ବୌଦ୍ଧ : କଲକତାଠାରେ ଚଳିତ ମାସ ୯ ତାରିଖଠାରୁ ଆରମ୍ଭ ହୋଇଥିବା ମର୍ଯ୍ୟାଦାଜନକ ଆଇ ଲିଗ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ରେଫରୀ ଭାବରେ ବୌଦ୍ଧର ଜାତୀୟ ରେଫରୀ ଶ୍ରୀକାନ୍ତ ବହିଦାର ମ୍ୟାଚ ପରିଚାଳନା କରୁଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ଦେଶର ୧୧ଟି ବଛାବଛା ଫୁଟବଲ ଦଳ ଅଂଶ ଗ୍ରହଣ କରିଛନ୍ତି। ଏହି ଲିଗ ମ୍ୟାଚ ଆସନ୍ତା ମାର୍ଚ୍ଚା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଶ୍ରୀ ବହିଦାର ବୌଦ୍ଧ ପୋଲିସ ବିଭାଗରେ କାର୍ଯ୍ୟକରୁଥିବା ବେଳେ ତାଙ୍କ ଘର ବୌଦ୍ଧ ସହର ସହିଦ ଛକଠାରେ। ଏହି ଲିଗ ମ୍ୟାଚରେ ରାଜ୍ୟରୁ ସେ ଏକମାତ୍ର ରେଫରୀ ଭାବରେ ମନୋନୀତ ହୋଇଛନ୍ତି।
Popular Categories



