ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ବିଚାରପତି ଏ.ଏମ.ଖାନ୍ୱିଲକର ପରବର୍ତ୍ତୀ ଲୋକପାଳ ଭାବେ ନିଯୁକ୍ତିି ପାଇବେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି। ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଡି.ୱାଇ.ଚନ୍ଦ୍ରଚୂଡ ଓ ଲୋକସଭାରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ନେଇ ଗଠିତ ଉଚ୍ଚସ୍ତରୀୟ କମିଟି ଲୋକପାଳ ପଦ ପାଇଁ ଖାନ୍ୱିଲକରଙ୍କ ନାମକୁ ଅନୁମୋଦନ କରିଥିବା କୁହାଯାଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହି ନିଯୁକ୍ତିକୁ କାର୍ଯ୍ୟକାରୀ କରାଯିବ। ଖାନ୍ୱିଲକର ୨୦୧୬ ମେ’ ୧୩ରୁ ୨୦୨୨ ଜୁଲାଇ ୨୯ ପର୍ଯ୍ୟନ୍ତ ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରପତି ଭାବେ କାର୍ଯ୍ୟ କରିସାରିଛନ୍ତି। ସୂଚନାଯୋଗ୍ୟ ୨୦୨୨ ମେ’ରୁ ଲୋକପାଳ ପଦ ଖାଲିପଡିଛି।
Popular Categories



