www.samajalive.in
Saturday, December 6, 2025
15.1 C
Bhubaneswar

କାମରେ ଆସୁନି ଟିିରିଚିମୁଣ୍ଡା ଚେକଡ୍ୟାମ, ଚିନ୍ତାରେ ଚାଷୀ

ବୌଦ୍ଧ : ଚଳିତ ବର୍ଷ ବୌଦ୍ଧ ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟି ପାତ ଯୋଗୁଁ ଚାଷୀ ଚିନ୍ତାରେ ପଡିଯାଇଥିବା ବେଳେ ଗତ କିଛି ଦିନ ଧରି ଜିଲ୍ଲାରେ ଲଗାଣ ବର୍ଷ ଯୋଗୁଁ ଚାଷୀ ମନରେ ଆଶା ସଂଚାର କରିଛି। ବର୍ଷା ଯୋଗୁଁ ଅନେକ ନାଳରେ ବଢି ପାଣି ଆସିଛି। ନାଳ ଗୁଡିକରେ ତିଆରି ହୋଇଥିବା ଚେକଡ୍ୟାମ ଗୁଡିକରେ କେନାଲ ପାଣି ବହି ଯାଉଛି। ହେଲେ ଏବେ ମଧ୍ୟ ଅନେକ କେନାଲ ଶୁଖିଲା ପଡିଛି। ସେହିପରି ବୌଦ୍ଧଜିଲ୍ଲା ଟିକରପଡା ପଂଚାୟତର ଟିିରିଚିମୁଣ୍ଡା ଠାରେ ଥିବା ଚେକଡ୍ୟାମର ଗେଟ୍ ଟି ଅଂଚଳ ହୋଇପଡିଥିବାରୁ ପାଣି କେନାଲରେ ନ ଯାଇ ନାଳରେ ବହି ଯାଉଥିବାର ଚାଷୀମାନେ ଅଭିଯୋଗ କରିଛନ୍ତି। ଚାଷୀଙ୍କ ପାଇଁ ଏହି ପ୍ରକଳ୍ପଟି ଦୀର୍ଘ ଦୁଇ ବର୍ଷ ହେବ ନିର୍ମାଣ ହୋଇଥିଲେ ମଧ୍ୟ ଚାଷୀମାନେ ପାଣି ପାଇବାରୁ ବଂଚିତ ହେଉଛନ୍ତି। ଏହି ପ୍ରକଳ୍ପ ଦ୍ୱାରା ବାରଖୁଲି, ଫୁରୁଡା, ଗୋଚ୍ଛାପଡା ଆଦି ଗ୍ରାମର ଚାଷୀମାନେ ଜଳସେଚନର ସୁବିଧା ପାଇଥାନ୍ତି। ବର୍ତ୍ତମାନ ଯେହେତୁ ସ୍ରୋତ କବାଟଟି ଅଚଳ ହୋଇପଡିଛି। ତେଣୁ ଚାଷୀମାନେ ଏହି ପ୍ରକଳ୍ପରୁ ପାଣି ପାଇ ପାରୁନାହାନ୍ତି। ଏନେଇ ଅଂଚଳବାସୀ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଖୁବ ଶୀଘ୍ର ଏହାର ସମାଧାନ କରାଯିବ ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଥିବା ଗ୍ରମବାସୀ କହିଛନ୍ତି। ହେଲେ ବର୍ତମାନ ବର୍ଷାଋତୁ ହୋଇଥିବା ବେଳେ ଏହି ସମୟରେ ପାଣିର ଆବଶ୍ୟକ ହେଉଥିବାରୁ ତୁରନ୍ତ ଏହାର ସମାଧନ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories