www.samajalive.in
Saturday, December 6, 2025
15.1 C
Bhubaneswar

ସୁବାଷ ଚୌହାନଙ୍କ ବିୟୋଗରେ ପୂର୍ତ୍ତ ଓ ଖଣି ମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ବିଶିଷ୍ଟ ଯୁବନେତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ସୁବାଷ ଚୌହାନ୍‍ଙ୍କ ବିୟୋଗରେ ପୂର୍ତ୍ତ, ଖଣି ଓ ଇସ୍ପାତ୍‍ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଗଭୀର ଶୋକବ୍ୟକ୍ତ କରିଛନ୍ତି। ସ୍ୱର୍ଗତ ଚୌହାନ୍‍ ଛାତ୍ର ଜୀବନରୁ ବିଭିନ୍ନ ସଂଗଠନରେ ଯୋଗ ଦେବା ସହ ସମସ୍ତଙ୍କ ପ୍ରିୟପାତ୍ର ହୋଇ ପାରିଥିଲେ। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ଗ୍ରହଣ କରି ଖୁବ୍‍ କମ୍‍ ଦିନ ମଧ୍ୟରେ ସେ ଯେଉଁ କାର୍ଯ୍ୟ କରିଯାଇଛନ୍ତି ତାହା ଆଗାମୀ ପିଢ଼ି ଲାଗି ପ୍ରେରଣାଦାୟୀ ହେବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ତାଙ୍କ ଶୋକବାର୍ତ୍ତାରେ ପ୍ରକାଶ କରିଛନ୍ତି। ଏଥିସହ ମନ୍ତ୍ରୀ ଶ୍ରୀ ମଲ୍ଲିକ ସ୍ୱର୍ଗତ ଚୌହାନ୍‍ଙ୍କ ଅମର ଆତ୍ମାର ସଦ୍‍ଗତି କାମନା କରିବା ସହ ତାଙ୍କ ପରିବାରବର୍ଗ ଏବଂ ଆତ୍ମୀୟସ୍ୱଜନଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories