www.samajalive.in
Saturday, December 6, 2025
16.1 C
Bhubaneswar

ବିକାଶ ବନାମ ଅନ୍ୟାୟ – ଶ୍ୱେତପତ୍ର ବନାମ ବ୍ଲାକ୍‌ ପେପର

ନୂଆଦିଲ୍ଲୀ: ବିଜେପି ପକ୍ଷରୁ ଗୁରୁବାର ୟୁପିଏ ସରକାରଙ୍କ ୧୦ ବର୍ଷର (୨୦୦୪-୨୦୧୪) ଶାସନକାଳକୁ ନେଇ ଗୁରୁବାର ଶ୍ବେତପତ୍ର ଜାରି କରାଯାଇଛି। ଏହାର ପ୍ରତିବାଦରେ କଂଗ୍ରେସ ପକ୍ଷରୁ କେନ୍ଦ୍ରରେ କ୍ଷମତାସୀନ ଏନ୍‌ଡିଏ ସରକାରଙ୍କ ଦର୍ଶବଷର (୨୦୧୪-୨୦୨୪) ଶାସନକାଳକୁ ନେଇ ‘ବ୍ଲାକ୍‌ ପେପର’ ଜାରି କରାଯାଇଛି। ୫୪ ପୃଷ୍ଠାବ୍ୟାପୀ ଏହି କୃଷ୍ଣପତ୍ରକୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ ଉନ୍ମୋଚନ କରିଛନ୍ତି। କୃଷ୍ଣପତ୍ରର ଶୀର୍ଷକ ‘୧୦ ସାଲ ଅନ୍ୟାୟ କାଲ୍‌’ ରଖାଯାଇଛି। ନରେନ୍ଦ୍ର ମୋଦୀଙ୍କ ଏହି ୧୦ ବର୍ଷର ଶାସନକାଳରେ ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି, ଉତ୍କଟ ବେକାରୀ ସମସ୍ୟା ଚିନ୍ତାର କାରଣ ପାଲଟିଥିବାବେଳେ ନ୍ୟାୟପାଳିକା ଓ ଗଣମାଧ୍ୟମର କଣ୍ଠରୋଧ କରାଯାଇଛି ବୋଲି କୃଷ୍ଣପତ୍ରରେ ଉଲ୍ଲେଖ କରାଯାଇଛି।

୨୦୨୦/୨୧ରେ କୃଷକ ଆନ୍ଦୋଳନକୁ ନେଇ ସରକାର କିପରି ତିନିଟି କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିଲେ, ତାହାକୁ ମଧ୍ୟ ଏଥିରେ ସ୍ଥାନିତ କରାଯାଇଛି। ସଂସଦରେ ହେଉ କିମ୍ବା ବାହାରେ, ଆମେ ଯେତେବେଳେ କେନ୍ଦ୍ର ସରକାରଙ୍କ ବିଫଳତା ସମ୍ପର୍କରେ ମନ୍ତବ୍ୟ ଦେଉଛୁ, ତାହାକୁ କେହି ଗୁରୁତ୍ବ ଦେଉନାହାନ୍ତି। ତେଣୁ ଆମେ ଏଭଳି କୃଷ୍ଣପତ୍ର ଜାରି କରିବାକୁ ବାଧ୍ୟ ହେଲୁ ବୋଲି ଖଡ୍‌ଗେ କହିଛନ୍ତିି। ପ୍ରଧାନମନ୍ତ୍ରୀ ମୋଦୀ ଯେତେବେଳେ ସଂସଦରେ ବକ୍ତବ୍ୟ ରଖୁଛନ୍ତି, ସରକାରଙ୍କ ବିଫଳତା ସମ୍ପର୍କରେ ପଦୁଟିଏ କହୁନାହାନ୍ତି। କୃଷ୍ଣପତ୍ର ଜରିଆରେ ଲୋକେ ସରକାରଙ୍କ ଅପାରଗତା ସମ୍ପର୍କରେ ସଠିକ୍‌ ସୂଚନା ପାଇପାରିବେ ବୋଲି ଖଡ୍‌ଗେ ଆଶାବ୍ୟକ୍ତ କରିଛନ୍ତି। ବିଗତ ୧୦ ବର୍ଷ ମଧ୍ୟରେ ଅଣ-ବିଜେପି ଶାସିତ ରାଜ୍ୟଗୁଡିକ ପ୍ରତି କେନ୍ଦ୍ର ସରକାର ବୈମାତୃକ ମନୋଭାବ ପୋଷଣ କରିଆସୁଥିବା ଖଡ୍‌ଗେ କହିଛନ୍ତି। ମୋଦୀଙ୍କ ଏହି ଶାସନକାଳକୁ ‘ଅନ୍ୟାୟ’ ଓ ‘ପକ୍ଷପାତ’ ବୋଲି କଂ​‌େ​ଗ୍ରସ ଅଭିଯୋଗ କରିଛି। କେନ୍ଦ୍ର ପକ୍ଷରୁ ରାଜ୍ୟଗୁଡିକୁ ମିଳୁଥିବା ଅନୁଦାନକୁ ନେଇ ମଧ୍ୟ କଂଗ୍ରେସ ଆପତ୍ତି ଉଠାଇଛି।

- Advertisement -

ଅପରପକ୍ଷରେ ବିଭିନ୍ନ ରାଜ୍ୟରେ ଅଣ-ବିଜେପି ସରକାରକୁ କ୍ଷମତାଚ୍ୟୁତ କରିବା ବିଜେପିର ଅଭ୍ୟାସ ପାଲଟିଛି ବୋଲି କୃଷ୍ଣପତ୍ରରେ ଉଲ୍ଲେଖ କରାଯାଇଛି। ଅତୀତରେ କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ବିହାରରେ ବିରୋଧୀ ମେଣ୍ଟ ସରକାରକୁ ବିଜେପି ଭାଙ୍ଗିଥିବା ଅଭିଯୋଗ ହୋଇଛି। ଗଣତନ୍ତ୍ରକୁ ହତ୍ୟା କରିବାକୁ ବିଜେପି ପଛଘୁଞ୍ଚା ଦେଉନଥିବା ଖଡ୍‌ଗେ କହିଛନ୍ତି। ମୋଦୀଙ୍କ ଶାସନକାଳରେ ୪୧୧ ବିରୋଧୀ ବିଧାୟକଙ୍କୁ ବିଜେପିରେ ସାମିଲ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ତେବେ କଂଗ୍ରେସ ପକ୍ଷରୁ ଜାରି କରାଯାଇଥିବା ‘କୃଷ୍ଣପତ୍ର’କୁ ମୋଦୀ ‘କଳା ଟିକା’ ବୋଲି କହିଛନ୍ତି। ଏହାଦ୍ବାରା ତାଙ୍କ ସରକାର କୁଦୃଷ୍ଟିରୁ ରକ୍ଷା ପାଇବ ବୋଲି ମୋଦୀ କହିଛନ୍ତି।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories