍ ନାଟକ) ପ୍ରଦର୍ଶନ ସହିତ ସଡକ ନିରାପତାର ଗୁରୁତ୍ୱକୁ ଦର୍ଶାଇ ଅନେକ ପଦକ୍ଷେପ ଆୟୋଜନ କରିଥିଲା । ପୌରାଣିକ ଚରିତ୍ର ଯମରାଜ ଏବଂ ଚିତ୍ରଗୁପ୍ତ ଅଭିନୟ କରୁଥିବା ଅଭିନେତା ମାନଙ୍କୁ ସମସ୍ତ ଅଂଶଗ୍ରହଣକାରୀ ଏବଂ ଦର୍ଶକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ କରାଯାଇଥିଲା ।

- Advertisement -

ଏହି ସଚେତନତା ଅଭିଯାନ ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ବ୍ୟତୀତ ବେହେରାମାଳ, ବଧେଇମୁଣ୍ଡା, ସରବାହାଲ, ଝାରସୁଗୁଡା ବସ୍ ଷ୍ଟାଣ୍ଡ ଭଳି ଝାରସୁଗୁଡା ସହରର ପ୍ରମୁଖ ଅଂଚଳରେ କରାଯାଇଥିଲା । ଝାରସୁଗୁଡା ଜିଲ୍ଲା ପ୍ରଶାସନ ଦ୍ୱାରା ଏହି ପ୍ରୟାସ ବ୍ୟତୀତ, ପ୍ରାଥମିକ ଚିକିତ୍ସା ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ପ୍ରଶିକ୍ଷଣ ଅଧିବେଶନ କର୍ମଚାରୀ ଏବଂ ବ୍ୟବସାୟ ସହଭାଗୀମାନଙ୍କ ମଧ୍ୟରେ ସଡକ ସୁରକ୍ଷା ବ୍ୟବସ୍ଥା ଉପରେ ବେଦାନ୍ତ ପ୍ଲାଂଟ ଅପରେସନ୍ ସହିତ ମାଗଣା ମେଡିକାଲ କ୍ୟାମ୍ପ ଏବଂ ପ୍ରତିରକ୍ଷା ଡ୍ରାଇଭିଂ ମଧ୍ୟ ଅୟୋଜନ କରାଯାଇଥିଲା ।

କମ୍ପାନୀର ସଡ଼କ ସୁରକ୍ଷା ମାସ କାର‌୍ୟ୍ୟକ୍ରମରେ ଗ୍ରାମ୍ୟ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରିତିରଂଜନ ଘଡାଇ, ଅବୋଲି ସୁନୀଲ ନାରଭାନେ, ଜିଲ୍ଲା କଲେକ୍ଟର ଏବଂ ମାଜିଷ୍ଟ୍ରେଟ, ଝାରସୁଗୁଡା, ପରମର ସ୍ମିଥ ପାର୍ସୋଟାମଦାସ, ପୋଲିସ ଅଧୀକ୍ଷକ, ଝାରସୁଗୁଡା, ଦୀନବନ୍ଧୁ ସୁନ୍ଧି, ଆଂଚଳିକ ପରିବହନ ଅଧିକାରୀ, ଝାରସୁଗୁଡା, ଲୋକନାଥ ମେହେର, ମୋଟର ଯାନ ଇନ୍ସପେକ୍ଟର, ଝାରସୁଗୁଡା, ଏବଂ ଝାରସୁଗୁଡା, ଉପ-ବିଭାଗୀୟ ପୋଲିସ ଅଧିକାରୀ ନିର୍ମଲ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ ।

କମ୍ପାନୀର ନିରାପତା- ପ୍ରାଥମିକତା ସଂସ୍କୃତିକୁ ଦୋହରାଇ ସୁନୀଲ ଗୁପ୍ତା, ସିଓଓ, ବେଦାନ୍ତ ଆଲୁମିନିୟମ୍ କହିଛନ୍ତି, “ବେଦାନ୍ତ ଆଲୁମିନିୟମରେ ଆମର କର୍ମଜୀବୀ ତଥା ସମ୍ପ୍ରଦାୟର ସୁରକ୍ଷା ତଥା କଲ୍ୟାଣ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ଆମେ ଆମର କର୍ମକ୍ଷେତ୍ରରେ ସର୍ବୋଚ୍ଚ ନିରାପତା ମାନଦଣ୍ଡକୁ ବଜାୟ ରଖିବା ଏବଂ ନିରାପତା ଏବଂ ଯତ୍ନର ଏହି ସଂସ୍କୃତିକୁ ଆମ ସମ୍ପ୍ରଦାୟକୁ ବିସ୍ତାର କରିବା ପାଇଁ ପ୍ରତିବଦ୍ଧ । ବିଭିନ୍ନ ଅଭିନବ ପଦକ୍ଷେପ ଯେପରିକି ଷ୍ଟ୍ରିଟ୍ ନାଟକ ଏବଂ ତୀବ୍ର ପ୍ରଶିକ୍ଷଣ କାର‌୍ୟ୍ୟକ୍ରମ ମାଧ୍ୟମରେ, ଆମେ ଆମର କର୍ମଜୀବୀମାନଙ୍କ ମଧ୍ୟରେ ‘ନିରାପତା-ପ୍ରଥମ, ସର୍ବଦା’ ବାର୍ତା ସୃଷ୍ଟି କରିବାକୁ ଚେଷ୍ଟା କରୁଛୁ ଏବଂ ଆସନ୍ତାକାଲି ଏକ ନିରାପଦ ଗଠନ ଦିଗରେ ସରକାର ଏବଂ ଆମ ସମ୍ପ୍ରଦାୟ ସହିତ ମଧ୍ୟ କାର୍ଯ୍ୟ କରୁଛୁ ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories