www.samajalive.in
Wednesday, December 10, 2025
23.1 C
Bhubaneswar

ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କଲେ ଟିଟିଇ

ଲକ୍ଷ୍ନୌ: ​ମହିଳା ରେଳଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣାରେ ଜଣେ ରେଳ ଟିକଟ ଯାଞ୍ଚକାରୀ (ଟିଟିଇ) ଗିରଫ ହୋଇଥିବା ଜଣାପଡ଼ିଛି। ଅନ୍ତର୍ଜାତୀୟ ବିମାନରେ ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣା ଏକାଧିକବାର ଘଟିଥିବା ବେଳେ ସେହିପରି ଘଟଣା ଟ୍ରେନ୍‌ରେ ଘଟିବା ଚର୍ଚ୍ଚାର ବିଷୟ ପାଲଟିଛି।
ମିଳିଥିବା ସୂଚନାନୁଯାୟୀ ବିହାରରୁ ଅମୃତସର ଅଭିମୁଖେ ଯାତ୍ରା କରୁଥିବା ରେଳ​‌େ​‌ର ସୋମବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ରେଳ ବିଭାଗର ଜଣେ ଡେପୁଟି ଷ୍ଟେସନ ସୁପରିଟେଣ୍ଡେଟ୍‌ ନିଜ ପରିବାର ସହ ଅମୃତସର ଅଭିମୁଖେ ଯାତ୍ରା କରୁଥିବା ବେଳେ ଛୁଟିରେ ଥିବା ଜଣେ ଟିଟିଇ ସାହାରନ୍‌ପୁର ଅଭିମୁଖେ ଯାତ୍ରା କରୁଥିଲେ। ସମସ୍ତେ ରେଳର ଏସି ବଗିରେ ଥିଲେ। ସୋମବାର ରାତି ପ୍ରାୟ ସାଢ଼େ ୧୨ଟା ସମୟରେ ଟିଟିଇ ଜଣକ ଡେପୁଟି ଷ୍ଟେସନ ସୁପରିଟେଣ୍ଡେଟ୍‌ଙ୍କ ପତ୍ନୀଙ୍କ ମୁଣ୍ଡ ଉପରେ ପରିସ୍ରା କରିଥିଲେ। ମହିଳାଜଣକ ପାଟି କରିବାରୁ ତାଙ୍କ ପରିବାରର ଅନ୍ୟ ସଦସ୍ୟ ଓ ସହଯାତ୍ରୀମାନେ ଉଠି ଯାଇଥିଲେ। ସେମାନେ ଅଭିଯୁକ୍ତ ଟିଟିଇ ମୁନା କୁମାରଙ୍କୁ ମାଡ଼ି ବସିଥିଲେ। ଅଭିଯୁକ୍ତଜଣକ ନିଶାଗ୍ରସ୍ତ ଥିବା ଜଣାପଡ଼ିଥିଲା। ଘଟଣା ସମ୍ପର୍କରେ ଖବର ପାଇ ରେଳବାଇ ପୁଲିସ ସେଠା​‌େ​‌ର ପହଞ୍ଚି ଟିଟିଇକୁ ଧରି ଥାନାକୁ ଆଣିଥିଲା। ଡେପୁଟି ଷ୍ଟେସନ ସୁପରିଟେଣ୍ଡେଟ୍‌ଙ୍କ ଅଭିଯୋଗକ୍ରମେ ଏକ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି। ଟିଟିଇ ନିଜ ଦୋଷ ସ୍ବୀକାର କରିଥିବା ରେଳବାଇ ପୁଲିସ ସୂତ୍ରରୁ ଜଣାପଡ଼ିଛି।

Hot this week

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

Related Articles

Popular Categories