www.samajalive.in
Saturday, December 6, 2025
16.1 C
Bhubaneswar

ଛୁଟିରେ ଥିବା ସେନା ଯବାନ ନିଖୋଜ

ଶ୍ରୀନଗର : ଦକ୍ଷିଣ କଶ୍ମୀରର କୁଲ୍‌ଗାମ ଜିଲାର ଅସ୍ଥାଲ ଅଞ୍ଚଳରୁ ଜଣେ ସେନା ଯବାନ ଶନିବାର ସନ୍ଧ୍ୟାରୁ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ପୁଅଙ୍କୁ ଫେରାଇ ଆଣିବା ପାଇଁ ତାଙ୍କ ମାଆ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ. ଯଦି ତାଙ୍କ ପୁଅ କିଛି ଭୁଲ କରିଥାଏ, ତେବେ କ୍ଷମା କରିଦେବା ସହିତ ଶୀଘ୍ର ତାଙ୍କ ପୁଅକୁ ଖୋଜି ଦେବାକୁ ନିବେଦନ କରିଛନ୍ତି। ନିଖୋଜ ଯବାନଙ୍କ ନାଁ ଜାଭେଦ୍‌ ଅହମଦ ୱାନି । ତାଙ୍କ ଘର ଅସ୍ଥାଲରେ ବୋଲି ଜଣାପଡ଼ିଛି। ସେ ଲଦାଖରେ ଲେହରେ ଜମ୍ମୁ-କଶ୍ମୀର ଲାଇଟ୍‌ ଇନ୍‌ଫ୍ୟାଣ୍ଟ୍ରି ରେଜିମେଣ୍ଟରେ ଜଣେ ରାଇଫଲ ମ୍ୟାନ୍‌ ଭାବେ କାର୍ଯ୍ୟ କରୁଥିଲେ। ଇଦ୍‌ଠାରୁ ଛୁଟିରେ ଘରକୁ ଆସିଥିଲେ। ସନ୍ଧ୍ୟାରେ ତାଙ୍କ କାର୍‌ରେ କିଛି ଖାଦ୍ୟ ସାମଗ୍ରୀ କିଣିବା ପାଇଁ ଯାଇଥିଲେ। ୧୦ ମିନିଟ୍‌ରେ ଫେରୁଛି କହି ଆଉ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ତାଙ୍କ କାର୍‌କୁ ବଜାର ନିକଟରେ ପାଇଥିଲେ। କାର ନିକଟରୁ କିଛି ମାଂସ, କଦଳୀ ଏବଂ ହଳେ ଜୋତାରହିଛି। ଯବାନଙ୍କୁ ଖୋଜି ବାହାର କରିବା ଲାଗି ବ୍ୟାପକ ତଲାସି ଅଭିଯାନ ଚାଲିଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

Hot this week

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories