www.samajalive.in
Saturday, December 6, 2025
15.1 C
Bhubaneswar

ବାଉଁଶୁଣି-ଗୁନ୍ଦୁଲିଆ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ

ବାଉଁଶୁଣି : ଗୁନ୍ଦୁଲିଆ ରାସ୍ତାର ରେଲୱେ ଓଭରବ୍ରିଜ ରାସ୍ତା ଉପରେ ୨ଫୁଟ ପାଣି ପ୍ରଭାବିତ ହେବା ଯୋଗୁଁ ଯାତାୟତରେ ବାଧା ସୃଷ୍ଟି ହେଉଛି। ସୂଚନା ଅନୁଯାୟୀ ବୌଦ୍ଧ ବ୍ଲକ ବାଉଁଶୁଣି ଗୁନ୍ଦୁଲିଆ ରାସ୍ତା ଉପରେ ରାତିରେ ପ୍ରବଳ ବର୍ଷା ଯୋଗୁଁ କୁତ୍ରିମ ବନ୍ୟା ସୃଷ୍ଟି ହୋଇଛି । ଯାହା ଫଳରେ ୨ଫୁଟ ପାଣି ପ୍ରବାହିତ ହେଉଥିବା ବେଳେ ରାସ୍ତା ପାଣିରେ ବୁଡି ରହିଥିଲା। ରାସ୍ତାରେ ପାଣି ଯାଇ ଖାଲ ଖମା ହୋଇଥିବାରୁ ଯାତାୟତରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏହି ରାସ୍ତା ଦେଇ ପ୍ରତିଦିନ ୪ଟି ପଂଚାୟତର ଜନସାଧାରଣ ସମେତ ସ୍କୁଲ,କଲେଜ ପିଲା ଯିବା ଆସିବା କରନ୍ତି । ତେଣୁ ପାଣି ଜମି ରହିବା ସହ ୨ରୁ ୩ ଫୁଟ ପାଣି ପ୍ରବାହିତ ହେଉଛି । ଏନେଇ ବାରମ୍ବାର ରେଲୱେ ବିଭାଗ ଓ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି । ତେଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ଓ ନୂତନ ଜିଲ୍ଲାପାଳ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି କରିଛନ୍ତି ଅଞ୍ଚଳ ବାସୀ। ଯଦି ଆଗାମୀ ଦିନରେ ଏହି ରାସ୍ତାର ସ୍ଥାୟୀ ସମାଧାନ ନହୁଏ, ତେବେ ଆନ୍ଦୋଳନ ତୀବ୍ରତର ହେବ ବୋଲି କହିଛନ୍ତି ଅଞ୍ଚଳବାସୀ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories