www.samajalive.in
Thursday, December 11, 2025
16.1 C
Bhubaneswar

ମାଲବାହୀ ଟ୍ରକ ଚକ ତଳେ ପଡି ଯୁବକଙ୍କ ମୃତ୍ୟୁ

ଜି.ଉଦୟଗିରି : ଜି.ଉଦୟଗିରି ସ୍ଥିତ ଭଞ୍ଜ ମାର୍କେଟ ସମ୍ମୁଖ ମୂଖ୍ୟ ରାସ୍ତା ଉପରେ ଗୁରୁବାର ଅପରାହ୍ନ ପ୍ରାୟ ସାଢେ ୩ଟା ସମୟରେ ଏକ ମାଲବାହୀ ଟ୍ରକର ପଛ ଚକ ତଳେ ପଡି ଜଣେ ଯୁବକ ମୃତ୍ୟୁବରଣ କରିଥିବା ଛଣାପଡିଛି। ସୀମାଞ୍ଚଳ ଟ୍ରାନ୍ସପୋର୍ଟ ନାମକ ଏକ ମାଲବାହୀ ଟ୍ରକ ନଂ ଓଆର ୦୭ ଏଲ ୬୨୧୮ ଜି.ଉଦୟଗିରି ଦେଇ ଯାଉଥିବାବେଳେ ଗାନ୍ଧୀଛକ ନିକଟସ୍ଥ ଭଞ୍ଜ ମାର୍କେଟ ସମ୍ମୁଖ ମୁଖ୍ୟ ରାସ୍ତା ଉପରେ ଜି.ଉଦୟଗିରି ଶଙ୍ଖସାହିର ଶରତ ନାୟକ ନାମକ ଜଣେ ବ୍ୟକ୍ତି କୌଣସି କାରଣ ବଶତଃ ଟ୍ରକର ପଛ ଚକ ତଳେ ପଡିଯିବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା ।

ଖବରପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଉପରେ ବସି ରହିଥିଲେ। ଫଳରେ କିଛି ସମୟ ପାଇଁ ଉତ୍ତେଜନାମୁଳକ ପରିସ୍ଥିତି ସୃଷ୍ଟି ହେବାରୁ ମୂଖ୍ୟ ରାସ୍ତା ଦେଇ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ତୁରନ୍ତ ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ମୃତ ବ୍ୟକ୍ତିକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିବାବେଳେ ଉପଖଣ୍ଡ ପୋଲିସ ଅଧିକାରୀ ବିଜୟ କୁମାର ବିଶି, ଥାନା ଅଧିକାରୀ ଭଗବାନ ପୂଜାରୀ ଓ ଅନ୍ୟ ପୋଲିସ କର୍ମଚାରୀ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପୁଣି ଯାତାୟତ ସ୍ବାଭାବିକ ହୋଇଥିଲା ।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories