ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆମେରିକୀୟ ସେନା ମୁଖ୍ୟଙ୍କ ସହ ଆଲୋଚନା
ଡେସ୍କ: ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ୱାଶିଂଟନରେ ଆମେରିକୀୟ ସେନା ମୁଖ୍ୟ ଜେନେରାଲ ରେଣ୍ଡି ଜର୍ଜ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସେନା ପକ୍ଷରୁ କୁହାଯାଇଛି ଯେ ଦୁଇ ସେନା ମୁଖ୍ୟ ଦ୍ୱିପାକ୍ଷିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବା ସହ ବିଶ୍ୱ ଶାନ୍ତି ଓ ନିରାପତ୍ତା ପ୍ରତି ପାରସ୍ପରିକ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ଜେନେରାଲ ପାଣ୍ଡେ ଫେବ୍ରୁଆରି ୧୩ରୁ ୪ ଦିନିଆ ଆମେରିକା ଗସ୍ତରେ ଅଛନ୍ତି।
ଜେନେରାଲ ପାଣ୍ଡେ ମଧ୍ୟ ଏକ କାର୍ଯ୍ୟକ୍ରମରେ ଅଚିହ୍ନା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ ୱାଶିଂଟନରେ ଥିବା ଭାରତୀୟ ଦୂତାବାସ ପରିଦର୍ଶନ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଘଟଣା ଉପରେ ଆଲୋଚନା କରିଥିଲେ।
Comments are closed.