www.samajalive.in
Monday, December 15, 2025
14.1 C
Bhubaneswar

ଲାଇଭ୍ ଷ୍ଟ୍ରିମିଂ: ବର୍ତ୍ତମାନ ମାଗଣାରେ ଘରେ ବସି ଜଙ୍ଗଲ ସଫାରି ମଜା ନିଅନ୍ତୁ

କରୋନା ଯୋଗୁଁ ଦେଶବ୍ୟାପୀ ଚାଲିଥିବା ଲକଡାଉନ୍ ସମୟରେ ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର। ପ୍ରାକୃତିକ ପରିବେଶରେ ବନ୍ୟ ପ୍ରାଣୀମାନଙ୍କୁ ସେମାନେ ଘରେ ବସି ଦେଖିପାରିବେ। ଦେଶର ପ୍ରାୟ ସମସ୍ତ ପ୍ରମୁଖ ଜାତୀୟ ବନ୍ୟଜନ୍ତୁ ଅଭୟାରଣ୍ୟ ଲାଇଭ୍ ଷ୍ଟ୍ରିମିଂ ଆରମ୍ଭ କରିବାକୁ ଯାଉଛି।

ଅଭୟାରଣ୍ୟର ଅଧିକାରୀମାନେ ପ୍ରତିଦିନ ଭିଡିଓ କ୍ୟାମେରା ଧରି ଜଙ୍ଗଲକୁ ଯିବେ ଏବଂ ସେମାନେ ଯାହା ଦେଖିବେ ତାହାକୁ ନିଜ ୱେବସାଇଟ୍ ଏବଂ ୟୁଟ୍ୟୁବ୍ ଚ୍ୟାନେଲରେ ଟେଲିକାଷ୍ଟ କରିବେ। ଏହା ଦ୍ବାରା ଦର୍ଶକମାନଙ୍କ ମଧ୍ୟରେ ସବୁବେଳେ ସସପେନ୍ସ ଲାଗି ରହିବ ଯେ, ଆଗକୁ କ’ଣ ଘଟିବ। ନ୍ୟାସନାଲ୍ ଜିଓଗ୍ରାଫିକ୍ କିମ୍ବା ଡିସ୍କୋଭରୀ ଚ୍ୟାନେଲର ପ୍ରୋଗ୍ରାମ ଠାରୁ ଏହା ଭିନ୍ନ ହେବ। କାରଣ ସେଥିରେ ଦୁଇ ଘଣ୍ଟାର ରେକର୍ଡିଂ କୁ ଏଡିଟ୍ କରି ଅଧ ଘଣ୍ଟା ବା ଘଣ୍ଟାଏରେ ଦେଖାଯାଏ। ଏହା ଦ୍ବାରା ଦର୍ଶକଙ୍କୁ ଜଣାଥାଏ ଯେ ସେମାନେ ଆଗକୁ କ’ର ଦେଖିବେ।

- Advertisement -

ଲକଡାଉନ ଯୋଗୁଁ ସମଗ୍ର ବିଶ୍ୱରେ ବନ୍ୟଜନ୍ତୁ ଅଭୟାରଣ୍ୟ ବନ୍ଦ ରହିଛି। ଏପରି ସ୍ଥିତିରେ ଦକ୍ଷିଣ ଆଫ୍ରିକାର କ୍ରୁଗର ନ୍ୟାସନାଲ ପାର୍କ ଲାଇଭ୍ ଷ୍ଟ୍ରିମିଂ କରିବାକୁ ନିଷ୍ପତ୍ତି ନେଇଛି। ଗତ ଦୁଇ ମାସ ଧରି ଲଗାତର ସକାଳ ଓ ସନ୍ଧ୍ୟାରେ ତାଙ୍କର ୩ଟି ଏସୟୁଭି  କ୍ୟାମେରାମ୍ୟାନ୍ ଏବଂ ବନ୍ୟଜନ୍ତୁ ବିଶେଷଜ୍ଞ ଜଙ୍ଗଲରେ ବୁଲୁଛନ୍ତି ଏବଂ ଯାହା ଦେଖୁଛନ୍ତି ୟୁଟ୍ୟୁବ୍ ଚ୍ୟାନେଲରେ ତାହା ପ୍ରସାରଣ କରୁଛନ୍ତି।

ଏହି ବିଶେଷଜ୍ଞମାନେ କେବଳ ଜଙ୍ଗଲ, ପୋଖରୀ, ନଦୀ, ଗଛ, ପକ୍ଷୀ ଏବଂ ପ୍ରାଣୀ ଉପରେ କ୍ରମାଗତ ଭାବରେ ମନ୍ତବ୍ୟ ଦେଉ ନାହାଁନ୍ତି, ବରଂ ଲୋକମାନେ ପ୍ରଶ୍ନର ଉତ୍ତର ମଧ୍ୟ ଦେଉଛନ୍ତି। ପୃଥିବୀର ବିଭିନ୍ନ ସ୍ଥାନରୁ ବନ୍ୟଜନ୍ତୁ ପ୍ରେମୀ ଧୀରେ ଧୀରେ ସେହି ଚ୍ୟାନେଲରେ ଯୋଡି ହୋଇଛନ୍ତି। ଏଥିରୁ ପ୍ରେରିତ ହୋଇ ଭାରତ ମଧ୍ୟ ବନ୍ୟଜନ୍ତୁ ଅଭୟାରଣ୍ୟରୁ ଲାଇଭ୍ ଷ୍ଟ୍ରିମିଂ କରିବାକୁ ନିଷ୍ପତ୍ତି ନେଇଛି।

କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟର ଇନ୍ସପେକ୍ଟର ଜେନେରାଲ କହିଛନ୍ତି ଯେ, ଲାଇଭ୍ ଷ୍ଟ୍ରିମିଂ କୁ ନେଇ ଆଲୋଚନା ଜାରି ରହିଛି। ଏଥିପାଇଁ କେତେ ଗାଡି, କ୍ୟାମେରା ଓ ବିଶେଷଜ୍ଞ ଆବଶ୍ୟକ ହେବ ସେନେଇ ଆଲୋଚନା ଚାଲିଛି। କିଭଳି ଜଙ୍ଗଲ ଭିତରୁ ଲାଇଭ୍ ଷ୍ଟ୍ରିମିଂ କରାଯିବ ସେନେଇ ସମସ୍ତଙ୍କୁ ତାଲିମ ଦିଆଯିବ। କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ଜଙ୍ଗଲ ମନ୍ତ୍ରଣାଳୟକୁ ଯଥାଶୀଘ୍ର ପ୍ରସ୍ତୁତି ଶେଷ କରିବାକୁ ନିଦେର୍ଶ ଦିଆଯାଇଛି।

ଭାରତରେ ଲାଇଭ ଷ୍ଟ୍ରିମିଂ ଆରମ୍ଭ – ମହାରାଷ୍ଟ୍ରର ତଡୋବା ଆନ୍ଧେରୀ ଟାଇଗର ରିଜର୍ଭ ପକ୍ଷରୁ ଅଫିସିଆଲ ୱେବସାଇଟରେ ଲାଇଭ ଷ୍ଟ୍ରିମିଂ ଆରମ୍ଭ ହୋଇଛି। ଏହା ସହ ୟୁଟ୍ୟୁବ୍ ଚ୍ୟାନେଲ୍ ମଧ୍ୟ ଆରମ୍ଭ କରିଛନ୍ତି। ଅବଶ୍ୟ ସେମାନଙ୍କର ପ୍ରସାରଣ ଏବଂ କମେଣ୍ଟ୍ରିର ଗୁଣ କ୍ରୁଗର ନ୍ୟାସନାଲ ପାର୍କ ର ବିଶେଷଜ୍ଞଙ୍କ ସହିତ ମେଳ ଖାଉ ନାହିଁ।

ବନ୍ୟଜନ୍ତୁଙ୍କ ଉପରେ ପର୍ଯ୍ୟଟକଙ୍କ ଚାପ କମିବ – ଦେଶର ଜଣାଶୁଣା ବନ୍ୟଜନ୍ତୁ ବିଶେଷଜ୍ଞ ତଥା ଚଳଚ୍ଚିତ୍ର ନିର୍ମାତା ଅଜୟ ସୁରୀ କହିଛନ୍ତି ଯେ ଲାଇଭ୍ ଷ୍ଟ୍ରିମିଂ ଦ୍ବାରା ବନ୍ୟଜନ୍ତୁ ଅଭୟାରଣ୍ୟ ଉପରେ ପର୍ଯ୍ୟଟକଙ୍କ ଚାପକୁ କମ କରାଯାଇପାରିବ। ଏହି କାରଣରୁ ୱାଇଲ୍ଡ ଲାଇଫ ରିଜର୍ଭକୁ ଯାଉଥିବା ଯାନ ସଂଖ୍ୟାକୁ ସୀମିତ ରଖିବାକୁ କିଛି ଦିନ ପୂର୍ବରୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ।

ମାଗଣା ସଫାରି – କିଛି ଦିନ ହେବ ହିଲ୍ ଷ୍ଟେସନ ଓ ଜଙ୍ଗଲ ସଫାରିର ମଜା ଟିକେ ମହଙ୍ଗା ହୋଇଯାଇଛି। ସଫାରି ଗାଡି, ହୋଟେଲ, ଖାଦ୍ୟ ଏବଂ ବନ୍ୟଜନ୍ତୁ ଅଭୟାରଣ୍ୟକୁ ଯାତ୍ରା କରିବା ପାଇଁ ପ୍ରତିଦିନ ପ୍ରାୟ ୧୫ରୁ ୨୦ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ। ଛାତ୍ର ଏବଂ ମଧ୍ୟବିତ୍ତଙ୍କ ପାଇଁ ଏହା ସମ୍ଭବ ହୋଇନଥାଏ। କିନ୍ତୁ ବର୍ତ୍ତମାନ ସେହି ଲୋକମାନଙ୍କ ପାଇଁ ଜଙ୍ଗଲ ସଫାରି ସହଜ ହୋଇଯିବ। ରାଜେଶ ପୁରୀ କହିଛନ୍ତି ଯେ ଆଫ୍ରିକା ତୁଳନାରେ ଏଠାରେ ଆମର ବନ୍ୟଜନ୍ତୁ କମ୍ ନାହାନ୍ତି। କିନ୍ତୁ ୱାଇଲ୍ଡ ଲାଇଫ୍ ସଫାରିରେ ଲୋକମାନେ କେବଳ ବାଘ ଦେଖିବାକୁ ଯାଆନ୍ତି। ଏହି ପୋଗ୍ରାମଗୁଡିକ ମାଧ୍ୟମରେ ସେମାନଙ୍କର ଦୃଷ୍ଟିକୋଣ ପରିବର୍ତ୍ତନ କରିବା ସମ୍ଭବ ହେବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories